ଭୁବନେଶ୍ବର : ଇଣ୍ଡିଗୋ ବିମାନରେ ପିଟିହେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ
ଭୁବନେଶ୍ୱର : ଇଣ୍ଡିଗୋ ବିମାନର ଜରୁରୀକାଳୀନ ବ୍ରେକ୍ । ବାର୍ଡ ହିଟ ଯୋଗୁ ଟେକ ଅଫ ବନ୍ଦ କଲେ ଇଣ୍ଡିଗୋ ବିମାନ ପାଇଲଟ । ବୁଧବାର ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ 6E- 6101 ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟେକ୍-ଅଫ୍ ପୂର୍ବରୁ ଏକ ପକ୍ଷୀ ଧକ୍କାର ସମ୍ମୁଖୀନ ହୋଇଥିଲା । ବିମାନ କକ୍ପିଟ୍ର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା । ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ପାଇଲଟ୍ ବିମାନକୁ […] The post ଭୁବନେଶ୍ବର : ଇଣ୍ଡିଗୋ ବିମାନରେ ପିଟିହେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ appeared first on KNews Odisha.

ଭୁବନେଶ୍ୱର : ଇଣ୍ଡିଗୋ ବିମାନର ଜରୁରୀକାଳୀନ ବ୍ରେକ୍ । ବାର୍ଡ ହିଟ ଯୋଗୁ ଟେକ ଅଫ ବନ୍ଦ କଲେ ଇଣ୍ଡିଗୋ ବିମାନ ପାଇଲଟ । ବୁଧବାର ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ 6E- 6101 ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟେକ୍-ଅଫ୍ ପୂର୍ବରୁ ଏକ ପକ୍ଷୀ ଧକ୍କାର ସମ୍ମୁଖୀନ ହୋଇଥିଲା ।
ବିମାନ କକ୍ପିଟ୍ର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା । ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ । ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆ ଯାଇପାରିଥିଲା । ଅଳ୍ପ ସମୟ ମଧ୍ୟରେ ହଠାତ୍ ବିମାନଟି ପୁଣି ଅବତରଣ କରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । ଏହି ଘଟଣା ଯୋଗୁଁ କିଛି ସମୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ କ୍ଷୟକ୍ଷତିର ନେଇ କୌଣସି ସୂଚନା ଦିଆଯାଇନାହିଁ ।
ତେବେ ଅହମଦାବାଦ ଦୁର୍ଘଟଣା ପରେ ଭୁବନେଶ୍ବର ବିମାନ ବନ୍ଦର ପ୍ରତି ବି ବିପଦ ଆଶଙ୍କା ବଢିଛି । କାହିଁକି ନା ରନୱେ ନିକଟ ପାଚେରୀକୁ ଲାଗି ଥିବା ଜାଗମରା ଅଞ୍ଚଳରେ ରହିଛି ଖାଇବା ଦୋକାନ । ପ୍ରତିଦିନ ଏଠାରେ ଦୋକାନୀଙ୍କ ବ୍ୟବସାୟୀ ହେଉଛି କିନ୍ତୁ ବାଜିରେ ଲାଗୁଛି ଯାତ୍ରୀଙ୍କ ଜୀବନ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପ୍ରମୁଖ ବିପଦ ହେଉଛି ପକ୍ଷୀ ଓ ଆଖାପାଖର ମାଛ ମାଂସ ଦୋକାନ ।
ଆହୁରି ପଢ଼ନ୍ତୁ : କାହିଁକି ବାତିଲ ହେଲା ଫ୍ଲାଇଟ୍ AI 159, ନୂଆ ଖୁଲାସା କଲା ଏୟାର ଇଣ୍ଡିଆ
The post ଭୁବନେଶ୍ବର : ଇଣ୍ଡିଗୋ ବିମାନରେ ପିଟିହେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ appeared first on KNews Odisha.