ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ପ୍ରସ୍ତୁତ, ଟ୍ରାଏଲ ସଫଳ ...ଏଫିଲ ଟାଓ୍ଵାରଠୁ ବି ଉଚ୍ଚ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ରିୟାସୀରେ ଦୁନିଆର ସବୁଠୁ ଉଚ୍ଚ ରେଲଓ୍ଵେ ସେତୁର ନିର୍ମାଣ କାମ ପାଖାପାଖି ପୂରା ହୋଇ ସାରିଛି। ରେଲୱେର ବରିଷ୍ଠ ଅଧିକାରୀ ପୋଲର ଯାଞ୍ଚ କରିଛନ୍ତି । ଦୁନିଆର ସବୁଠୁ ଉଚ୍ଚ ବ୍ରିଜରେ ଆଜି ପରୀକ୍ଷାମୂଳକ ଭାବେ ଟ୍ରେନ ଚଲା ଯାଇଛି। ଏହାପରେ ଉତ୍ତରାଞ୍ଚଳ ରେଲୱେ ଏହି ପୋଲ ଉପରେ ଟ୍ରେନ୍ ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ବ୍ରିଜ୍ ସଙ୍ଗଲଦାନକୁ ରାମବନ ଜିଲ୍ଲା ସହ ସଂଯୋଗ କରୁଛି। ରେଲୱେର ଜଣେ ଇଞ୍ଜିନିୟର ଦୀପକ କୁମାର କହିଛନ୍ତି, ସେତୁ ଉପରେ ଟ୍ରେନ୍ ସେବା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହି ସଫଳତା ପାଇଁ ଆମେ ଆଜି ବହୁତ ଖୁସି। ଇଞ୍ଜିନିୟର ଓ ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମରେ ଦୁନିଆର ସର୍ବୋଚ୍ଚ ରେଲଓ୍ଵେ ସେତୁର କାମ ସଂପୂର୍ଣ୍ଣ ହୋଇ ପାରିଛି। ସଂପ୍ରତି ଟ୍ରେନ କନ୍ୟାକୁମାରୀରୁ କଟରା ପର୍ଯ୍ୟନ୍ତ ଚଳାଚଳ କରୁଛି। ଉଧମପୁରା ଶ୍ରୀନଗର ବାରାମୂଳା ରେଳ ଲିଙ୍କ୍ ପ୍ରକଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ। ଏହି ପ୍ରୋଜେକ୍ଟର ଉଦ୍ଘାଟନ ୨୦୨୪ ଫେବ୍ରୁଆରୀ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିଲା । ଏହି ପ୍ରୋଜେକ୍ଟରେ ୪୮.୧ କିମିର ବନିହାଲ-ସଙ୍ଗଲଦୋନର ରେଳ ଲାଇନ୍ ମଧ୍ୟ ସାମିଲ। ପ୍ରଥମ ପର୍ଯ୍ୟାୟରେ ୧୧୮ କିମିର କାଜିଗୁଞ୍ଜ-ବାରାମୂଳାର ସେକ୍ସନ ନିର୍ମାଣ କରାଯାଇଥିଲା। ଏହାର ଉଦଘାଟନ ୨୦୦୯ ଅକ୍ଟୋବରରେ ହୋଇଥିଲା।ତେବେ ଅନେକ ପର୍ଯ

ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ପ୍ରସ୍ତୁତ, ଟ୍ରାଏଲ ସଫଳ ...ଏଫିଲ ଟାଓ୍ଵାରଠୁ ବି ଉଚ୍ଚ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ରିୟାସୀରେ ଦୁନିଆର ସବୁଠୁ ଉଚ୍ଚ ରେଲଓ୍ଵେ ସେତୁର ନିର୍ମାଣ କାମ ପାଖାପାଖି ପୂରା ହୋଇ ସାରିଛି। ରେଲୱେର ବରିଷ୍ଠ ଅଧିକାରୀ ପୋଲର ଯାଞ୍ଚ କରିଛନ୍ତି । ଦୁନିଆର ସବୁଠୁ ଉଚ୍ଚ ବ୍ରିଜରେ ଆଜି ପରୀକ୍ଷାମୂଳକ ଭାବେ ଟ୍ରେନ ଚଲା ଯାଇଛି। ଏହାପରେ ଉତ୍ତରାଞ୍ଚଳ ରେଲୱେ ଏହି ପୋଲ ଉପରେ ଟ୍ରେନ୍ ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହି ବ୍ରିଜ୍ ସଙ୍ଗଲଦାନକୁ ରାମବନ ଜିଲ୍ଲା ସହ ସଂଯୋଗ କରୁଛି। 

ରେଲୱେର ଜଣେ ଇଞ୍ଜିନିୟର ଦୀପକ କୁମାର କହିଛନ୍ତି, ସେତୁ ଉପରେ ଟ୍ରେନ୍ ସେବା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହି ସଫଳତା ପାଇଁ ଆମେ ଆଜି ବହୁତ ଖୁସି। ଇଞ୍ଜିନିୟର ଓ ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମରେ ଦୁନିଆର ସର୍ବୋଚ୍ଚ ରେଲଓ୍ଵେ ସେତୁର କାମ ସଂପୂର୍ଣ୍ଣ ହୋଇ ପାରିଛି। 

ସଂପ୍ରତି ଟ୍ରେନ କନ୍ୟାକୁମାରୀରୁ କଟରା ପର୍ଯ୍ୟନ୍ତ ଚଳାଚଳ କରୁଛି। ଉଧମପୁରା ଶ୍ରୀନଗର ବାରାମୂଳା ରେଳ ଲିଙ୍କ୍ ପ୍ରକଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ। ଏହି ପ୍ରୋଜେକ୍ଟର ଉଦ୍ଘାଟନ ୨୦୨୪ ଫେବ୍ରୁଆରୀ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିଲା । ଏହି ପ୍ରୋଜେକ୍ଟରେ ୪୮.୧ କିମିର ବନିହାଲ-ସଙ୍ଗଲଦୋନର ରେଳ ଲାଇନ୍ ମଧ୍ୟ ସାମିଲ। ପ୍ରଥମ ପର୍ଯ୍ୟାୟରେ ୧୧୮ କିମିର କାଜିଗୁଞ୍ଜ-ବାରାମୂଳାର ସେକ୍ସନ ନିର୍ମାଣ କରାଯାଇଥିଲା। ଏହାର ଉଦଘାଟନ ୨୦୦୯ ଅକ୍ଟୋବରରେ ହୋଇଥିଲା।

ତେବେ ଅନେକ ପର୍ଯ୍ୟାୟ ନିର୍ମାଣ ପରେ ୨୦୧୪ରେ ୨୫ କିମି ଦୀର୍ଘ ଉଧମପୁର –କଟରା ସେକ୍ସନର ଉଦ୍ଘାଟନ ହୋଇଥିଲା। ଚେନାବ ରେଲୱେ ପୋଲ ଚେନାବ ନଦୀ ଠାରୁ ପାଖାପାଖି  ୩୫୯ମିଟର (୧୧୭୮ ଫୁଟ) ଉପରେ। ଏହା ଏଫିଲ୍ ଟାୱର ଠାରୁ ପାଖାପାଖି ୩୫ ମିଟରରୁ ଅଧିକ ଉଚ୍ଚ। ୧,୩୧୫ ମିଟର ଦୀର୍ଘ ଏହି ପୋଲ ବର୍ଡର ପ୍ରୋଜେକ୍ଟର ଅଂଶ ବିଶେଷ , ଯାହାର ମୂଳ ଲକ୍ଷ୍ୟ କାଶ୍ମୀର ଘାଟୀରେ ଭାରତୀୟ ରେଲୱେ ସେବାକୁ ବୃଦ୍ଧି କରିବା।