ବିଶ୍ୱରେ ପାକିସ୍ତାନର ମୁଖା ଖୋଲିବେ ଥରୁର-ଓୱେସୀଙ୍କ ସହ ୩୦ ସାଂସଦ, ସରକାର ଆରମ୍ଭ କରିବେ କୂଟନୈତିକ ଅଭିଯାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ମୁଖା ଖୋଲିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନର ଆତଙ୍କବାଦ ପ୍ରୀତିକୁ ଦୁନିଆ ସାମନାରେ ରଖିବା ପାଇଁ ସରକାର ବଡ଼ କୂଟନୈତିକ ଅଭିଯାନ ଆରମ୍ଭ କରିବେ । ଏଥିପାଇଁ ଅନେକ ଦେଶରୁ ଅଲ୍ ପାର୍ଟି ଡେଲିଗେସନ୍ ପଠାଇବେ ।  କେନ୍ଦ୍ର ସରକାର ଏନେଇ ବିରୋଧୀ ସମେତ ଅନେକ ଦଳର ସାଂସଦଙ୍କ ସହ ଏହି ବିଷୟରେ କଥା ହୋଇଛନ୍ତି । ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି କୂଟନୈତିକ ଅଭିଯାନରେ ସାମିଲ ହେବା ପାଇଁ ନିଜ ସାଂସଦଙ୍କ ମଞ୍ଜୁରି ଦେଇଛନ୍ତି । ରିପୋର୍ଟ ଅନୁସାରେ ସରକାର ବିଦେଶ ମାମଲାର ସଂସଦୀୟ ପ୍ୟାନେଲର ମୁଖ୍ୟ ଶଶି ଥରୁରଙ୍କୁ ବହୁଦଳୀୟ ପ୍ରତିନିଧିମଣ୍ଡଳର ଅଧ୍ୟକ୍ଷ କରିପାରନ୍ତି ।ଅପରେସନ ସନ୍ଦୂର ପରେ ବଡ଼ କୂଟନୈତିକ ଅଭିଯାନରେ ସରକାର ଆଗାମୀ ସପ୍ତାହରେ ଭାରତୀୟ ନେତାଙ୍କୁ ବିଭିନ୍ନ ଦେଶକୁ ପଠାଇବେ ।ଭାରତ ସରକାରଙ୍କ ପ୍ରତିନିଧିମଣ୍ଡଳରେ କେତେ ଜଣ ସଦସ୍ୟ ରହିବେ, ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ କିଛି ରିପୋର୍ଟରେ ଦାବି କରାଯାଇଛି ଯେ ୩୦ରୁ ଅଧିକ ସାଂସଦ ଏହି ଅଭିଯାନରେ ସାମିଲ ହୋଇପାରନ୍ତି । ଏହି ପ୍ରତିନିଧି ମଣ୍ଡଳ ୧୦ ଦିନ ବିଭିନ୍ନ ଦେଶ ଗସ୍ତ କରିବେ । ସଦସ୍ୟମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦେଶର ବିଭିନ୍ନ ସ୍ଥାନ ଗସ୍ତ କରିବେ । ରିପୋର୍ଟ ଅନୁସାରେ ସାଂସଦମାନଙ୍କୁ ମେ ୨୨-୨୩ ସୁଦ୍ଧା ୧୦ ଦିନର ଯାତ୍ରାରେ ଯିବା ପାଇଁ ପ୍ରସ୍ତୁତ ରହିବାକୁ

ବିଶ୍ୱରେ ପାକିସ୍ତାନର ମୁଖା ଖୋଲିବେ ଥରୁର-ଓୱେସୀଙ୍କ ସହ ୩୦ ସାଂସଦ, ସରକାର ଆରମ୍ଭ କରିବେ କୂଟନୈତିକ ଅଭିଯାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ମୁଖା ଖୋଲିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନର ଆତଙ୍କବାଦ ପ୍ରୀତିକୁ ଦୁନିଆ ସାମନାରେ ରଖିବା ପାଇଁ ସରକାର ବଡ଼ କୂଟନୈତିକ ଅଭିଯାନ ଆରମ୍ଭ କରିବେ । ଏଥିପାଇଁ ଅନେକ ଦେଶରୁ ଅଲ୍ ପାର୍ଟି ଡେଲିଗେସନ୍ ପଠାଇବେ ।  କେନ୍ଦ୍ର ସରକାର ଏନେଇ ବିରୋଧୀ ସମେତ ଅନେକ ଦଳର ସାଂସଦଙ୍କ ସହ ଏହି ବିଷୟରେ କଥା ହୋଇଛନ୍ତି । ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି କୂଟନୈତିକ ଅଭିଯାନରେ ସାମିଲ ହେବା ପାଇଁ ନିଜ ସାଂସଦଙ୍କ ମଞ୍ଜୁରି ଦେଇଛନ୍ତି । ରିପୋର୍ଟ ଅନୁସାରେ ସରକାର ବିଦେଶ ମାମଲାର ସଂସଦୀୟ ପ୍ୟାନେଲର ମୁଖ୍ୟ ଶଶି ଥରୁରଙ୍କୁ ବହୁଦଳୀୟ ପ୍ରତିନିଧିମଣ୍ଡଳର ଅଧ୍ୟକ୍ଷ କରିପାରନ୍ତି ।

