ଅଭବନୀୟ! ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

କେନ୍ଦୁଝର: ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ହାତିବାରୀ ନିକଟରେ।ସୂଚନା ଅନୁଯାୟୀ, ଚିଲିଦା ଗ୍ରାମର ପ୍ରକାଶ ନାଏକ ଏବଂ ତାଙ୍କ ପତ୍ନୀ ଶୁକ୍ରବାର ସନ୍ଧ୍ୟାରେ ବାଇକ ଯୋଗେ ଚେମେଣା ପଞ୍ଚାୟତରୁ ଚାଉଳ ଆଣି ତୁରୁମୁଙ୍ଗା ବଜାରକୁ ଆସି କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ।ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏନ୍ ଏଚ   ଆଇ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ସ୍ୱାମୀ ପ୍ରକାଶ ନାଏକଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ପରେ ରାଜପଥରେ ଆଇରନ ବୋଝେଇ ଟ୍ରକଗୁଡ଼ିକ ବେଆଇନ ପାର୍କିଂ କରୁଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ନେଇ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି । ତୁରୁମୁଙ୍ଗା ପୋଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ଅଭବନୀୟ! ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

କେନ୍ଦୁଝର: ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ହାତିବାରୀ ନିକଟରେ।

ସୂଚନା ଅନୁଯାୟୀ, ଚିଲିଦା ଗ୍ରାମର ପ୍ରକାଶ ନାଏକ ଏବଂ ତାଙ୍କ ପତ୍ନୀ ଶୁକ୍ରବାର ସନ୍ଧ୍ୟାରେ ବାଇକ ଯୋଗେ ଚେମେଣା ପଞ୍ଚାୟତରୁ ଚାଉଳ ଆଣି ତୁରୁମୁଙ୍ଗା ବଜାରକୁ ଆସି କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ।

ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏନ୍ ଏଚ   ଆଇ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ସ୍ୱାମୀ ପ୍ରକାଶ ନାଏକଙ୍କୁ ମୃତ ଘୋଷଣା କରିଛନ୍ତି। 

ଦୁର୍ଘଟଣା ପରେ ରାଜପଥରେ ଆଇରନ ବୋଝେଇ ଟ୍ରକଗୁଡ଼ିକ ବେଆଇନ ପାର୍କିଂ କରୁଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ନେଇ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି । ତୁରୁମୁଙ୍ଗା ପୋଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।