ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ; ଭାରତ ପାଖରେ ରହିଛି କେଉଁ ଡ୍ରୋନ୍ ? ଜାଣନ୍ତୁ...

ନୂଆଦିଲ୍ଲୀ ୧୭।୦୫: ଭାରତ-ପାକିସ୍ତାନ ଯୁଦ୍ଧରେ ଲାଗିଛି ବିରାମ । କିନ୍ତୁ ଥମୁନି ଅସ୍ତ୍ରଶସ୍ତ୍ରର ଚର୍ଚ୍ଚା । ବିଶ୍ବରେ ଅନେକ ଖତରନାକ୍‌ ଅସ୍ତ୍ରଶସ୍ତ୍ର ରହିଛି । ଯାହା ସାରା ବିଶ୍ବକୁ କରିଥାଏ ଚକିତ । ଏମିତିକି ଭାରତ ମଧ୍ୟ ଏଥିରେ ନାହିଁ ପଛରେ । ନିଜର ଶକ୍ତିଶାଳୀ ମିସାଇଲ୍‌ ଓ ଡ୍ରୋନ୍‌ରେ ପାକ୍‌କୁ କରିଛି ଘାଇଲା । ଖାସ୍‌ କରି ଭାରତ-ପାକିସ୍ତାନ ଯୁଦ୍ଧରେ ଡ୍ରୋନ୍‌ ସାଜିଥିଲା ମୁଖ୍ୟ ଅସ୍ତ୍ର । ଡ୍ରୋନ୍‌ ଟେକନିକ୍‌ ଯୁଦ୍ଧର ଚିତ୍ରକୁ ହିଁ ବଦଳାଇ ଦେଇଛି । ଏହା ଛୋଟ କିନ୍ତୁ ଖୁବ୍‌ ବିପଦପୂର୍ଣ୍ଣ । ଏଗୁଡିକ ଆକାଶରେ ଗୁପ୍ତ ନଜର ରଖିବାଠାରୁ ଆରମ୍ଭ କରି ଲକ୍ଷ୍ୟସ୍ଥଳକୁ ସଠିକତାର ସହିତ କରିଥାଏ ଆଟାକ୍‌ । ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ କିଏ ? ଭାରତ ପାଖରେ କେଉଁ  ଡ୍ରୋନ୍ ରହିଛି ? ଯାହା ପାକିସ୍ତାନ ପାଇଁ ସାଜିଥିଲା କାଳ ।ଆମେରିକା ପାଖରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ । ଏହାର ନାଁ MQ-9 ରିପର । ଏହି ରିପର ୫୦ ହଜାର ଫୁଟ ଉଚ୍ଚତାରେ କାମ କରିଥାଏ । ଏହା ବାରମ୍ବାର ଇନ୍ଧନ ଭର୍ତ୍ତି ନକରି ବଡ ମିଶନକୁ ସଫଳତାର ସହ ପୂରଣ କରିଥାଏ । ଏହା ବିନା କୌଣସି ବାଧାରେ ୨୭ ଘଣ୍ଟାରେ ନିଜ ମିଶନକୁ ପୂରଣ କରିଥାଏ ।  ନୋର୍ଥରୁପ୍‌ ଗ୍ରୁମ୍ୟାନ୍‌ର RQ-4 ଗ୍ଲୋବାଲ୍ ହକ୍ ଡ୍ରୋନ୍‌ । ଏହା ମାନବ ଚାଳିତ ଡ୍ରୋନ୍‌ । ଏହା ୬୦ ହଜାର ଉଚ୍ଚରେ କାମ କରିଥାଏ ଏବଂ ବହୁତ ସମୟ ଯାଏଁ ଆକାଶରେ ରହିପାରେ । 

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ; ଭାରତ ପାଖରେ ରହିଛି କେଉଁ ଡ୍ରୋନ୍ ? ଜାଣନ୍ତୁ...

