ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପିଲାଙ୍କୁ ଖାଇବାକୁ ଦିଆଯାଇଥିବା ଚଟଣୀରେ ବୁଲୁଥିଲା ମୂଷା, ଭିଡିଓ ଭାଇରାଲ
ଯାହା ଜଣାପଡ଼ିଛି, ଚଟଣୀରେ ମୂଷା ଠାବ ହେବା ପୂର୍ବରୁ କିଛି ପିଲା ତାକୁ ଖାଇସାରିଥିଲେ। ଚଟଣୀ ରଖାଯାଇଥିବା ପାତ୍ରଟିକୁ ଖୋଲା ଛାଡ଼ି ଦିଆଯାଇଥିବା ଯୋଗୁ ମୂଷାଟି ସେଥିରେ ପଡ଼ିଯାଇଥିବା ଅନୁମାନ କରାଯାଉଛି।
ତେଲଙ୍ଗାନାର ସୁଲତାନପୁର ସ୍ଥିତ ଜବାହରଲାଲ ନେହରୁ ଟେକ୍ନୋଲୋଜିକାଲ ୟୁନିଭର୍ସିଟିର ଏକ ହଷ୍ଟେଲରେ ପିଲାଙ୍କ ପାଇଁ ପ୍ରସ୍ତୁତ ଚଟଣୀରେ ମୂଷା ବୁଲୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ଆଜି ସକାଳେ ଏଠାରେ ପିଲାଙ୍କ ପାଇଁ ଇଡ୍ଲୀ ଓ ବାଦାମ ଚଟଣୀ ପ୍ରସ୍ତୁତ କରାଯାଇଥିଲା। ବାଦାମ ଚଟଣୀକୁ ଏକ ବଡ଼ ପାତ୍ରରେ ରଖାଯାଇଥିଲା। କିଛି ପିଲା ଜଳଖିଆ ଖାଇବାକୁ ଆସିବା ସମୟରେ ଚଟଣୀରେ ଏକ ଜୀବନ୍ତ ମୂଷା ଥିବା ଦେଖିବାକୁ ପାଇଥିଲେ। ମୂଷାଟି ଉକ୍ତ ପାତ୍ର ଭିତରୁ ମୁକୁଳିବାକୁ ପ୍ରୟାସ କରୁଥାଏ। ଏହା ଦେଖି ପିଲାମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ଏହାର ଭିଡିଓ କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।
ଯାହା ଜଣାପଡ଼ିଛି, ଚଟଣୀରେ ମୂଷା ଠାବ ହେବା ପୂର୍ବରୁ କିଛି ପିଲା ତାକୁ ଖାଇସାରିଥିଲେ। ଚଟଣୀ ରଖାଯାଇଥିବା ପାତ୍ରଟିକୁ ଖୋଲା ଛାଡ଼ି ଦିଆଯାଇଥିବା ଯୋଗୁ ମୂଷାଟି ସେଥିରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ତେବେ ଏହା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଚରମ ଅବହେଳା ବୋଲି ଅନେକ ସୋଶାଲ ମିଡିଆ ୟୁଜର ମତ ଦେଇଛନ୍ତି। ସେମାନେ ପିଲାଙ୍କ ପାଇଁ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କଲା ବେଳେ ଓ ସେଗୁଡ଼ିକୁ ରଖିବା ବେଳେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ। ଏଥିରେ ଦାୟିତ୍ୱ ହୀନତା ପିଲାଙ୍କ ଜୀବନ ସହିତ ଖେଳିବା ସହିତ ସମାନ ବୋଲି ଆଉ କେହି କେହି ପ୍ରତିକ୍ରିୟା ଦେଇଛନ୍ତି। ହଷ୍ଟେଲ ଗୁଡ଼ିକରେ ପରିଷ୍କାର ପରଚ୍ଛନ୍ନତା ଗୁରୁତ୍ୱ ଦିଆଯିବା ଉଚିତ ବୋଲି ନେଟିଜେନ୍ସ କହିଛନ୍ତି।
ସୋଶାଲ ମିଡିଆରେ ଭାଇରାଲ ଯୋଗୁ ଗତ ଜାନୁଆରୀ ମାସରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିରାମିଶ ଭୋଜନ ମଗାଇଥିବା ବେଳେ ସେଥିରେ ମଲା ମୂଷା ପାଇଥିଲେ। ଗତ ମାସରେ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଆଇସକ୍ରିମ୍ରୁ ମଣିଷ ଅଙ୍ଗୁଳି ମିଳିଥିଲା। ଅହମଦାବାଦରେ ଏକ ଦମ୍ପତି ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିବା ବେଳେ ସେମାନଙ୍କୁ ଦିଆଯାଇଥିବା ସମ୍ବରରୁ ମଲା ମୂଷା ବାହାରିଥିଲା।
Rat in the "Chutney" in the JNTUH SULTANPUR.
What hygiene maintenance by the staff members is in a mess.@FoodCorporatio2 @examupdt @ABVPTelangana @NtvTeluguLive @hmtvnewslive @TV9Telugu @htTweets @KTRBRS @DamodarCilarapu @PawanKalyan @JanaSenaParty @Way2NewsTelugu pic.twitter.com/Es7bGLzRdP— @Lakshmi Kanth (@330Kanth41161) July 8, 2024