ଶ୍ରାବଣ ମାସରେ ରୁଦ୍ରାକ୍ଷର ମହତ୍ୱ,ଏହାକୁ ଧାରଣ କଲେ ବହୁ ସମସ୍ୟାରୁ ମିଳେ ମୁକ୍ତି

ଧାର୍ମିକ ତଥ୍ୟ ଅନୁସାରେ ରୁଦ୍ରାକ୍ଷକୁ ଧାରଣ କରିବା ବା ପିନ୍ଧିବା ଦ୍ୱାରା ଭଗବାନ ଶିବଙ୍କର କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି  । ଏହା ସହିତ ଜୀବନରେ ଜଡିତ ରହିଥିବା ଯେକୈାଣସି ସମସ୍ୟାର ସମାଧାନ ମିଳିଯାଇଥାଏ । ଶିବ ଭଗବାନଙ୍କ ପ୍ରିୟ ମାସ ହେଉଛି ଏହି ଶ୍ରାବଣ ମାସରେ । ତେବେ କିଭଳି ଏହି ରୁଦ୍ରାକ୍ଷ କୁ ଆପଣ ପିନ୍ଧିବେ ସେଥିପାଇଁ ଆପଣଙ୍କୁ କିଛି ନୀୟମ ଉପରେ ଧ୍ୟାନ ଦେବାକୁ ପଡିବ । ଦେବ ଦେବ ମହାଦେବଙ୍କର […] The post ଶ୍ରାବଣ ମାସରେ ରୁଦ୍ରାକ୍ଷର ମହତ୍ୱ,ଏହାକୁ ଧାରଣ କଲେ ବହୁ ସମସ୍ୟାରୁ ମିଳେ ମୁକ୍ତି appeared first on KNews Odisha.

ଶ୍ରାବଣ ମାସରେ ରୁଦ୍ରାକ୍ଷର ମହତ୍ୱ,ଏହାକୁ ଧାରଣ କଲେ ବହୁ ସମସ୍ୟାରୁ ମିଳେ ମୁକ୍ତି
Rudraksha

ଧାର୍ମିକ ତଥ୍ୟ ଅନୁସାରେ ରୁଦ୍ରାକ୍ଷକୁ ଧାରଣ କରିବା ବା ପିନ୍ଧିବା ଦ୍ୱାରା ଭଗବାନ ଶିବଙ୍କର କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି  । ଏହା ସହିତ ଜୀବନରେ ଜଡିତ ରହିଥିବା ଯେକୈାଣସି ସମସ୍ୟାର ସମାଧାନ ମିଳିଯାଇଥାଏ । ଶିବ ଭଗବାନଙ୍କ ପ୍ରିୟ ମାସ ହେଉଛି ଏହି ଶ୍ରାବଣ ମାସରେ । ତେବେ କିଭଳି ଏହି ରୁଦ୍ରାକ୍ଷ କୁ ଆପଣ ପିନ୍ଧିବେ ସେଥିପାଇଁ ଆପଣଙ୍କୁ କିଛି ନୀୟମ ଉପରେ ଧ୍ୟାନ ଦେବାକୁ ପଡିବ ।
ଦେବ ଦେବ ମହାଦେବଙ୍କର ପ୍ରିୟ ମାସ ହେଉଛି ଏହି କାର୍ତିକ ମାସ । ରୁଦ୍ରାକ୍ଷ କୌଣସି ରତ୍ନ ଠାରୁ କମ ନୁହେଁ । କାରଣ ଏହି ମାସରେ ଶିବଙ୍କ ଭକ୍ତମାନେ ଶିବଙ୍କୁ ସନୁଷ୍ଟ କରିବା ପାଇଁ ପୂଜାପାଠ ବହୁତ ଧ୍ୟାନର ସହ କରିଥାନ୍ତି । ଯାହା ଫଳରେ ଏହି ପବିତ୍ର ମାସରେ ଶିବ ଆରାଧାନ କଲେ କିମ୍ବା ଉପାସନା କଲେ ମନସ୍କାମନା ପୁର୍ଣ୍ଣ ହୋଇଥାଏ ବୋଲି ଅନେକଙ୍କ ବିଶ୍ୱାସ ରହିଥାଏ ।

ରୁଦ୍ରାକ୍ଷ ହେଉଛି ଶିବଙ୍କର ପ୍ରିୟ ଅଳଙ୍କାର । ଏହି ଶ୍ରାବଣ ମାସରେ ରୁଦ୍ରାକ୍ଷ ପିନ୍ଧିଲେ ଭଗବାନ ଶିବ ଭକ୍ତ ମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି ।  କିନ୍ତୁ ଆପଣ ରୁଦ୍ରାକ୍ଷ ପିନ୍ଧିବା ପୁର୍ବରୁ କିଛି ନୀୟମ ଜାଣିବା ଦରକାର । ଯଦି ଆପଣ କୈାଣସି ଭୁଲ ଉପାୟରେ ଏହି ରୁଦ୍ରାକ୍ଷକୁ ଧାରଣ କରନ୍ତି ତାହେଲେ ଆପଣଙ୍କ ଜୀବନରେ ସମସ୍ୟା ହୋଇପାରେ । ତାହେଲ କେମିତି ପିନ୍ଧିବେ ରୁଦ୍ରାକ୍ଷ ଆସନ୍ତୁ ଜାଣିବା

