ବିଶ୍ୱର ସବୁଠୁ ବିପର୍ଯ୍ୟୟ ପ୍ରବଣ କ୍ଷେତ୍ର ଏସିଆ: WMO

ନୂଆଦିଲ୍ଲୀ: ୨୦୨୩ରେ ବିଶ୍ୱର ସବୁଠୁ ବିପର୍ଯ୍ୟୟ ପ୍ରବଣ କ୍ଷେତ୍ର ଏସିଆ। ଏଭଳି ଚିନ୍ତାଜନକ ରିପୋର୍ଟ ଦେଇଛି ବିଶ୍ୱ ପାଣିପାଗ ସଂଗଠନ (WMO)। ରିପୋର୍ଟରେ 2023 ମସିହାରେ ଏସିଆର ଜଳବାୟୁ ସମ୍ବନ୍ଧୀୟ ଆସିଥିବା ବିପଦ ଉଲ୍ଲେଖ କରାଯାଇଛି। ବିଶ୍ୱ ପାଣିପାଗ ବିଭାଗର ସଂଗଠନ (WMO)ର ଏସିଆର ଜଳବାୟୁ ସ୍ଥିତି- ୨୦୨୩ ରିପୋର୍ଟରେ କୁହାଯାଇଛି ଯେ ବନ୍ୟା ଓ ବାତ୍ୟା ଯୋଗୁଁ ସର୍ବାଧିକ ମୃତାହତ ସହ ଆର୍ଥିକ କ୍ଷତି ଘଟାଇଛି। ଗ୍ରୀଷ୍ମ ଲହରି ପ୍ରଭାବକୁ ଆହୁରି ତୀବ୍ର କରିଛି। ରିପୋର୍ଟ ଅନୁଯାୟୀ, ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି ଏବଂ ଆର୍କଟିକ୍ ମହାସାଗରରେ ମଧ୍ୟ ସାମୁଦ୍ରିକ ଉତ୍ତାପ ଅନୁଭୂତ ହୋଇଛି। ଡବ୍ଲୁଏମଓ ସେକ୍ରେଟାରୀ ଜେନେରାଲ ସେଲଷ୍ଟେ ସାଉଲୋ କହିଛନ୍ତି ଯେ ୨୦୨୩ ବର୍ଷ ସାଜିଥିଲା ଉତ୍ତପ୍ତ ବର୍ଷ। ମରୁଡ଼ି ଏବଂ ହିଟ୍ ଓ୍ୱେଭ୍ ଠାରୁ ଆରମ୍ଭ କରି ବନ୍ୟା, ବାତ୍ୟା ପର୍ଯ୍ୟନ୍ତ ଜଳବାୟୁରେ ଭୟଙ୍କର ପରିବର୍ତ୍ତନ ହୋଇଛି। ଯାହା ସମାଜ ଏବଂ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି।ଏହି ରିପୋର୍ଟରେ କୁହାଯାଇଛି ଯେ  ୨୦୨୩ ମସିହାରେ ଏସିଆରେ ଜଳବାୟୁ ସମ୍ବନ୍ଧୀୟ ୭୯ଟି ବିପର୍ଯ୍ୟୟ ଘଟିଛି। ଯେଉଁଥିରେ ବନ୍ୟା ଏବଂ ବାତ୍ୟା ଯୋଗୁଁ 80% ରୁ ଅଧିକ ଘଟଣା ଘଟିଛି। ଏଥିରେ ୨ ହଜାରରୁ ଅଧିକ ଲୋକ ମୃତ୍ୟୁ ହୋଇଛି। ୯ ମିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି। ୨୦୨୩ ମସିହାରେ ଏସିଆର ବାର୍ଷ

ବିଶ୍ୱର ସବୁଠୁ ବିପର୍ଯ୍ୟୟ ପ୍ରବଣ କ୍ଷେତ୍ର ଏସିଆ: WMO

ନୂଆଦିଲ୍ଲୀ: ୨୦୨୩ରେ ବିଶ୍ୱର ସବୁଠୁ ବିପର୍ଯ୍ୟୟ ପ୍ରବଣ କ୍ଷେତ୍ର ଏସିଆ। ଏଭଳି ଚିନ୍ତାଜନକ ରିପୋର୍ଟ ଦେଇଛି ବିଶ୍ୱ ପାଣିପାଗ ସଂଗଠନ (WMO)। ରିପୋର୍ଟରେ 2023 ମସିହାରେ ଏସିଆର ଜଳବାୟୁ ସମ୍ବନ୍ଧୀୟ ଆସିଥିବା ବିପଦ ଉଲ୍ଲେଖ କରାଯାଇଛି। ବିଶ୍ୱ ପାଣିପାଗ ବିଭାଗର ସଂଗଠନ (WMO)ର ଏସିଆର ଜଳବାୟୁ ସ୍ଥିତି- ୨୦୨୩ ରିପୋର୍ଟରେ କୁହାଯାଇଛି ଯେ ବନ୍ୟା ଓ ବାତ୍ୟା ଯୋଗୁଁ ସର୍ବାଧିକ ମୃତାହତ ସହ ଆର୍ଥିକ କ୍ଷତି ଘଟାଇଛି। ଗ୍ରୀଷ୍ମ ଲହରି ପ୍ରଭାବକୁ ଆହୁରି ତୀବ୍ର କରିଛି। 