ନୂଆଦିଲ୍ଲୀ ୧୭।୦୫: ଭାରତ-ପାକିସ୍ତାନ ଯୁଦ୍ଧରେ ଲାଗିଛି ବିରାମ । କିନ୍ତୁ ଥମୁନି ଅସ୍ତ୍ରଶସ୍ତ୍ରର ଚର୍ଚ୍ଚା । ବିଶ୍ବରେ ଅନେକ ଖତରନାକ୍‌ ଅସ୍ତ୍ରଶସ୍ତ୍ର ରହିଛି । ଯାହା ସାରା ବିଶ୍ବକୁ କରିଥାଏ ଚକିତ । ଏମିତିକି ଭାରତ ମଧ୍ୟ ଏଥିରେ ନାହିଁ ପଛରେ । ନିଜର ଶକ୍ତିଶାଳୀ ମିସାଇଲ୍‌ ଓ ଡ୍ରୋନ୍‌ରେ ପାକ୍‌କୁ କରିଛି ଘାଇଲା । ଖାସ୍‌ କରି ଭାରତ-ପାକିସ୍ତାନ ଯୁଦ୍ଧରେ ଡ୍ରୋନ୍‌ ସାଜିଥିଲା ମୁଖ୍ୟ ଅସ୍ତ୍ର । ଡ୍ରୋନ୍‌ ଟେକନିକ୍‌ ଯୁଦ୍ଧର ଚିତ୍ରକୁ ହିଁ ବଦଳାଇ ଦେଇଛି । 

ଏହା ଛୋଟ କିନ୍ତୁ ଖୁବ୍‌ ବିପଦପୂର୍ଣ୍ଣ । ଏଗୁଡିକ ଆକାଶରେ ଗୁପ୍ତ ନଜର ରଖିବାଠାରୁ ଆରମ୍ଭ କରି ଲକ୍ଷ୍ୟସ୍ଥଳକୁ ସଠିକତାର ସହିତ କରିଥାଏ ଆଟାକ୍‌ । ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ କିଏ ? ଭାରତ ପାଖରେ କେଉଁ  ଡ୍ରୋନ୍ ରହିଛି ? ଯାହା ପାକିସ୍ତାନ ପାଇଁ ସାଜିଥିଲା କାଳ ।

ଆମେରିକା ପାଖରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ୍ । ଏହାର ନାଁ MQ-9 ରିପର । ଏହି ରିପର ୫୦ ହଜାର ଫୁଟ ଉଚ୍ଚତାରେ କାମ କରିଥାଏ । ଏହା ବାରମ୍ବାର ଇନ୍ଧନ ଭର୍ତ୍ତି ନକରି ବଡ ମିଶନକୁ ସଫଳତାର ସହ ପୂରଣ କରିଥାଏ । ଏହା ବିନା କୌଣସି ବାଧାରେ ୨୭ ଘଣ୍ଟାରେ ନିଜ ମିଶନକୁ ପୂରଣ କରିଥାଏ ।  

ନୋର୍ଥରୁପ୍‌ ଗ୍ରୁମ୍ୟାନ୍‌ର RQ-4 ଗ୍ଲୋବାଲ୍ ହକ୍ ଡ୍ରୋନ୍‌ । ଏହା ମାନବ ଚାଳିତ ଡ୍ରୋନ୍‌ । ଏହା ୬୦ ହଜାର ଉଚ୍ଚରେ କାମ କରିଥାଏ ଏବଂ ବହୁତ ସମୟ ଯାଏଁ ଆକାଶରେ ରହିପାରେ । ଗ୍ଲୋବାଲ୍ ହକ୍ ଗୋଟିଏ ମିଶନରେ ୩୦ ଘଣ୍ଟାରୁ ଅଧିକ ସମୟ ଯାଏଁ ଆକାଶରେ ରହିପାରିବ।

ବାୟରକଟର TB2 । ଏହା ବାୟକର ମକିନା ଦ୍ୱାରା ବିକଶିତ । ଏହା ସାରା ବିଶ୍ୱରେ ନିଜର ନାଁ କରିଛି ।  ଏହି ଡ୍ରୋନ୍ ୨୭ ହଜାର ଫୁଟ ଉଚ୍ଚତାରେ ଉଡ଼ିପାରିବ । ଏହା ବିନା କୌଣସି ସମସ୍ୟାରେ ଲଗାତର ୨୭ ଘଣ୍ଟା ପର୍ଯ୍ୟନ୍ତ ଏହାର ମିଶନକୁ ସଫଳ କରିପାରିବ । ଏହା  ୧୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବହନ କରିପାରିବ। ବାୟରକଟର TB2 ସଶସ୍ତ୍ର ଗାଡି ଏବଂ ବଡ ବଡ ଦୁର୍ଗରେ କରିଥାଏ ସଠିକ ଆଟାକ୍‌ ।  

ଚୀନ୍‌ର CH-5 ରେନବୋ । ଚୀନ୍ ଏରୋସ୍ପେସ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି କର୍ପୋରେସନ (CASC) ଦ୍ୱାରା ବିକଶିତ । ଏହା ପଶ୍ଚିମା ଦେଶଗୁଡ଼ିକର ଡ୍ରୋନ୍‌ ଗୁଡିକୁ ଦେଇଥାଏ ଟକ୍କର । ଏହା ବିନା କୌଣସି ସମସ୍ୟାରେ ଲଗାତାର ୬୦ ଘଣ୍ଟା ୩୦ ହଜାର ଫୁଟ ଉଚ୍ଚତାରେ ରହି ମିଶନକୁ ସଫଳ କରିପାରିବ ।  

