ବିଶ୍ୱର ସବୁଠୁ ଦାମୀ କଣ୍ଡୋମ: ଦାମ୍ ଜାଣିଲେ ଉଡ଼ିଯିବ ହୋଶ୍
ଗତ କିଛି ବର୍ଷ ମଧ୍ୟରେ, ବିଶେଷକରି ବୟସ୍କ ଦମ୍ପତିଙ୍କ ମଧ୍ୟରେ କଣ୍ଡୋମର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅବାଞ୍ଛିତ ଗର୍ଭଧାରଣକୁ ଏଡାଇବା ପାଇଁ ବୟସ୍କ ଦମ୍ପତିମାନେ ଏହାକୁ ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କୌଣସି ପ୍ରକାରର ବିପଦକୁ ଏଡାଇବା ପାଇଁ ପୁଅମାନଙ୍କ ଅପେକ୍ଷା ଝିଅମାନେ ଏହାକୁ ଅଧିକ ବ୍ୟବହାର କରୁଛନ୍ତି। ବିଭିନ୍ନ ପ୍ରକାରର କଣ୍ଡୋମ ଅଛି, ଯାହାର ମୂଲ୍ୟ ସେମାନଙ୍କର ଗୁଣବତ୍ତା ଅନୁସାରେ ନିର୍ଣ୍ଣୟ କରାଯାଏ। ଆଜି […] The post ବିଶ୍ୱର ସବୁଠୁ ଦାମୀ କଣ୍ଡୋମ: ଦାମ୍ ଜାଣିଲେ ଉଡ଼ିଯିବ ହୋଶ୍ appeared first on Dharitri Odia News.
ଗତ କିଛି ବର୍ଷ ମଧ୍ୟରେ, ବିଶେଷକରି ବୟସ୍କ ଦମ୍ପତିଙ୍କ ମଧ୍ୟରେ କଣ୍ଡୋମର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅବାଞ୍ଛିତ ଗର୍ଭଧାରଣକୁ ଏଡାଇବା ପାଇଁ ବୟସ୍କ ଦମ୍ପତିମାନେ ଏହାକୁ ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କୌଣସି ପ୍ରକାରର ବିପଦକୁ ଏଡାଇବା ପାଇଁ ପୁଅମାନଙ୍କ ଅପେକ୍ଷା ଝିଅମାନେ ଏହାକୁ ଅଧିକ ବ୍ୟବହାର କରୁଛନ୍ତି। ବିଭିନ୍ନ ପ୍ରକାରର କଣ୍ଡୋମ ଅଛି, ଯାହାର ମୂଲ୍ୟ ସେମାନଙ୍କର ଗୁଣବତ୍ତା ଅନୁସାରେ ନିର୍ଣ୍ଣୟ କରାଯାଏ। ଆଜି ଏମିତି ଏକ କଣ୍ଡୋମ ବିଷୟରେ କହିବାକୁ ଯାଉଛୁ, ଯାହାର ମୂଲ୍ୟରେ ଜଣେ ଦୁବାଇର ପଞ୍ଚତାରକା ହୋଟେଲରେ ପାଞ୍ଚ ରାତି ବିତାଇ ପାରିବେ।
ବିଶ୍ୱର ସବୁଠାରୁ ମହଙ୍ଗା କଣ୍ଡୋମଟି ୨୦୦ ବର୍ଷ ପୁରୁଣା। ଏହି କଣ୍ଡୋମ ମେଣ୍ଢା ଅନ୍ତନଳୀରୁ ତିଆରି କରାଯାଇଛି। ସ୍ପେନରେ ହୋଇଥିବା ଏକ ନିଲାମରେ ଏହାକୁ ପ୍ରାୟ ୪୪,୦୦୦ ଟଙ୍କାରେ ବିକ୍ରି କରାଯାଇଥିଲା। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ୪୪ ହଜାର ଟଙ୍କାରେ ବିକ୍ରି ହୋଇଥିବା ଏହି କଣ୍ଡୋମର କୌଣସି ନାମ ନାହିଁ।
ଏହି ଐତିହାସିକ କଣ୍ଡୋମଟି ଫ୍ରାନ୍ସରେ ଆବିଷ୍କୃତ ହୋଇଥିଲା, ଯାହାକୁ ପରେ ନିଲାମ କରାଯାଇଥିଲା। ଏହାର ଲମ୍ବ ଥିଲା ୧୯ ସେମି ଅର୍ଥାତ୍ ୭ ଇଞ୍ଚ। ଏହାକୁ ଆମଷ୍ଟରଡାମର ଜଣେ ବ୍ୟକ୍ତି ଉଚ୍ଚ ନିଲାମ ଦେଇ କିଣିଥିଲେ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଯେ, ଏହାକୁ ହାତରେ ତିଆରି କରାଯାଇଥିଲା, ଯାହା ଆଜିର ସମୟରେ ତିଆରି କରିବା ବହୁତ କଷ୍ଟକର କାମ। ୧୮ଶ ଶତାବ୍ଦୀରେ, ମେଣ୍ଢା, ଘୁଷୁରୀ, ବାଛୁରୀ ଏବଂ ଛେଳିଙ୍କ ଅନ୍ତନଳୀରୁ ଏପରି କଣ୍ଡୋମ ତିଆରି କରାଯାଉଥିଲା। ସେହି ସମୟରେ ଏହି ପ୍ରକାରର କଣ୍ଡୋମ ନିଜସ୍ବ ଭାବରେ ଅନନ୍ୟ ଥିଲା, କାରଣ ସେତେବେଳର ଲୋକମାନଙ୍କର କଣ୍ଡୋମ ଏବଂ ଗର୍ଭନିରୋଧକ ବିଷୟରେ ବହୁତ ସୀମିତ ଜ୍ଞାନ ଥିଲା।
ବର୍ତ୍ତମାନ ବଜାରରେ ଉପଲବ୍ଧ ସବୁଠାରୁ ମହଙ୍ଗା କଣ୍ଡୋମ ହେଉଛି SKYN Supreme Feel Condoms। ଏହାର ୧୦ ପିସ୍ କିଣନ୍ତି, ତେବେ ମୋଟ ୧୦୦ ଡଲାର ଖର୍ଚ୍ଚ କରିବାକୁ ପଡିବ, ଯାହା ପ୍ରାୟ ୮,୩୦୦ ଭାରତୀୟ ଟଙ୍କା।
The post ବିଶ୍ୱର ସବୁଠୁ ଦାମୀ କଣ୍ଡୋମ: ଦାମ୍ ଜାଣିଲେ ଉଡ଼ିଯିବ ହୋଶ୍ appeared first on Dharitri Odia News.