ବିଶ୍ୱକପ୍‌ ବିଜୟ ପରେ ମାଟି ଖାଇଲେ ରୋହିତ

ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଆରା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିଶ୍ୱକପ୍‌ ବିଜୟ ପରେ ମାଟି ଖାଇଲେ ରୋହିତ

 

ବାରବାଡୋସରେ ବିଜୟ ହେଲା ଭାରତ। କେନିଙ୍ଗସଟନ୍‌ ଓଭାଲ ପିଚ୍‌ରେ ଉଡିଲା ତ୍ରିରଙ୍ଗା। ଟି-୨୦ ବିଶ୍ୱକପ୍‌ ଟ୍ରଫି ହାତେଇଲା ଟିମ୍‌ ଇଣ୍ଡିଆ। ଦୀର୍ଘ ୧୧ ବର୍ଷ ପରେ ଆଇଆଇସିସି ଟି-୨୦ ଟାଇଟଲ ହାତେଇଲା ଭାରତ। ବିଶ୍ୱିବିଜୟୀ ହେବା ପରେ ମାଟି ଖାଇଛନ୍ତି ଅଧିନାୟକ ରୋହିତ ଶର୍ମା। ନିଆରା ଢ଼ଙ୍ଗରେ ସେ ମନାଇଛନ୍ତି ଖୁସି।

ବାରବାଡୋସରେ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତଙ୍କ ନେତୃତ୍ୱରେ ଭାରତ ବିଜୟ ସହିତ ଆଇସିସି ଟାଇଟଲ ପାଇଁ ୧୧ ବର୍ଷର ଅପେକ୍ଷାକୁ ଶେଷ କରିଛି। ବିଜୟ ହେବା ପରେ ଖୁସିରେ ଗଦଗଦ ହୋଇଯାଇଛନ୍ତି ସମସ୍ତ ଭାରତୀୟ ଖେଳାଳି। ସମସ୍ତଙ୍କ ଆଖିରୁ ଝିର ଆସିଛି ଲୁହ। ତେବେ ରୋହିତ ଶର୍ମା ଏହି କ୍ଷଣ ଓ ଏହି ଚମତ୍କାର ବିଜୟକୁ ମାନେ ରଖିବାକୁ ବାରବାଡୋସ ଷ୍ଟାଡିୟମ ପିଚରୁ କିଛି ମାଟି ଉଠାଇ ପାଟିରେ ପକାଇଛନ୍ତି। ଏହାପରେ ସେ ମୁଣ୍ଡିଆ ମାରିଛନ୍ତି। ରୋହିତଙ୍କ ଏହି ନିଆରେ ଅନ୍ଦାଜର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରୋହିତ ଶର୍ମାଙ୍କ ଏହି ଭିଡିଓ ଦେଖିବା ପରେ ସମସ୍ତ ଭାରତୀୟ ଫ୍ୟାନ୍ସଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ବେଳର ମୁହୂର୍ତ୍ତ ମନେ ପଡିଯାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚ ଶେଷ ହେବା ପରେ ସଚିନ୍‌ ପିଚକୁ ଯାଇ ପ୍ରଣାମ କରିଥିଲ।

ଆପଣଙ୍କୁ କହିରଖୁଛୁ ଯେ ବିରାଟ କୋହଲି ରୋହିତଙ୍କ ସହ ଫାଇନାଲ ମ୍ୟାଚ୍ ପରେ ଟି -୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଛନ୍ତି। ରୋହିତ କହିଛନ୍ତି, “ମୁଁ ଏହି ଫର୍ମାଟ୍ ଖେଳିବା ଆରମ୍ଭ କରିବା ଦିନଠାରୁ ଏହାକୁ ଉପଭୋଗ କରିଥିଲି। ଏହି ଫର୍ମାଟ୍‌କୁ ବିଦାୟ ଦେବା ପାଇଁ ଭଲ ସମୟ ନାହିଁ। ମୁଁ ଏହାର ପ୍ରତ୍ୟେକ ମୁହୂର୍ତ୍ତକୁ ଭଲ ପାଏ। ମୁଁ କପ୍ ଜିତିବାକୁ ଚାହୁଁଥିଲି, ଲକ୍ଷ୍ୟ ପୂରଣ ହୋଇଛି।”