ବିଶ୍ୱର ଅଜବ ପ୍ରାଣୀ ! ନିଜ ବେକରୁ ଜନ୍ମ ଦେଉଛି ଅଣ୍ଡା, କ୍ୟାମେରାରେ କଏଦ ହେଲା ବିରଳ ଦୃଶ୍ୟ
ନୂଆଦିଲ୍ଲୀ: ଅଦ୍ଭୁତ ରହସ୍ୟରେ ପରିପୂର୍ଣ୍ଣ ସମଗ୍ର ବିଶ୍ୱ। ଅଧିକାଂଶ ପ୍ରାଣୀ ମଳଦ୍ୱାର ଦେଇ ଅଣ୍ଡା ବାହାର କରନ୍ତି କିନ୍ତୁ ଗୋଟିଏ ପ୍ରାଣୀ ନିକଟରେ ଦେଖାଦେଇଛି ଏହାର ବ୍ୟତିକ୍ରମ। କୌଣସି ପ୍ରାଣୀ କ’ଣ ନିଜ ବେକରୁ ଅଣ୍ଡା ବାହାର କରିପାରେ? କିନ୍ତୁ ଏହା ସମ୍ଭବ। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟକୁ ପ୍ରକାଶ କରିଛନ୍ତି ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକ। ନିଜ ବେକରୁ ଅଣ୍ଡା ଦେଉଛି ଏକ ବିରଳ ପ୍ରଜାତିର ଗେଣ୍ଡା। ଏହି ପ୍ରଜାତି ପାୱେଲିଫାଣ୍ଟା ଅଗଷ୍ଟା ନାମରେ ଜଣାଶୁଣା। ଯାହାକୁ ମାଉଣ୍ଟ ଅଗଷ୍ଟସ୍ ସ୍ନେଲ୍ ମଧ୍ୟ କୁହାଯାଏ। ଏହି ଗେଣ୍ଡାଗୁଡ଼ିକୁ ପ୍ରାୟ ୨୦ ବର୍ଷ ଧରି ବନ୍ଦୀ ଅବସ୍ଥାରେ ରଖାଯାଇଥିଲା, କିନ୍ତୁ ପ୍ରଥମ ଥର ପାଇଁ ଗବେଷକମାନେ ଏକ ଗେଣ୍ଡାକୁ ଅଣ୍ଡା ଦେଉଥିବାର ଦେଖିଛନ୍ତି।ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଗେଣ୍ଡାମାନଙ୍କର ମଧ୍ୟ ଏକ ଅଜବ ମିଳନ ପ୍ରକ୍ରିୟା ଥାଏ। ମାଂସାହାରୀ ଗେଣ୍ଡା ଯୌନକ୍ରିୟା ପାଇଁ ସେମାନଙ୍କ ମୁଣ୍ଡ ତଳେ ଏକ 'ଯୌନାଙ୍ଗ ଛିଦ୍ର' ବ୍ୟବହାର କରନ୍ତି। ମାଉଣ୍ଟ ଅଗଷ୍ଟସ୍ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ଏହି ଗେଣ୍ଡାଗୁଡ଼ିକ ମିଳିଥିଲା। କିନ୍ତୁ, ଏକ କୋଇଲା ଖନନ କାର୍ଯ୍ୟ ସେମାନଙ୍କର ସ୍ଥାନକୁ ନଷ୍ଟ କରିଦେଲା। ଫଳରେ ସେମାନେ ପୃଥିବୀରୁ ସମ୍ପୂର୍ଣ୍ଣ ଲୋପ ପାଇଗଲେ।ନ୍ୟୁଜିଲ୍ୟାଣ୍ଡ ସଂରକ୍ଷଣ ବିଭାଗ ବା DOC ୨୦୦୬ ମସିହାରେ ହୋକିଟିକାରେ ଗେଣ୍ଡା ପ୍ରଜନନ ଆରମ୍ଭ କରିଥିଲା। ଶେଷରେ, ଗୋଟିଏ ଗେଣ୍ଡା ତା'ର ବ
ନୂଆଦିଲ୍ଲୀ: ଅଦ୍ଭୁତ ରହସ୍ୟରେ ପରିପୂର୍ଣ୍ଣ ସମଗ୍ର ବିଶ୍ୱ। ଅଧିକାଂଶ ପ୍ରାଣୀ ମଳଦ୍ୱାର ଦେଇ ଅଣ୍ଡା ବାହାର କରନ୍ତି କିନ୍ତୁ ଗୋଟିଏ ପ୍ରାଣୀ ନିକଟରେ ଦେଖାଦେଇଛି ଏହାର ବ୍ୟତିକ୍ରମ। କୌଣସି ପ୍ରାଣୀ କ’ଣ ନିଜ ବେକରୁ ଅଣ୍ଡା ବାହାର କରିପାରେ? କିନ୍ତୁ ଏହା ସମ୍ଭବ। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟକୁ ପ୍ରକାଶ କରିଛନ୍ତି ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକ। ନିଜ ବେକରୁ ଅଣ୍ଡା ଦେଉଛି ଏକ ବିରଳ ପ୍ରଜାତିର ଗେଣ୍ଡା। ଏହି ପ୍ରଜାତି ପାୱେଲିଫାଣ୍ଟା ଅଗଷ୍ଟା ନାମରେ ଜଣାଶୁଣା। ଯାହାକୁ ମାଉଣ୍ଟ ଅଗଷ୍ଟସ୍ ସ୍ନେଲ୍ ମଧ୍ୟ କୁହାଯାଏ। ଏହି ଗେଣ୍ଡାଗୁଡ଼ିକୁ ପ୍ରାୟ ୨୦ ବର୍ଷ ଧରି ବନ୍ଦୀ ଅବସ୍ଥାରେ ରଖାଯାଇଥିଲା, କିନ୍ତୁ ପ୍ରଥମ ଥର ପାଇଁ ଗବେଷକମାନେ ଏକ ଗେଣ୍ଡାକୁ ଅଣ୍ଡା ଦେଉଥିବାର ଦେଖିଛନ୍ତି।
ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଗେଣ୍ଡାମାନଙ୍କର ମଧ୍ୟ ଏକ ଅଜବ ମିଳନ ପ୍ରକ୍ରିୟା ଥାଏ। ମାଂସାହାରୀ ଗେଣ୍ଡା ଯୌନକ୍ରିୟା ପାଇଁ ସେମାନଙ୍କ ମୁଣ୍ଡ ତଳେ ଏକ 'ଯୌନାଙ୍ଗ ଛିଦ୍ର' ବ୍ୟବହାର କରନ୍ତି। ମାଉଣ୍ଟ ଅଗଷ୍ଟସ୍ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ଏହି ଗେଣ୍ଡାଗୁଡ଼ିକ ମିଳିଥିଲା। କିନ୍ତୁ, ଏକ କୋଇଲା ଖନନ କାର୍ଯ୍ୟ ସେମାନଙ୍କର ସ୍ଥାନକୁ ନଷ୍ଟ କରିଦେଲା। ଫଳରେ ସେମାନେ ପୃଥିବୀରୁ ସମ୍ପୂର୍ଣ୍ଣ ଲୋପ ପାଇଗଲେ।
ନ୍ୟୁଜିଲ୍ୟାଣ୍ଡ ସଂରକ୍ଷଣ ବିଭାଗ ବା DOC ୨୦୦୬ ମସିହାରେ ହୋକିଟିକାରେ ଗେଣ୍ଡା ପ୍ରଜନନ ଆରମ୍ଭ କରିଥିଲା। ଶେଷରେ, ଗୋଟିଏ ଗେଣ୍ଡା ତା'ର ବେକରୁ ଅଣ୍ଡା ଦେଉଥିବା ଦେଖିପାରିଥିଲେ ବୈଜ୍ଞାନିକ। DOC YouTube ରେ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛି।
ଗେଣ୍ଡାମାନଙ୍କର ଯତ୍ନ ନେବାକୁ ଅନେକ ପରିଶ୍ରମ କରିଛି ଏହି ବିଭାଗ। ଦୀର୍ଘ ୨୦ ବର୍ଷରେ ପ୍ରଥମ ଥର ପାଇଁ ଗୋଟିଏ ଅଣ୍ଡା ଦେଉଥିବା କହିଛନ୍ତି ରେଞ୍ଜର ଲିସା ଫ୍ଲାନାଗା। ସେ କହିଛନ୍ତି, 'ଆମେ ଗେଣ୍ଡାକୁ ଓଜନ କରିବା ସମୟରେ ଅଣ୍ଡାଟି ତାର ବେକରୁ ବାହାରୁଥିଲା।
ଅନ୍ୟ ଗେଣ୍ଡା ପରି, ମାଉଣ୍ଟ ଅଗଷ୍ଟସ୍ ଗେଣ୍ଡାର ମଧ୍ୟ ପୁରୁଷ ଏବଂ ସ୍ତ୍ରୀ ଉଭୟ ଯୌନାଙ୍ଗ ଥାଏ। ସେମାନେ ଅନ୍ୟ ଯେକୌଣସି ଗେଣ୍ଡା ସହିତ ମିଳନ କରିପାରିବେ। ଯୌନ ସମ୍ପର୍କ ରଖିବା ପାଇଁ, ଗେଣ୍ଡା ସେମାନଙ୍କ ବେକର ତଳ ପାର୍ଶ୍ୱରେ ଏକ ଯୌନାଙ୍ଗ ଛିଦ୍ର ବ୍ୟବହାର କରନ୍ତି। ଏହା ସେମାନଙ୍କ ଶରୀରର ସେହି ସ୍ଥାନ ଯେଉଁଠାରେ ସେମାନେ ଅଣ୍ଡା ଦିଅନ୍ତି।
ଅଗଷ୍ଟା ସ୍ନେଲ ଆଠ ବର୍ଷ ପରେ ମିଳନ ପାଇଁ ପରିପକ୍ୱ ହୋଇଯାଆନ୍ତି। ଏହାର ଅର୍ଥ ହେଉଛି ଯେ ସେମାନେ ସ୍ଥଳଭାଗରେ ରହିବା ପୂର୍ବରୁ ଅଣ୍ଡା ଦେଇପାରିବେ ନାହିଁ। ସେମାନଙ୍କର ଅଣ୍ଡା ଫୁଟିବା ପାଇଁ ଗୋଟିଏ ବର୍ଷ ସମୟ ଲାଗେ। ସେମାନେ ବର୍ଷକୁ କେବଳ ପାଞ୍ଚଟି ଅଣ୍ଡା ଦିଅନ୍ତି। ଏହି ପ୍ରଜାତି ପାଇଁ ବଞ୍ଚିବା ବହୁତ କଷ୍ଟକର। DOC ଅର୍ଥାତ୍ ସଂରକ୍ଷଣ ବିଭାଗ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି। ସେମାନଙ୍କ ମଧ୍ୟରୁ କିଛିକୁ ଜଙ୍ଗଲରେ ମଧ୍ୟ ଛାଡିଛି। ଏହି ପରିସ୍ଥିତିରେ ସେମାନେ ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ, ତେଣୁ ଏହା ଏହି ଗେଣ୍ଡାଗୁଡ଼ିକୁ ଆହୁରି କିଛି ବର୍ଷ ପାଇଁ ବନ୍ଦୀ କରି ରଖିବାକୁ ଯୋଜନା କରୁଛି।