ମହଙ୍ଗା ରିଚାର୍ଜ ପ୍ଲାନ ଯୋଗୁ ସିମ୍ ପୋର୍ଟ କରିବାରେ ଭାଙ୍ଗିଲା ରେକର୍ଡ, ୬ ଜୁଲାଇ ସୁଦ୍ଧା ୧୦୦ କୋଟି ପାର

ନୂଆଦିଲ୍ଲୀ : ଘରୋଇ ଟେଲିକମ କମ୍ପାନୀ ଜୁଲାଇ ୩ ତାରିଖରେ ରିଚାର୍ଜ ପ୍ଲାନ ଟାରିଫ ବୃଦ୍ଧି ଘୋଷଣା କରିଥିଲେ। ଟାରିଫ ପ୍ଲାନ ମୂଲ୍ୟ ବୃଦ୍ଧି ହେବା ପରେ ଲୋକେ ପୁଣି ଥରେ ସରକାରୀ ସର୍ଭିସ ପ୍ରୋଭାଇଡରଙ୍କ ଉପରେ ନିଜର ଭରସା ସ୍ଥାପନ କରିଛନ୍ତି। ଫଳରେ ଲୋକେ ସେମାନଙ୍କ ନମ୍ବର ପୋର୍ଟ କରୁଥିବାବେଳେ ଏହା ଏବେ ରେକର୍ଡ ଭାଙ୍ଗିଛି। ବିଏସଏନଏଲ ସହିତ ଲୋକେ ଲଗାତର ସଂଯୁକ୍ତ ହେବାକୁ ଲାଗିଥିବା ବେଳେ ସିମ୍ ପୋର୍ଟ ମାମଲାରେ ଭାରତୀୟ ରେକର୍ଡ କରିଛନ୍ତି। ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେସନ (ଡିଓଟି) ପକ୍ଷରୁ ମୋବାଇଲ ୟୁଜରଙ୍କୁ ନମ୍ବର ନ ବଦଳାଇ ନେଟୱାର୍କ ପ୍ରୋଭାଇଡର ବଦଳାଇବାର  ସୁବିଧା ପ୍ରଦାନ କରୁଛନ୍ତି। ଡିଓଟିଙ୍କ ରିପୋର୍ଟ ଅନୁସାରେ ଘରୋଇ କମ୍ପାନୀଙ୍କ ଟାରିଫ ବୃଦ୍ଧି ଘୋଷଣା ପରଠାରୁ ଜୁଲାଇ ୬ ତାରିଖ ସୁଦ୍ଧା ମୋବାଇଲ ନମ୍ବର ପୋର୍ଟେବିଲିଟି ସର୍ଭିସ ୧୦୦ କୋଟି ପାର କରିଯାଇଛି। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟିଆରଏଆଇ)ଙ୍କ ଅନୁସାରେ ଭାରତରେ ହାରାହାରି ମାସକୁ ୧.୧ କୋଟି ଲୋକେ ମୋବାଇଲ ସିମ୍ ପୋର୍ଟ କରିବାକୁ ରିକ୍ୱେଷ୍ଟ କରନ୍ତି। ପୂର୍ବରୁ ଯଦି କୌଣସି ୟୁଜରଙ୍କ ସିମ୍‌ ହଜି ଯାଉଥିଲା ବା ନଷ୍ଟ ହୋଇଯାଉଥିଲା ସେ ତୁରନ୍ତ ନିଜ ନମ୍ବରକୁ ଅନ୍ୟ ସିମ୍ କାର୍ଡକୁ ଟ୍ରାନ୍ସଫର କରିଦେଇ ପାରୁଥିଲେ। କିନ୍ତୁ ଏବେ ନିୟମ ବଦଳି ଯାଇଛି। ୟୁଜର ଯଦି ଏବେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଅପ

ମହଙ୍ଗା ରିଚାର୍ଜ ପ୍ଲାନ ଯୋଗୁ ସିମ୍ ପୋର୍ଟ କରିବାରେ ଭାଙ୍ଗିଲା ରେକର୍ଡ, ୬ ଜୁଲାଇ ସୁଦ୍ଧା ୧୦୦ କୋଟି ପାର