ରୁଦ୍ରାକ୍ଷ ଧାରଣ କରିବାର ପ୍ରକୃଷ୍ଟ ସମୟ ହେଲା ପ୍ରାତ କାଳ । ଏହି ସମୟରେ ବାତାବରଣ ଶୁଦ୍ଧ, ଶାନ୍ତି ହୋଇଥାଏ । ଯାହା ଫଳରେ ରୁଦ୍ରାକ୍ଷର ଶକ୍ତି ଠିକ ଭାବରେ ମିଳିଥାଏ । ରୁଦ୍ରାକ୍ଷ ଧାରଣ କରିବା ପୁର୍ବରୁ ଏହାକୁ ଆପଣ ପଞ୍ଚାମୃତ ଓ ଗଙ୍ଗାଜଳରେ ଶୁଦ୍ଧ କରିବେ । ଏହା ପରେ ଏକ ପରିଷ୍କାର କପଡାରେ ରୁଦ୍ରାକ୍ଷକୁ ପୋଛିବେ । ଏହା ପରେ ଏହି ରୁଦ୍ରାକ୍ଷରେ ଏକ ତିଳକ ଲଗାଇବେ । ଏହା ପରେ ଧୂପ ଦେବେ । ୧୦୮ ଥର ନମଃ ଶିବାୟ ମନ୍ତ୍ର ଜପକୁ ସମାପ୍ତ କଲାପରେ ଆପଣ ରୁଦ୍ରାକ୍ଷକୁ ଧାରଣ କରିପାରିବେ ।

ପୁରୋହିତଙ୍କ  ଅନୁସାରେ ରୁଦ୍ରାକ୍ଷ କୌଣସି ମୁଲ୍ୟବାନ ରତ୍ନ ଠାରୁ କମ ନୁହେଁ । ଏହାକୁ ପିନ୍ଧିବା ପାଇଁ ଆପଣ ରୁଦ୍ରଙ୍କ ଭଳି ପବିତ୍ର ରହିବାକୁ ହୋଇଯାଏ । ଏହା ଶ୍ରାବଣ ମାସର କୌଣସି ସୋମବାର କିମ୍ବା ଶିବରାତ୍ରୀ ଦିନ ରୁଦ୍ରାକ୍ଷ ପିନ୍ଧିବା ଅତ୍ୟଧିକ ଶୁଭ ଓ ମଙ୍ଗଳମୟ ହୋଇଥାଏ । ଏହାପରେ ରୁଦ୍ରାକ୍ଷକୁ ଏକ ନାଲି କପଡାରେ ବାନ୍ଧି ପୂଜାପାଠ କିମ୍ବା ଶିବଲିଙ୍ଗ ଉପରେ ରଖନ୍ତୁ । ତାପରେ ପଞ୍ଚକ୍ଷରିଆ ଶିବଙ୍କ ନାମକୁ ଜପ କରନ୍ତୁ । ରୁଦ୍ରାକ୍ଷକୁ ଆପଣ ବେକରେ କିମ୍ବା ହାତରେ ପିନ୍ଧି ପାରିବେ । ଯଦି ଏହା ଅପଣ ହାତରେ ଧାରଣ କରୁଛନ୍ତି ତ ୧୨ଟି ରୁଦ୍ରାକ୍ଷରେ ନିର୍ମିତ ମାଳ ଓ ବେକରେ ୫୪ଟି ରୁଦ୍ରାକ୍ଷରେ ତିଆରି ହୋଇଥିବା ମାଳକୁ ଆପଣ ପିନ୍ଧି ପାରିବେ । ଯେଉଁମାନେ ହାତରେ ରୁଦ୍ରାକ୍ଷ ପିନ୍ଧିଛନ୍ତି ସେମାନେ ସର୍ବଦା ସାତ୍ୱିକ ଖାଦ୍ୟ ଖାଇବା ଦରକାର । ଏହାକୁ ଧାରଣ କରିଥିବା ବ୍ୟକ୍ତି କେବେ ମାଂସ କିମ୍ବା ମଦକୁ ସ୍ପର୍ଶ କରିବା କି ପାନୀୟ ଭାବେ ବ୍ୟବହାର କରିପାରିବେ ନାହିଁ ।

ଯେତେବେଳ ଆପଣ ଏହି ରୁଦ୍ରାକ୍ଷକୁ ଧାରଣ କରିଛନ୍ତି ୨୭ ରୁଦ୍ରାକ୍ଷ ରହିବା ଦରକାର ଯଦି କମ ସଂଖ୍ୟକ ରୁଦ୍ରାକ୍ଷ ପିନ୍ଧିଛନ୍ତି ତାହେଲେ ଶିବ ଦୋଷ ଲାଗିପାରେ । ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ମନକୁ ଶକ୍ତି ମିଳିଥାଏ । ପୋରାଣିକ ତଥ୍ୟ ଅନୁସାରେ ଏହାକୁ ପିନ୍ଧିବା ଦ୍ୱାରା ଦୀର୍ଘାୟୁ ହେବାର ଆର୍ଶିବାଦ ମିଳିଥାଏ । ଏହା ସହ ବୁଦ୍ଧି ବଢିଥାଏ । ଶିବଙ୍କ କୃପା ମିଳିଥାଏ । ଏହାଛଡା ଶନି,ରାହୁ , କେତୁ ଗ୍ରହ ଠାରୁ ମୁକ୍ତି ମିଳିଥାଏ । ଏହା ପିନ୍ଧିବା ଦ୍ୱାରା ଧନ ବଢିଥାଏ । ଆପଣଙ୍କର ନକରାତ୍ମକ ଚିନ୍ତା କମିଥାଏ । ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଭଗବାନଙ୍କର ଆର୍ଶିବାଦ ମିଳିଥାଏ ।

The post ଶ୍ରାବଣ ମାସରେ ରୁଦ୍ରାକ୍ଷର ମହତ୍ୱ,ଏହାକୁ ଧାରଣ କଲେ ବହୁ ସମସ୍ୟାରୁ ମିଳେ ମୁକ୍ତି appeared first on KNews Odisha.