ଅପରେସନ ସନ୍ଦୂର ପରେ ବଡ଼ କୂଟନୈତିକ ଅଭିଯାନରେ ସରକାର ଆଗାମୀ ସପ୍ତାହରେ ଭାରତୀୟ ନେତାଙ୍କୁ ବିଭିନ୍ନ ଦେଶକୁ ପଠାଇବେ ।ଭାରତ ସରକାରଙ୍କ ପ୍ରତିନିଧିମଣ୍ଡଳରେ କେତେ ଜଣ ସଦସ୍ୟ ରହିବେ, ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ କିଛି ରିପୋର୍ଟରେ ଦାବି କରାଯାଇଛି ଯେ ୩୦ରୁ ଅଧିକ ସାଂସଦ ଏହି ଅଭିଯାନରେ ସାମିଲ ହୋଇପାରନ୍ତି । ଏହି ପ୍ରତିନିଧି ମଣ୍ଡଳ ୧୦ ଦିନ ବିଭିନ୍ନ ଦେଶ ଗସ୍ତ କରିବେ । ସଦସ୍ୟମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦେଶର ବିଭିନ୍ନ ସ୍ଥାନ ଗସ୍ତ କରିବେ । ରିପୋର୍ଟ ଅନୁସାରେ ସାଂସଦମାନଙ୍କୁ ମେ ୨୨-୨୩ ସୁଦ୍ଧା ୧୦ ଦିନର ଯାତ୍ରାରେ ଯିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।   

ରିପୋର୍ଟ ଅନୁସାରେ ଶାସକ ଦଳ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରତିନିଧିମଣ୍ଡଳର ସଦସ୍ୟ ହୋଇପାରନ୍ତି । ସେହିପରି କଂଗ୍ରେସ ଅତି କମରେ ଚାରି ଜଣ ସଦସ୍ୟ ରହିପାରନ୍ତି । ସୂତ୍ର ଅନୁସାରେ ସରକାରଙ୍କ ସୂଚୀରେ ସାଂସଦ ଶଶି ଥରୁର, ମନୀଷ ତିୱାରୀ, ସଲମାନ୍ ଖୁର୍ଶିଦ ଓ ଅମର ସିଂହ ସାମିଲ ହୋଇପାରନ୍ତି । ପାର୍ଟିର ସଦସ୍ୟ ଏହି ପ୍ରତିନିଧିମଣ୍ଡଳର ଅଂଶ ଥିବା କଂଗ୍ରେସ ସ୍ପଷ୍ଟ କରିସାରିଛି । ସୂତ୍ର ଅନୁସାରେ ଟିଏମସିର ସୁଦୀପ ବାନ୍ଧୋପାଧ୍ୟାୟ, ଜେଡିୟୁ ସଞ୍ଜୟ ଝା, ବିଜେଡିର ସସ୍ମିତ୍ ପାତ୍ର, ଏନସିପି (ଶରଦ ପାୱାର)ର ସୁପ୍ରିୟା ସୁଲେ, ଡିଏମକେର କେ.କାନିମୋଝୀ, ସିପିଆଇ(ଏମ୍)ର ଜନ୍ ବ୍ରିଟାସ୍ ଏବଂ ଏଆଇଏମ୍ଆଇଏମ୍‌ର ଓସଉଦ୍ଦିନ ଓୱେସୀ ମଧ୍ୟ ଏହି ପ୍ରତିନିଧୀ ଦଳର ସଦସ୍ୟ ହୋଇପାରନ୍ତି ।