ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଚାଲିଗଲା ମଠ ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀଙ୍କ ଜୀବନ

ପାଟଣା,୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଗୋରାଣ୍ଡି ଯୋଡି ନିକଟରେ ଶନିବାର ଅପରାହ୍ନରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ମୟୂରଭଞ୍ଜ ଜିଲା ଯଶୀପୁର ମଠର ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀ ବୋଲି ଜଣାପଡିଛି । ସୂଚନା ଯେ ସେ ବାଇକ ଯୋଗେ ସାହାର ପଡ଼ା ପାର୍ଶ୍ୱକୁ ଆସୁଥିବା ସମୟ ରେସାହାର ପଡ଼ା ଆଡୁ କରଞ୍ଜିଆ ଅଭି […] The post ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଚାଲିଗଲା ମଠ ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀଙ୍କ ଜୀବନ appeared first on Dharitri Odia News.

ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଚାଲିଗଲା ମଠ ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀଙ୍କ ଜୀବନ

ପାଟଣା,୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଗୋରାଣ୍ଡି ଯୋଡି ନିକଟରେ ଶନିବାର ଅପରାହ୍ନରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ମୟୂରଭଞ୍ଜ ଜିଲା ଯଶୀପୁର ମଠର ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀ ବୋଲି ଜଣାପଡିଛି ।

ସୂଚନା ଯେ ସେ ବାଇକ ଯୋଗେ ସାହାର ପଡ଼ା ପାର୍ଶ୍ୱକୁ ଆସୁଥିବା ସମୟ ରେସାହାର ପଡ଼ା ଆଡୁ କରଞ୍ଜିଆ ଅଭି ମୁଖେ ଯାଉଥିବା ଏକ ବାଇକ ସହ ମୁହା ମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

The post ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଚାଲିଗଲା ମଠ ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀଙ୍କ ଜୀବନ appeared first on Dharitri Odia News.