ମହାକାଶରେ ୩୦୦ ଖଣ୍ଡ ହେଲା ଚୀନ ରକେଟ୍, ୧୮ ଉପଗ୍ରହ ଧରି ଯାଇଥିଲା ସ୍ପେସ୍

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନି ସ୍ପେସ୍ ଏକ୍ସରୁ ପ୍ରେରଣା ନେଇ ଚୀନ ନିଜସ୍ୱ ଷ୍ଟାର୍ ଲିଙ୍କ୍ ତିଆରି କରିଥିଲା । ତେବେ ସାଟେଲାଇଟ୍ ଲଞ୍ଚ୍ ପରେ ଚୀନର ଏହି ରକେଟ୍ ୩୦୦ ଖଣ୍ଡ ହୋଇଯାଇଛି । ଯାହାପରେ ଏବେ ସ୍ପେସ୍‌ରେ ବର୍ଜ୍ୟବସ୍ତୁ ପାଲଟିଛି । ଆମେରିକୀୟ ମହାକାଶ କମାଣ୍ଡ (USSPACECOM) ଶୁକ୍ରବାର କହିଛି ଯେ ୧୮ କିୟାନଫ୍ୟାନ ଉପଗ୍ରହକୁ ଲଞ୍ଚ୍ କରିବା ଉପଲବ୍ଧି ହାସଲ କରିବା ପରେ ଚୀନର ଲଙ୍ଗ ମାର୍ଚ୍ଚ 6A ରକେଟ୍ ଖଣ୍ଡ ଖଣ୍ଡ ହୋଇଯାଇଛି । ଏହାପରେ ପୃଥିବୀର ନିମ୍ନ କକ୍ଷ (ଲୋ ଅର୍ଥ୍ ଅର୍ବିଟ୍)ରେ ୩୦୦ରୁ ଅଧିକ ଖଣ୍ଡକୁ ଟ୍ରାକ୍ କରାଯାଇଛି । ଏହା ପୂର୍ବରୁ ଉତ୍ତର ଚୀନର ସାଂକ୍ସି ପ୍ରାନ୍ତରେ ତାଇୟୁଆନ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ 6A ରକେଟ୍‌କୁ ମଙ୍ଗଳବାର ଉପଗ୍ରହ ସହ ଉତ୍‌କ୍ଷେପଣ କରାଯାଇଥିଲା ।ଏହି ୧୮ ସାଟେଲାଇଟ୍ ପ୍ରଥମ ବ୍ୟାଚର ଅଂଶ ଥିଲା, ଯାହାର ଲକ୍ଷ୍ୟ ଏଲନ୍ ମସ୍କଙ୍କ ଷ୍ଟାର୍ ଲିଙ୍କ୍ ପରି ନିଜସ୍ୱ ନେଟୱାର୍କ ସ୍ଥାପନ କରିବା । ସାଟେଲାଇଟ୍‌କୁ ସଂଘାଇରେ ଚୀନର ବିଜ୍ଞାନ ଏକାଡେମୀରେ ମାଇକ୍ରୋସାଟେଲାଇଟ୍ ପାଇଁ ଇନୋଭେସନ୍ ଡିଜାଇନ୍ କରିବା ସହ ନିର୍ମାଣ କରିଥିଲା । ରକେଟ୍ ପ୍ରାୟ ୮୦୦ କିଲୋମିଟର ଉଚ୍ଚରେ ଉପଗ୍ରହକୁ ସଫଳତାର ସହ ପହଞ୍ଚାଇଥିଲା ।???? Slingshot Orbital Alert ????Following China's launch of 18 G60 satellites on August 6th, Slingshot is tracking over 50

ମହାକାଶରେ ୩୦୦ ଖଣ୍ଡ ହେଲା ଚୀନ ରକେଟ୍, ୧୮ ଉପଗ୍ରହ ଧରି ଯାଇଥିଲା ସ୍ପେସ୍

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନି ସ୍ପେସ୍ ଏକ୍ସରୁ ପ୍ରେରଣା ନେଇ ଚୀନ ନିଜସ୍ୱ ଷ୍ଟାର୍ ଲିଙ୍କ୍ ତିଆରି କରିଥିଲା । ତେବେ ସାଟେଲାଇଟ୍ ଲଞ୍ଚ୍ ପରେ ଚୀନର ଏହି ରକେଟ୍ ୩୦୦ ଖଣ୍ଡ ହୋଇଯାଇଛି । ଯାହାପରେ ଏବେ ସ୍ପେସ୍‌ରେ ବର୍ଜ୍ୟବସ୍ତୁ ପାଲଟିଛି । ଆମେରିକୀୟ ମହାକାଶ କମାଣ୍ଡ (USSPACECOM) ଶୁକ୍ରବାର କହିଛି ଯେ ୧୮ କିୟାନଫ୍ୟାନ ଉପଗ୍ରହକୁ ଲଞ୍ଚ୍ କରିବା ଉପଲବ୍ଧି ହାସଲ କରିବା ପରେ ଚୀନର ଲଙ୍ଗ ମାର୍ଚ୍ଚ 6A ରକେଟ୍ ଖଣ୍ଡ ଖଣ୍ଡ ହୋଇଯାଇଛି । ଏହାପରେ ପୃଥିବୀର ନିମ୍ନ କକ୍ଷ (ଲୋ ଅର୍ଥ୍ ଅର୍ବିଟ୍)ରେ ୩୦୦ରୁ ଅଧିକ ଖଣ୍ଡକୁ ଟ୍ରାକ୍ କରାଯାଇଛି । ଏହା ପୂର୍ବରୁ ଉତ୍ତର ଚୀନର ସାଂକ୍ସି ପ୍ରାନ୍ତରେ ତାଇୟୁଆନ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ 6A ରକେଟ୍‌କୁ ମଙ୍ଗଳବାର ଉପଗ୍ରହ ସହ ଉତ୍‌କ୍ଷେପଣ କରାଯାଇଥିଲା ।

