ବିଶ୍ୱର ସବୁଠୁ ଧନୀ ସହର ନ୍ୟୁୟର୍କ, ବସବାସ କରୁଥିବା ପ୍ରତି ବ୍ୟକ୍ତି ଅରବପତି

ନୂଆଦିଲ୍ଲୀ ୨୨।୦୮; ବିଶ୍ୱର ସବୁଠୁ ଧନୀ ସହର ନ୍ୟୁୟର୍କ । ଏଠାରେ ବାସ କରୁଥିବା ପ୍ରତି ୨୪ ଜଣରେ ଜଣେ ବ୍ୟକ୍ତି ଅରବପତି । ଏହି ସଂଖ୍ୟା ଲଗାତାର ବଢ଼ିଚାଲିଛି । ଏହା ବିଶ୍ୱର ସବୁଠୁ ଧନୀ ମହାନଗର ତାଲିକାର ଶୀର୍ଷରେ ରହିଛି । ହେନଲି ଆଣ୍ଡ୍‌ ପାର୍ଟନର୍ସ ଦ୍ୱାରା ଜାରି ବିଶ୍ୱର ସବୁଠୁ ଧନୀ ସହର ତାଲିକା ଅନୁସାରେ, ନ୍ୟୁୟର୍କରେ ପ୍ରାୟ ୩,୪୯,୫୦୦ କୋଟିପତି ବାସ କରୁଛନ୍ତି । ୨୦୧୨-୨୦୨୨ ମସିହା ମଧ୍ୟରେ ଏଠାରେ ବାସ କରୁଥିବା ସବୁଠୁ ଅଧିକ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ୪୦ ପ୍ରତିଶତ ବଢ଼ିଛି। କରୋନା ମହାମାରୀ ଯୋଗୁ ସହରରୁ ଧନୀ ଲୋକଙ୍କ ପଳାୟନ ସତ୍ତେ୍ୱ ଏହି ସଂଖ୍ୟା ବଢ଼ିଛି । ନ୍ୟୁୟର୍କର ମୋଟ୍‌ ଜନସଂଖ୍ୟା ପ୍ରାୟ ୮୨ ଲକ୍ଷ । ରିପୋର୍ଟ ଅନୁସାରେ, ସହରର ୭୪୪ ଜଣ ଲୋକଙ୍କ ପାଖରେ ୧ କୋଟି ଡଲାରରୁ ଅଧିକ ସମ୍ପତ୍ତି ଅଛି । ଆର୍ଥିକ ବୃଦ୍ଧି, ଭିତ୍ତିଭୂମି ବିକାଶ, ସଂଯୋଗ ଓ ଉଚ୍ଚ ଆବାସିକ ମୂଲ୍ୟ ଆଧାରରେ ଏସିଆରୁ ଉତ୍ତର ଆମେରିକା ଅନେକ ସହରରେ ଧନୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା । ଏଥିସହିତ ବଜାର ବୃଦ୍ଧି, ବ୍ୟବସାୟ ଏବଂ ସେଠାରେ ବାସ କରୁଥିବା କୋଟିପତି ଓ ଅରବପତିଙ୍କ ସଂଖ୍ୟା ସହରର ମୋଟାମୋଟି ସମ୍ପତ୍ତିକୁ ଦର୍ଶାଉଛି । ହେନ୍‌ଲି ଆଣ୍ଡ ପାର୍ଟନର୍ସ ବିଶ୍ୱର ଶୀର୍ଷ ୧୦ ଧନୀ ସହର ସମ୍ପର୍କିତ ରିପୋର୍ଟ ଜାରିଛି । ଅଧିକ ସମ୍ପତ୍ତି, ସମୃଦ୍ଧ ଐତିହ୍ୟ, ଭୌଗୋଳିକ ଦୃଶ୍ୟପଟ୍ଟ, ଏଣ୍ଟରପ୍ରାଇଜ୍‌ ଓ ବିଶ୍ୱକୁ ପ୍ରଭାବିତ କରୁଥିବା ଆଞ୍ଚଳିକ ବ