ନୂଆଦିଲ୍ଲୀ : ଘରୋଇ ଟେଲିକମ କମ୍ପାନୀ ଜୁଲାଇ ୩ ତାରିଖରେ ରିଚାର୍ଜ ପ୍ଲାନ ଟାରିଫ ବୃଦ୍ଧି ଘୋଷଣା କରିଥିଲେ। ଟାରିଫ ପ୍ଲାନ ମୂଲ୍ୟ ବୃଦ୍ଧି ହେବା ପରେ ଲୋକେ ପୁଣି ଥରେ ସରକାରୀ ସର୍ଭିସ ପ୍ରୋଭାଇଡରଙ୍କ ଉପରେ ନିଜର ଭରସା ସ୍ଥାପନ କରିଛନ୍ତି। ଫଳରେ ଲୋକେ ସେମାନଙ୍କ ନମ୍ବର ପୋର୍ଟ କରୁଥିବାବେଳେ ଏହା ଏବେ ରେକର୍ଡ ଭାଙ୍ଗିଛି। ବିଏସଏନଏଲ ସହିତ ଲୋକେ ଲଗାତର ସଂଯୁକ୍ତ ହେବାକୁ ଲାଗିଥିବା ବେଳେ ସିମ୍ ପୋର୍ଟ ମାମଲାରେ ଭାରତୀୟ ରେକର୍ଡ କରିଛନ୍ତି। 

ଡିପାର୍ଟମେଣ୍ଟ ଅଫ ଟେଲି କମ୍ୟୁନିକେସନ (ଡିଓଟି) ପକ୍ଷରୁ ମୋବାଇଲ ୟୁଜରଙ୍କୁ ନମ୍ବର ନ ବଦଳାଇ ନେଟୱାର୍କ ପ୍ରୋଭାଇଡର ବଦଳାଇବାର  ସୁବିଧା ପ୍ରଦାନ କରୁଛନ୍ତି। ଡିଓଟିଙ୍କ ରିପୋର୍ଟ ଅନୁସାରେ ଘରୋଇ କମ୍ପାନୀଙ୍କ ଟାରିଫ ବୃଦ୍ଧି ଘୋଷଣା ପରଠାରୁ ଜୁଲାଇ ୬ ତାରିଖ ସୁଦ୍ଧା ମୋବାଇଲ ନମ୍ବର ପୋର୍ଟେବିଲିଟି ସର୍ଭିସ ୧୦୦ କୋଟି ପାର କରିଯାଇଛି। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟିଆରଏଆଇ)ଙ୍କ ଅନୁସାରେ ଭାରତରେ ହାରାହାରି ମାସକୁ ୧.୧ କୋଟି ଲୋକେ ମୋବାଇଲ ସିମ୍ ପୋର୍ଟ କରିବାକୁ ରିକ୍ୱେଷ୍ଟ କରନ୍ତି। 

ପୂର୍ବରୁ ଯଦି କୌଣସି ୟୁଜରଙ୍କ ସିମ୍‌ ହଜି ଯାଉଥିଲା ବା ନଷ୍ଟ ହୋଇଯାଉଥିଲା ସେ ତୁରନ୍ତ ନିଜ ନମ୍ବରକୁ ଅନ୍ୟ ସିମ୍ କାର୍ଡକୁ ଟ୍ରାନ୍ସଫର କରିଦେଇ ପାରୁଥିଲେ। କିନ୍ତୁ ଏବେ ନିୟମ ବଦଳି ଯାଇଛି। ୟୁଜର ଯଦି ଏବେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ସିମ୍ ସ୍ୱାପିଙ୍ଗ ଫ୍ରଡରୁ ବର୍ତ୍ତିବା ପାଇଁ ଓ ସୁରକ୍ଷାକୁ ମଜଭୁତ କରିବା ପାଇଁ ଏହା କରାଯାଉଛି।