ଅନ୍ତରଙ୍ଗ ଦୃଶ୍ୟ ପାଇଁ ଟ୍ରୋଲ୍‌ ହେଉଛନ୍ତି ରୁହାନି ଶର୍ମା, ଏବେ ଟ୍ରୋଲର୍ସଙ୍କୁ ଦେଲେ ଜବାବ୍

ମୁମ୍ଵାଇ ୨୫।୦୮; ଫିଲ୍ମ ‘ଆଗ୍ରା’ରେ ନିଜର ଅନ୍ତରଙ୍ଗ  ଦୃଶ୍ୟ ପାଇଁ ଖୁବ୍‌ ଟ୍ରୋଲ୍‌ ହେଉଛନ୍ତି  ଅଭିନେତ୍ରୀ ରୁହାନି ଶର୍ମା । ଫିଲ୍ମରେ  ତାଙ୍କ ଅନ୍ତରଙ୍ଗ ଦୃଶ୍ୟର ଭିଡିଓ ଇଣ୍ଟର୍‌ନେଟ୍‌ରେ ଲିକ୍‌ ହୋଇଥିଲା ।  ଏ ନେଇ ରୁହାନି ସୋସିଆଲ ମିଡିଆ  ପ୍ଲାଟ୍‌ଫର୍ମ ଏକ୍ସରେ ଏକ ବାର୍ତ୍ତା ଲେଖି  ନିଜର ନୈରାଶ୍ୟବୋଧ ବ୍ୟକ୍ତ କରିଛନ୍ତି । କନୁ ବହଲଙ୍କ ନିର୍ଦ୍ଦେଶିତ ‘ଆଗ୍ରା’ ୨୦୨୩ ମସିହା  କାନ୍‌ ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ଅନେକ ଅନ୍ତର୍ଜାତୀୟ ଫିଲ୍ମ  ମହୋତ୍ସବରେ ମଧ୍ୟ ଏହା ସ୍ଥାନ ପାଇଥିଲା । ତେବେ ଫିଲ୍ମରେ ରୁହାନିଙ୍କର କିଛି ଅନ୍ତରଙ୍ଗ  ଦୃଶ୍ୟର ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେବା ପରେ ତାଙ୍କୁ ଇଣ୍ଟର୍‌ନେଟ୍‌ ୟୁଜର ଖୁବ୍‌ ସମାଲୋଚନା କରିଥିଲେ । ଏବେ ରୁହାନି ଏ ନେଇ ସୋସିଆଲ ମିଡିଆରେ ନିଜର  ପ୍ରତିକ୍ରିୟା ରଖି କହିଛନ୍ତି ‘ଏ ପ୍ରକାର ନୀଚ୍ଚ ବୟାନ ଅତ୍ୟନ୍ତ ନୈରାଶ୍ୟଜନକ । ଏହା  ଜରିଆରେ ଆମର ଅନେକ ମାସର କଠିନ ପରିଶ୍ରମ, ସମର୍ପଣ ଭାବ ଓ ପାସନ୍‌କୁ  ଅସମ୍ମାନ କରାଯାଇଛି । ଏକ କଳାତ୍ମକ ଫିଲ୍ମ ପ୍ରସ୍ତୁତ କରିବା ଏକ ଜଟିଳ  ଯାତ୍ରା । ଏଥିପାଇଁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ରାତି  ରାତି ଅନିଦ୍ରା ହେବାକୁ ପଡ଼ିଥିଲା । ଏହା ଏକ ଦୃଢ଼  ପ୍ରତିବଦ୍ଧତାପୂର୍ଣ୍ଣ ଯାତ୍ରା ଥିଲା । ଏଭଳି ପ୍ରୋଜେକ୍ଟକୁ ପରଦାରେ ଜୀବନ୍ତ କରିବା ପାଇଁ ବୁହାଇଥିବା  ରକ୍ତ, ଝାଳ ଓ ଲୁହକୁ ନ ବୁଝି କିଛି ଲୋକ ଏମିତ

ଅନ୍ତରଙ୍ଗ ଦୃଶ୍ୟ ପାଇଁ ଟ୍ରୋଲ୍‌ ହେଉଛନ୍ତି ରୁହାନି ଶର୍ମା, ଏବେ ଟ୍ରୋଲର୍ସଙ୍କୁ ଦେଲେ ଜବାବ୍

ମୁମ୍ଵାଇ ୨୫।୦୮; ଫିଲ୍ମ ‘ଆଗ୍ରା’ରେ ନିଜର ଅନ୍ତରଙ୍ଗ  ଦୃଶ୍ୟ ପାଇଁ ଖୁବ୍‌ ଟ୍ରୋଲ୍‌ ହେଉଛନ୍ତି  ଅଭିନେତ୍ରୀ ରୁହାନି ଶର୍ମା । ଫିଲ୍ମରେ  ତାଙ୍କ ଅନ୍ତରଙ୍ଗ ଦୃଶ୍ୟର ଭିଡିଓ ଇଣ୍ଟର୍‌ନେଟ୍‌ରେ ଲିକ୍‌ ହୋଇଥିଲା ।  ଏ ନେଇ ରୁହାନି ସୋସିଆଲ ମିଡିଆ  ପ୍ଲାଟ୍‌ଫର୍ମ ଏକ୍ସରେ ଏକ ବାର୍ତ୍ତା ଲେଖି  ନିଜର ନୈରାଶ୍ୟବୋଧ ବ୍ୟକ୍ତ କରିଛନ୍ତି । କନୁ ବହଲଙ୍କ ନିର୍ଦ୍ଦେଶିତ ‘ଆଗ୍ରା’ ୨୦୨୩ ମସିହା  କାନ୍‌ ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ଅନେକ ଅନ୍ତର୍ଜାତୀୟ ଫିଲ୍ମ  ମହୋତ୍ସବରେ ମଧ୍ୟ ଏହା ସ୍ଥାନ ପାଇଥିଲା । ତେବେ ଫିଲ୍ମରେ ରୁହାନିଙ୍କର କିଛି ଅନ୍ତରଙ୍ଗ  ଦୃଶ୍ୟର ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେବା ପରେ ତାଙ୍କୁ ଇଣ୍ଟର୍‌ନେଟ୍‌ ୟୁଜର ଖୁବ୍‌ ସମାଲୋଚନା କରିଥିଲେ । 

