ବିଶ୍ୱର ପ୍ରଥମ ଅଧିନାୟକ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା: ଧୋନୀଙ୍କୁ ପଛରେ ପକାଇଲେ
ଦୁବାଇ,୫।୩:ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଏକ ଦୃଢ଼ ପ୍ରଦର୍ଶନ ସହିତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ମ୍ୟାଚ୍କୁ ଟିମ ଇଣ୍ଡିଆ ୪ ଉଇକେଟ୍ରେ ଜିତିଥିଲା। ଏହା ସହିତ ଭାରତ ଫାଇନାଲରେ ପହଞ୍ଚିଥିଲା। ଦଳର ବିଜୟ ସହିତ, ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ପଞ୍ଜିକୃତ ହୋଇଛି। ସେ ଇତିହାସ ସୃଷ୍ଟି କରିଛନ୍ତି। ରୋହିତ ଚାରୋଟି ICC ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଅଧିନାୟକ ହୋଇଛନ୍ତି। ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ […] The post ବିଶ୍ୱର ପ୍ରଥମ ଅଧିନାୟକ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା: ଧୋନୀଙ୍କୁ ପଛରେ ପକାଇଲେ appeared first on Dharitri Odia News.
ଦୁବାଇ,୫।୩:ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଏକ ଦୃଢ଼ ପ୍ରଦର୍ଶନ ସହିତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ମ୍ୟାଚ୍କୁ ଟିମ ଇଣ୍ଡିଆ ୪ ଉଇକେଟ୍ରେ ଜିତିଥିଲା। ଏହା ସହିତ ଭାରତ ଫାଇନାଲରେ ପହଞ୍ଚିଥିଲା। ଦଳର ବିଜୟ ସହିତ, ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ପଞ୍ଜିକୃତ ହୋଇଛି। ସେ ଇତିହାସ ସୃଷ୍ଟି କରିଛନ୍ତି। ରୋହିତ ଚାରୋଟି ICC ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଅଧିନାୟକ ହୋଇଛନ୍ତି।
ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୪ ରନ କରିଥିଲା। ଜବାବରେ, ଟିମ ଇଣ୍ଡିଆ ୪୮.୧ ଓଭରରେ ୬ ଉଇକେଟ ହରାଇ ମ୍ୟାଚ ଜିତି ନେଇଥିଲା। ୟବିରାଟ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ। କୋହଲି ୯୮ଟି ବଲ୍ର ସମ୍ମୁଖୀନ ହୋଇ ୫ଟି ଚୌକା ସହାୟତାରେ ୮୪ ରନ କରିଥିଲେ। ଶ୍ରେୟସ ଆୟର ୪୫ ରନର ଇନିଂସ ଖେଳିଥିଲେ। କେଏଲ ରାହୁଲ ୪୨ ରନ କରି ନଟ ଆଉଟ ହୋଇଥିଲେ। ଭାରତ ଏହି ମ୍ୟାଚ୍କୁ ୪ ଉଇକେଟ୍ରେ ଜିତିଥିଲା।
ରୋହିତ ଚାରୋଟି ICC ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଅଧିନାୟକ ହୋଇଛନ୍ତି। ସେ ଏହି ମାମଲାରେ ମହେନ୍ଦ୍ର ସିଂହ ଧୋନୀ ଏବଂ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟାଇଟଲ ଜିତିଥିଲା। କିନ୍ତୁ ଧୋନୀଙ୍କ ଅଧିନାୟକତ୍ୱରେ, ଦଳ ଚାରୋଟି ଟୁର୍ନାମେଣ୍ଟର ଫାଇନାଲ ଖେଳିପାରି ନ ଥିଲା। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ଟି୨୦ ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।
The post ବିଶ୍ୱର ପ୍ରଥମ ଅଧିନାୟକ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା: ଧୋନୀଙ୍କୁ ପଛରେ ପକାଇଲେ appeared first on Dharitri Odia News.