ଏଲବିଟ୍ ସିଷ୍ଟମର ହର୍ମସ୍ ୯୦୦ । ଏହି ଡ୍ରୋନକୁ ଅନେକ ଦେଶ ବ୍ୟବହାର କରୁଛନ୍ତି । ଯାହା ବିନା କୌଣସି ଅସୁବିଧାରେ ୩୦ ହଜାର ଫୁଟ ଉଚ୍ଚତାରେ ମିଶନକୁ ସକ୍ସେସ୍‌ କରିଥାଏ । ହର୍ମସ୍ ୯୦୦ ୩୬ ଘଣ୍ଟାରୁ ଅଧିକ ସମୟ ପାଇଁ ଲଗାତର କାମ କରିପାରିବ । ଏହା ୩୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଜିନିଷ ବହନ କରିପାରିବ । ଏଥିରେ ସିନ୍ଥେଟିକ୍ ଅପେର୍ଚର ରାଡାର ଏବଂ ସାମୁଦ୍ରିକ ପାଟ୍ରୋଲ୍ ରାଡାର ସହିତ ବିଭିନ୍ନ ସେନ୍ସର ଏବଂ ଯୋଗାଯୋଗ ବ୍ୟବସ୍ଥା ଅଛି।

ଏହା ପଛକୁ ରହିଛି ରୁଷର S-70 ଓଖୋଟନିକ୍ (ହଣ୍ଟର) । ଏହା ହେଉଛି ଏକ ପରବର୍ତ୍ତୀ ପିଢ଼ିର ଅଣମାନବହୀନ ଯୁଦ୍ଧ ବିମାନ ଯାନ ।ଯାହାକୁ ଯେକୌଣସି ପ୍ରକାରର ମିଶନ ପାଇଁ ବ୍ୟବହାର କରାଯାଇପାରିବ। S-70 ଓଖୋଟନିକ୍କୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ମିଶନକୁ ସଫଳ କରାଯାଇପାରିବ । ଏହା ଅତ୍ୟାଧୁନିକ ରାଡାର-ଏବେଡିଙ୍ଗ ଟେକନିକ୍‌ରେ ନିର୍ମିତ । ଏହା ରୁଷର ଭବିଷ୍ୟତର ଆକାଶ ଯୁଦ୍ଧ ରଣନୀତିର ଏକ ପ୍ରମୁଖ ଉପାଦାନ । 

MQ-9B ପ୍ରିଡେଟର ରିପର । ଏହି ଡ୍ରୋନ୍‌ ସାହାଯ୍ୟରେ ପାକିସ୍ତାନରେ ଧ୍ୱଂସଲୀଳା କରିଥିଲା ଭାରତ  । ଏହା ଭାରତ ପାଖରେ ଥିବା ସବୁଠାରୁ ବିପଦପୂର୍ଣ୍ଣ ଡ୍ରୋନ ମଧ୍ୟରୁ ଗୋଟିଏ । ଏହି ଡ୍ରୋନ୍ ପାଇଁ ଆମେରିକା ସହିତ ଡିଲ୍‌ କରିଥିଲା ଭାରତ । ଏହାର ୩୧ ୟୁନିଟ୍ ପାଇଁ ଭାରତକୁ ଦେବାକୁ ପଡିଥିଲା ୩୨ ହଜାର କୋଟି ।

MQ-9B ହେଉଛି ଏକ ହଣ୍ଟର-କିଲର ଡ୍ରୋନ । ଏହାର ପରିସର ୧୯୦୦ କିଲୋମିଟର ଏବଂ ଏହା ୧୭୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ବହନ କରିପାରିବ। ଏହାକୁ ଗୁଇନ୍ଦାଗିରି ଏବଂ ସଠିକ ଆକ୍ରମଣ ପାଇଁ ଡିଜାଇନ୍ କରାଯାଇଛି । ଯାହା ଭାରତର ସୀମାରେ ବିଶେଷକରି ପାକିସ୍ତାନ ଏବଂ ଚୀନ୍ ଉପରେ ନଜର ରଖିବା ଏବଂ ଆକ୍ରମଣ କରିବାକୁ ରହିଥାଏ ପ୍ରସ୍ତୁତ ।