ଏହି ୧୮ ସାଟେଲାଇଟ୍ ପ୍ରଥମ ବ୍ୟାଚର ଅଂଶ ଥିଲା, ଯାହାର ଲକ୍ଷ୍ୟ ଏଲନ୍ ମସ୍କଙ୍କ ଷ୍ଟାର୍ ଲିଙ୍କ୍ ପରି ନିଜସ୍ୱ ନେଟୱାର୍କ ସ୍ଥାପନ କରିବା । ସାଟେଲାଇଟ୍‌କୁ ସଂଘାଇରେ ଚୀନର ବିଜ୍ଞାନ ଏକାଡେମୀରେ ମାଇକ୍ରୋସାଟେଲାଇଟ୍ ପାଇଁ ଇନୋଭେସନ୍ ଡିଜାଇନ୍ କରିବା ସହ ନିର୍ମାଣ କରିଥିଲା । ରକେଟ୍ ପ୍ରାୟ ୮୦୦ କିଲୋମିଟର ଉଚ୍ଚରେ ଉପଗ୍ରହକୁ ସଫଳତାର ସହ ପହଞ୍ଚାଇଥିଲା ।

ଏକ୍ସରେ ଏକ ପୋଷ୍ଟରେ ଆମେରିକା କହିଛି, 'ଆମେରିକା ସ୍ପେସ୍ କମାଣ୍ଡ ଅଗଷ୍ଟ ୬ରେ ଲଞ୍ଚ କରାଯାଇଥିବା ଲଙ୍ଗ୍ ମାର୍ଚ୍ଚ ୬ଏ ରକେଟ୍ ଖଣ୍ଡ ବିଖଣ୍ଡିତ ହୋଇଥିବା ସ୍ପଷ୍ଟ କରୁଛି । ପୃଥିରୀର ନିମ୍ନ କକ୍ଷରେ ରକେଟର ୩୦୦ ଖଣ୍ଡ ରହିଛି । ବର୍ତ୍ତମାନ କୌଣସି ବିପଦ ନାହିଁ ଏବଂ ମହାକାଶ ଡୋମେନର ସୁରକ୍ଷା ଏବଂ ସ୍ଥିରତାର ସମର୍ଥନ କରୁଛି ।'

ସଂଘାଇ ସ୍ଥିତି କମ୍ପାନି ସ୍ପେସ୍‌ସେଲ୍ ଦ୍ୱାରା ବିକଶିତ କିୟାନଫ୍ୟାନ ନେଟୱାର୍କ ଦୀର୍ଘ ସମୟରେ ୧୫ ହଜରାରୁ ଅଧିକ ଏଲ୍‌ଇଓ ୱାଇଡ-ସ୍କ୍ରିନ୍ ମଲ୍ଟିମିଡିଆ ଉପଗ୍ରହ ନେଟୱାର୍କ ସ୍ଥାପନ କରିବା କ୍ଷମତା ରଖିଛି । ଏଥିରୁ ୧୦୮ ଉପଗ୍ରହକୁ ଚଳିତ ବର୍ଷ ଏବଂ ୨୦୨୫ ଶେଷ ସୁଦ୍ଧା ୬୪୮ ଉପଗ୍ରହ ଲଞ୍ଚ୍ କରାଯିବ । ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁସାରେ ୨୦୨୭ ସୁଦ୍ଧା ଏହି ଗ୍ରୁପର ଲକ୍ଷ୍ୟ ବୈଶ୍ୱିକ ନେଟୱାର୍କ କଭରେଜ୍ ପ୍ରଦାନ କରିବା ଏବଂ ୨୦୩୦ ସୁଦ୍ଧା ୧୫,୦୦୦ ଉପଗ୍ରହକୁ ସାମିଲ କରିବା । ଅନ୍ୟପଟେ ସ୍ପେସ୍ ଏକ୍ସ ପାଖରେ ବର୍ତ୍ତମାନ ମହାକାଶରେ ୬ ହଜାରରୁ ଅଧିକ ଉପଗ୍ରହ ଏବଂ ୧୦୦ ଦେଶରେ ଏହାର ୩ ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି ।