ବିଶ୍ୱର ସବୁଠୁ ଓଜନଦାର ବ୍ୟକ୍ତି: ୬ ମାସ ତଳେ ଓଜନ ଥିଲେ ୬୧୦ କିଲୋ, ଏବେ ଖଲିଦ ହୋଇଯାଇଛନ୍ତି ୬୩
ମୁମ୍ଵାଇ ୧୬।୦୮: ସବୁଠୁ ଓଜନଦାର ବ୍ୟକ୍ତି ଭାବେ ପରିଚିତ ଖଲିଦ ବିନ ମୋହସେନ ଶାରି। ସେ ଏବେ ୫୪୨ କିଲୋ ଓଜନ କମାଇଛନ୍ତି । ଏଥିପାଇଁ ସାଉଦି ଆରବର ପୂର୍ବତନ ରାଜା ଅବଦୁଲ୍ଲା ତାଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି । ୨୦୧୩ ମସିହାରେ, ଖଲିଦଙ୍କ ଓଜନ ଥିଲା ୬୧୦ କିଲୋ । ତାହା ତାଙ୍କ ଜୀବନ ପ୍ରତି ବଡ଼ ବିପଦ ଥିଲା । ଏଥିପାଇଁ ସେ ଦୀର୍ଘ ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ବିଛଣାରେ ପଡ଼ି ରହିଥିଲେ । ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ତାଙ୍କୁ ପରିବାର ଓ ପରିଜନଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ତାଙ୍କର ଏହି ଅବସ୍ଥା ଦେଖି ସାଉଦି ରାଜା ଆବଦୁଲ୍ଲା ତାଙ୍କ ଜୀବନ ବଞ୍ଚାଇବାକୁ ଯୋଜନା କଲେ।ସେ ଖଲିଦଙ୍କ ପାଇଁ ମାଗଣାରେ ସର୍ବୋତ୍କୃଷ୍ଟ ଚିକିତ୍ସା ବନ୍ଦୋବସ୍ତ କଲେ । ଖଲିଦଙ୍କୁ ଜଜାନ ସ୍ଥିତ ନିଜ ଘରୁ ରିୟାଧ ସ୍ଥିତ ଫହାଦ ମେଡିକାଲ ସିଟିକୁ ଫୋର୍କଲିଫ୍ଟ ଜରିଆରେ ସ୍ୱତନ୍ତ୍ର ରୂପେ ଡିଜାଇନ୍ ହୋଇଥିବା ଖଟିଆରେ ନିଆଗଲା । ମେଡିକାଲର ୩୦ ଜଣ କର୍ମଚାରୀଙ୍କର ଏକ ଟିମ୍ ଖଲିଦଙ୍କ ଚିକିତ୍ସା ଓ ଖାଦ୍ୟପେୟ ବ୍ୟବସ୍ଥାରେ ନିୟୋଜିତ ହେଲେ । ଖଲିଦଙ୍କ ଚିକିତ୍ସାରେ ଗ୍ୟାସ୍ଟ୍ରିକ ବାଇପାସ୍ ସର୍ଜରି, ଅନୁକୂଳ ଖାଦ୍ୟ ଓ ବ୍ୟାୟାମ ସହିତ ପୁଣି ଥରେ ଚଲାବୁଲା କରିବା ଲାଗି କଠିନ ଶାରୀରିକ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଆଯାଇଥିଲା । ଅଗ୍ରଣି ମଧ୍ୟପ୍ରାଚ୍ୟ ବୈଜ୍ଞାନିକଙ୍କ ସମର୍ଥନରେ ଖଲିଦଙ୍କଠାରେ ଚମତ୍କାର ଫ
ମୁମ୍ଵାଇ ୧୬।୦୮: ସବୁଠୁ ଓଜନଦାର ବ୍ୟକ୍ତି ଭାବେ ପରିଚିତ ଖଲିଦ ବିନ ମୋହସେନ ଶାରି। ସେ ଏବେ ୫୪୨ କିଲୋ ଓଜନ କମାଇଛନ୍ତି । ଏଥିପାଇଁ ସାଉଦି ଆରବର ପୂର୍ବତନ ରାଜା ଅବଦୁଲ୍ଲା ତାଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି । ୨୦୧୩ ମସିହାରେ, ଖଲିଦଙ୍କ ଓଜନ ଥିଲା ୬୧୦ କିଲୋ । ତାହା ତାଙ୍କ ଜୀବନ ପ୍ରତି ବଡ଼ ବିପଦ ଥିଲା । ଏଥିପାଇଁ ସେ ଦୀର୍ଘ ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ବିଛଣାରେ ପଡ଼ି ରହିଥିଲେ । ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ମଧ୍ୟ ତାଙ୍କୁ ପରିବାର ଓ ପରିଜନଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ତାଙ୍କର ଏହି ଅବସ୍ଥା ଦେଖି ସାଉଦି ରାଜା ଆବଦୁଲ୍ଲା ତାଙ୍କ ଜୀବନ ବଞ୍ଚାଇବାକୁ ଯୋଜନା କଲେ।
ସେ ଖଲିଦଙ୍କ ପାଇଁ ମାଗଣାରେ ସର୍ବୋତ୍କୃଷ୍ଟ ଚିକିତ୍ସା ବନ୍ଦୋବସ୍ତ କଲେ । ଖଲିଦଙ୍କୁ ଜଜାନ ସ୍ଥିତ ନିଜ ଘରୁ ରିୟାଧ ସ୍ଥିତ ଫହାଦ ମେଡିକାଲ ସିଟିକୁ ଫୋର୍କଲିଫ୍ଟ ଜରିଆରେ ସ୍ୱତନ୍ତ୍ର ରୂପେ ଡିଜାଇନ୍ ହୋଇଥିବା ଖଟିଆରେ ନିଆଗଲା । ମେଡିକାଲର ୩୦ ଜଣ କର୍ମଚାରୀଙ୍କର ଏକ ଟିମ୍ ଖଲିଦଙ୍କ ଚିକିତ୍ସା ଓ ଖାଦ୍ୟପେୟ ବ୍ୟବସ୍ଥାରେ ନିୟୋଜିତ ହେଲେ । ଖଲିଦଙ୍କ ଚିକିତ୍ସାରେ ଗ୍ୟାସ୍ଟ୍ରିକ ବାଇପାସ୍ ସର୍ଜରି, ଅନୁକୂଳ ଖାଦ୍ୟ ଓ ବ୍ୟାୟାମ ସହିତ ପୁଣି ଥରେ ଚଲାବୁଲା କରିବା ଲାଗି କଠିନ ଶାରୀରିକ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଆଯାଇଥିଲା । ଅଗ୍ରଣି ମଧ୍ୟପ୍ରାଚ୍ୟ ବୈଜ୍ଞାନିକଙ୍କ ସମର୍ଥନରେ ଖଲିଦଙ୍କଠାରେ ଚମତ୍କାର ଫଳ ଲକ୍ଷ୍ୟ କରାଗଲା । ଦିନେ ବିଶ୍ୱର ସବୁଠୁ ଓଜନଦାର ଜୀବିତ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିବା ଖଲିଦଙ୍କ ଶାରୀରିକ ଗଠନରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ହେଲା।
ମାତ୍ର ୬ ମାସରେ ନିଜ ଓଜନର ପ୍ରାୟ ଅଧା ସେ ହ୍ରାସ କଲେ । ୨୦୨୩ ମସିହା ସୁଦ୍ଧା ଖଲିଦଙ୍କ ଓଜନ ଆଶ୍ଚର୍ଯ୍ୟଜନକ ଭାବେ ୫୪୨ କିଲୋ ହ୍ରାସ ପାଇଥିଲା। ଫଳରେ ତାଙ୍କ ଓଜନ ୬୩.୫ କିଲୋ ହେଲା, ଯାହା ଜଣେ ସୁସ୍ଥ ବ୍ୟକ୍ତିର ଓଜନ ସହ ସମାନ । ଶାରୀରିକ ପରିବର୍ତ୍ତନ ଲାଗି ତାଙ୍କୁ ଅନେକ ତ୍ୱଚା ଅପସାରଣ ସର୍ଜରିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହା ଲୋକଙ୍କ ଓଜନ ହ୍ରାସ ପାଇଁ କରାଯାଉଥିବା ଏକ ସାଧାରଣ ପ୍ରକ୍ରିୟା । ଖଲିଦ ଏବେ ନିଜକୁ ବିଶ୍ୱର ସବୁଠୁ ସୁଖୀ ବ୍ୟକ୍ତି ବୋଲି କହୁଛନ୍ତି । ତାଙ୍କ ଖୁସି ଦେଖି ମେଡିକାଲ କର୍ମଚାରୀ ତାଙ୍କ ନାଁ ଦେଇଛନ୍ତି ‘ଦ ସ୍ମାଇଲିଂ ମ୍ୟାନ୍’ ।