ବିଶ୍ୱର ସବୁଠୁ ଧନୀ ସହର ନ୍ୟୁୟର୍କ, ବସବାସ କରୁଥିବା ପ୍ରତି ବ୍ୟକ୍ତି ଅରବପତି

ନୂଆଦିଲ୍ଲୀ ୨୨।୦୮; ବିଶ୍ୱର ସବୁଠୁ ଧନୀ ସହର ନ୍ୟୁୟର୍କ । ଏଠାରେ ବାସ କରୁଥିବା ପ୍ରତି ୨୪ ଜଣରେ ଜଣେ ବ୍ୟକ୍ତି ଅରବପତି । ଏହି ସଂଖ୍ୟା ଲଗାତାର ବଢ଼ିଚାଲିଛି । ଏହା ବିଶ୍ୱର ସବୁଠୁ ଧନୀ ମହାନଗର ତାଲିକାର ଶୀର୍ଷରେ ରହିଛି । ହେନଲି ଆଣ୍ଡ୍‌ ପାର୍ଟନର୍ସ ଦ୍ୱାରା ଜାରି ବିଶ୍ୱର ସବୁଠୁ ଧନୀ ସହର ତାଲିକା ଅନୁସାରେ, ନ୍ୟୁୟର୍କରେ ପ୍ରାୟ ୩,୪୯,୫୦୦ କୋଟିପତି ବାସ କରୁଛନ୍ତି । ୨୦୧୨-୨୦୨୨ ମସିହା ମଧ୍ୟରେ ଏଠାରେ ବାସ କରୁଥିବା ସବୁଠୁ ଅଧିକ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ୪୦ ପ୍ରତିଶତ ବଢ଼ିଛି। 

କରୋନା ମହାମାରୀ ଯୋଗୁ ସହରରୁ ଧନୀ ଲୋକଙ୍କ ପଳାୟନ ସତ୍ତେ୍ୱ ଏହି ସଂଖ୍ୟା ବଢ଼ିଛି । ନ୍ୟୁୟର୍କର ମୋଟ୍‌ ଜନସଂଖ୍ୟା ପ୍ରାୟ ୮୨ ଲକ୍ଷ । ରିପୋର୍ଟ ଅନୁସାରେ, ସହରର ୭୪୪ ଜଣ ଲୋକଙ୍କ ପାଖରେ ୧ କୋଟି ଡଲାରରୁ ଅଧିକ ସମ୍ପତ୍ତି ଅଛି । ଆର୍ଥିକ ବୃଦ୍ଧି, ଭିତ୍ତିଭୂମି ବିକାଶ, ସଂଯୋଗ ଓ ଉଚ୍ଚ ଆବାସିକ ମୂଲ୍ୟ ଆଧାରରେ ଏସିଆରୁ ଉତ୍ତର ଆମେରିକା ଅନେକ ସହରରେ ଧନୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା । ଏଥିସହିତ ବଜାର ବୃଦ୍ଧି, ବ୍ୟବସାୟ ଏବଂ ସେଠାରେ ବାସ କରୁଥିବା କୋଟିପତି ଓ ଅରବପତିଙ୍କ ସଂଖ୍ୟା ସହରର ମୋଟାମୋଟି ସମ୍ପତ୍ତିକୁ ଦର୍ଶାଉଛି । 

ହେନ୍‌ଲି ଆଣ୍ଡ ପାର୍ଟନର୍ସ ବିଶ୍ୱର ଶୀର୍ଷ ୧୦ ଧନୀ ସହର ସମ୍ପର୍କିତ ରିପୋର୍ଟ ଜାରିଛି । ଅଧିକ ସମ୍ପତ୍ତି, ସମୃଦ୍ଧ ଐତିହ୍ୟ, ଭୌଗୋଳିକ ଦୃଶ୍ୟପଟ୍ଟ, ଏଣ୍ଟରପ୍ରାଇଜ୍‌ ଓ ବିଶ୍ୱକୁ ପ୍ରଭାବିତ କରୁଥିବା ଆଞ୍ଚଳିକ ବିକାଶ ଆଧାରରେ କମ୍ପାନି ଏହାର ଆକଳନ କରିଥିଲା । ତାଲିକାରେ ଉତ୍ତର କାଲିଫର୍ଣ୍ଣିଆ, ଟୋକିଓ, ସିଙ୍ଗାପୁର, ଲଣ୍ଡନ, ଲସ୍‌ ଆଞ୍ଜେଲସ୍‌, ପ୍ୟାରିସ୍‌, ସିଡ୍‌ନୀ, ହଂକଂ ଓ ବେଜିଂ ଯଥାକ୍ରମେ ୨ୟରୁ ୧୦ମ ସ୍ଥାନରେ ଅଛନ୍ତି ।