ଏବେ ରୁହାନି ଏ ନେଇ ସୋସିଆଲ ମିଡିଆରେ ନିଜର  ପ୍ରତିକ୍ରିୟା ରଖି କହିଛନ୍ତି ‘ଏ ପ୍ରକାର ନୀଚ୍ଚ ବୟାନ ଅତ୍ୟନ୍ତ ନୈରାଶ୍ୟଜନକ । ଏହା  ଜରିଆରେ ଆମର ଅନେକ ମାସର କଠିନ ପରିଶ୍ରମ, ସମର୍ପଣ ଭାବ ଓ ପାସନ୍‌କୁ  ଅସମ୍ମାନ କରାଯାଇଛି । ଏକ କଳାତ୍ମକ ଫିଲ୍ମ ପ୍ରସ୍ତୁତ କରିବା ଏକ ଜଟିଳ  ଯାତ୍ରା । ଏଥିପାଇଁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ରାତି  ରାତି ଅନିଦ୍ରା ହେବାକୁ ପଡ଼ିଥିଲା । ଏହା ଏକ ଦୃଢ଼  ପ୍ରତିବଦ୍ଧତାପୂର୍ଣ୍ଣ ଯାତ୍ରା ଥିଲା । ଏଭଳି ପ୍ରୋଜେକ୍ଟକୁ ପରଦାରେ ଜୀବନ୍ତ କରିବା ପାଇଁ ବୁହାଇଥିବା  ରକ୍ତ, ଝାଳ ଓ ଲୁହକୁ ନ ବୁଝି କିଛି ଲୋକ ଏମିତି   ରାୟ ଦେଉଛନ୍ତି, ତାହା ହୃଦୟକୁ ଅଧିକ କଷ୍ଟ  ଦେଇଛି । ‘ଆଗ୍ରା’ ଅନ୍ୟ ଫିଲ୍ମ ଭଳି ନୁହେଁ । ଏହା  ଏକ ପ୍ରେମପୂର୍ଣ୍ଣ ପରିଶ୍ରମ ଯାହା ସବୁଠୁ ସମ୍ମାନାସ୍ପଦ   କାନ୍‌ ଉତ୍ସବରେ ପ୍ରିମିୟର ହୋଇଥିଲା । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ଅର୍ଜନ କରିଛି । 

ଅନେକ ସମ୍ମାନ, ପୁରସ୍କାର ଓ ମାନ୍ୟତା  ପାଇଛି । ବିଶ୍ୱ ସିନେମାର ପରିସରକୁ ସୁଦୂର ପ୍ରସାରୀ କରିଛି । ମୁଁ   ନିଜ ପସନ୍ଦକୁ ନେଇ ଅଟଳ । ଫିଲ୍ମ ଓ ସମଗ୍ର ଟିମ୍‌କୁ ନେଇ ମୁଁ  ଅତ୍ୟନ୍ତ ଗର୍ବିତ । କଳାକାରଙ୍କ କଠିନ ପରିଶ୍ରମକୁ ନିନ୍ଦା କରିବା  ବଦଳରେ ସିନେମାର ବିବିଧତାକୁ ଆମେ ସେଲିବ୍ରେଟ୍‌  କରିବା ଉଚିତ୍‌ । ଆସନ୍ତୁ, ପ୍ରେମ ଓ ସମ୍ମାନର ସହିତ ଏହି   ସୃଜନାତ୍ମକ ଯାତ୍ରାକୁ ଏକତ୍ର ଜାରି ରଖିବା ।’ ପରଦାରେ  ରକ୍ଷଣଶୀଳ ଚରିତ୍ରରେ ଅଭିନୟ ପାଇଁ ରୁହାନିଙ୍କର  ଖାସ୍‌ ପରିଚୟ ରହିଛି । କିନ୍ତୁ ‘ଆଗ୍ରା’ରେ ବୋଲ୍ଡ  ଭୂମିକା ଜରିଆରେ ସେ ଏକ ନୂଆ ଜୋନ୍‌ରେ ଏଣ୍ଟ୍ରି  କରିଥିଲେ । ‘କଦାଇସି ବେଞ୍ଚ୍‌ କାର୍ଥି’, ‘ଅପରେସନ୍‌   ଭାଲେନ୍‌ଟାଇନ୍‌’, ‘ଶ୍ରୀରଙ୍ଗା ନୀତୁଲୁ’, ‘ଲଭ୍‌ ମି’   ଓ ‘ବ୍ଲାକ୍‌ଆଉଟ୍‌’ ଭଳି ଫିଲ୍ମରେ ରୁହାନି କାମ  କରିଛନ୍ତି ।