ରିପୋର୍ଟ ଅନୁଯାୟୀ, ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି ଏବଂ ଆର୍କଟିକ୍ ମହାସାଗରରେ ମଧ୍ୟ ସାମୁଦ୍ରିକ ଉତ୍ତାପ ଅନୁଭୂତ ହୋଇଛି। ଡବ୍ଲୁଏମଓ ସେକ୍ରେଟାରୀ ଜେନେରାଲ ସେଲଷ୍ଟେ ସାଉଲୋ କହିଛନ୍ତି ଯେ ୨୦୨୩ ବର୍ଷ ସାଜିଥିଲା ଉତ୍ତପ୍ତ ବର୍ଷ। ମରୁଡ଼ି ଏବଂ ହିଟ୍ ଓ୍ୱେଭ୍ ଠାରୁ ଆରମ୍ଭ କରି ବନ୍ୟା, ବାତ୍ୟା ପର୍ଯ୍ୟନ୍ତ ଜଳବାୟୁରେ ଭୟଙ୍କର ପରିବର୍ତ୍ତନ ହୋଇଛି। ଯାହା ସମାଜ ଏବଂ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ  ୨୦୨୩ ମସିହାରେ ଏସିଆରେ ଜଳବାୟୁ ସମ୍ବନ୍ଧୀୟ ୭୯ଟି ବିପର୍ଯ୍ୟୟ ଘଟିଛି। ଯେଉଁଥିରେ ବନ୍ୟା ଏବଂ ବାତ୍ୟା ଯୋଗୁଁ 80% ରୁ ଅଧିକ ଘଟଣା ଘଟିଛି। ଏଥିରେ ୨ ହଜାରରୁ ଅଧିକ ଲୋକ ମୃତ୍ୟୁ ହୋଇଛି। ୯ ମିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି। 

୨୦୨୩ ମସିହାରେ ଏସିଆର ବାର୍ଷିକ ହାରାହାରି ତାପମାତ୍ରା ରେକର୍ଡରେ ଦ୍ୱିତୀୟ ସର୍ବାଧିକ। ୧୯୯୧–୨୦୨୦ ହାରାହାରି ଠାରୁ 0.91 ଡିଗ୍ରୀ ସେଲସିୟସ୍ ଏବଂ ୧୯୬୧-୧୯୯୦ର ହାରାହାରି ଠାରୁ ୧.୮୭ ଡିଗ୍ରୀ ସେଲସିୟସ୍ ଅଧିକା।

ଭାରତରେ ଏପ୍ରିଲ ଏବଂ ଜୁନ୍ ମାସରେ ପ୍ରବଳ ଉତ୍ତାପ ଯୋଗୁଁ ଅଂଶୁଘାତରେ ପ୍ରାୟ ୧୧୦ ଜଣ ମୃତ୍ୟୁ ହୋଇଛି। ଏପ୍ରିଲ ଏବଂ ମେ ମାସରେ ଲମ୍ୱା ସମୟ ଧରି ଚାଲୁଥିବା ହିଟ୍ ଓ୍ୱେଭ୍ ଯୋଗୁଁ ଦକ୍ଷିଣ ପୂର୍ବ ଏସିଆର ପଶ୍ଚିମ ବାଂଲାଦେଶ, ପୂର୍ବ ଭାରତ ଏବଂ ଉତ୍ତର ଚୀନ୍ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗିଛି। ଏପରିକି ମରୁଡିର ଶିକାର ହୋଇଥିଲା ଦକ୍ଷିଣ-ପଶ୍ଚିମ ଚୀନ। ୨୦୨୩ ମସିହାରେ ପ୍ରାୟ ବର୍ଷା ଦିନରେ ସାଧାରଣ ବୃଷ୍ଟିପାତ ଠାରୁ କମ୍ ବୃଷ୍ଟିପାତ ହୋଇଥିଲା। ଏବଂ ଭାରତୀୟ ମୌସୁମୀ ସହ ଜଡିତ ବର୍ଷା ହାରାହାରିରୁ କମ୍ ରହିଥିଲା।