ବିଷ ଓଗାଳିଲେ ଇଞ୍ଜାମାମ, ନିଜ ଖେଳାଳିଙ୍କୁ IPL ନ ପଠାଇବାକୁ ସବୁ ବୋର୍ଡକୁ କଲେ ଅପିଲ୍

ନୂଆଦିଲ୍ଲୀ: ନିଜେ ଆୟୋଜକ ରହି ଚାମ୍ପିଅନ୍ସ ଟ୍ରଫିରେ ନିଜ ଦଳର ଶୋଚନୀୟ ପରାଜୟ ପରେ ହତାଶ ହାେଇ ପଡ଼ିଛନ୍ତି ପାକିସ୍ତାନର ଅନେକ ପୂର୍ବତନ କ୍ରିକେଟର। ସେପଟେ ଭାରତ ଚାମ୍ପିଅନ ହେବାକୁ ସେମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ତେଣୁ ସେଠାକାର ଅନେକ ପୂର୍ବତନ କ୍ରିକେଟର ବିସିସିଆଇ ପ୍ରତି ନିଜର ବିଷ ଓଗାଳିବାରେ ଲାଗିଛନ୍ତି। ଏହି କ୍ରମରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ୍‌ ଭାରତୀୟ କ୍ରିକେଟ୍ ବୋର୍ଡକୁ ଟାର୍ଗେଟ୍ କରିଛନ୍ତି। ଇଞ୍ଜାମାମ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅନ୍ୟ କ୍ରିକେଟ୍ ବୋର୍ଡଙ୍କୁ ଆଇପିଏଲକୁ ବୟକଟ୍ କରିବାକୁ ଅପିଲ୍ କରିଛନ୍ତି। ପୂର୍ବତନ ଅଧିନାୟକ କହିଛନ୍ତି, ଅନ୍ୟ ବୋର୍ଡକୁ ନିଜର ଖେଳାଳିଙ୍କୁ ଆଇପିଏଲ୍ ପଠାଇବା ଉପରେ ରୋକ୍ ଲଗାଇବା ଉଚିତ୍। ଇଞ୍ଜାମାମଙ୍କ ମୁତାବକ ଯଦି ବିସିସିଆଇ ନିଜ ଖେଳାଳିଙ୍କୁ ବିଦେଶୀ ଟି-୨୦ ଲିଗ୍‌ରେ ଖେଳିବାକୁ ଅନୁମତି ଦେଉନି ତେବେ ଅନ୍ୟ ବୋର୍ଡ ମଧ୍ୟ ସମାନ ଆଭିମୁଖ୍ୟ ଆପଣେଇବା ଉଚିତ୍। ଇଞ୍ଜାମାମ ଉଲ୍ ହକ୍ ଏକ ପାକିସ୍ତାନୀ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫିକୁ ଅଲଗା ରଖନ୍ତୁ ଏବଂ ଆଇପିଏଲ୍ ଉପରେ ନଜର ପକାନ୍ତୁ। ଏହି ଲିଗ୍‌ରେ ଦୁନିଆର ବଡ଼ ବଡ଼ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ମାତ୍ର ଭାରତୀୟ ଖେଳାଳି ଅନ୍ୟ ଲିଗ୍‌କୁ ଯାଆନ୍ତି ନାହିଁ। ଏହି କାରଣରୁ ସମସ୍ତ ବୋର୍ଡକୁ ନିଜର ଖେଳାଳିଙ୍କୁ ଆ

ବିଷ ଓଗାଳିଲେ ଇଞ୍ଜାମାମ, ନିଜ ଖେଳାଳିଙ୍କୁ IPL ନ ପଠାଇବାକୁ ସବୁ ବୋର୍ଡକୁ କଲେ ଅପିଲ୍

ନୂଆଦିଲ୍ଲୀ: ନିଜେ ଆୟୋଜକ ରହି ଚାମ୍ପିଅନ୍ସ ଟ୍ରଫିରେ ନିଜ ଦଳର ଶୋଚନୀୟ ପରାଜୟ ପରେ ହତାଶ ହାେଇ ପଡ଼ିଛନ୍ତି ପାକିସ୍ତାନର ଅନେକ ପୂର୍ବତନ କ୍ରିକେଟର। ସେପଟେ ଭାରତ ଚାମ୍ପିଅନ ହେବାକୁ ସେମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ତେଣୁ ସେଠାକାର ଅନେକ ପୂର୍ବତନ କ୍ରିକେଟର ବିସିସିଆଇ ପ୍ରତି ନିଜର ବିଷ ଓଗାଳିବାରେ ଲାଗିଛନ୍ତି। ଏହି କ୍ରମରେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ୍‌ ଭାରତୀୟ କ୍ରିକେଟ୍ ବୋର୍ଡକୁ ଟାର୍ଗେଟ୍ କରିଛନ୍ତି। 

ଇଞ୍ଜାମାମ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅନ୍ୟ କ୍ରିକେଟ୍ ବୋର୍ଡଙ୍କୁ ଆଇପିଏଲକୁ ବୟକଟ୍ କରିବାକୁ ଅପିଲ୍ କରିଛନ୍ତି। ପୂର୍ବତନ ଅଧିନାୟକ କହିଛନ୍ତି, ଅନ୍ୟ ବୋର୍ଡକୁ ନିଜର ଖେଳାଳିଙ୍କୁ ଆଇପିଏଲ୍ ପଠାଇବା ଉପରେ ରୋକ୍ ଲଗାଇବା ଉଚିତ୍। ଇଞ୍ଜାମାମଙ୍କ ମୁତାବକ ଯଦି ବିସିସିଆଇ ନିଜ ଖେଳାଳିଙ୍କୁ ବିଦେଶୀ ଟି-୨୦ ଲିଗ୍‌ରେ ଖେଳିବାକୁ ଅନୁମତି ଦେଉନି ତେବେ ଅନ୍ୟ ବୋର୍ଡ ମଧ୍ୟ ସମାନ ଆଭିମୁଖ୍ୟ ଆପଣେଇବା ଉଚିତ୍। 

ଇଞ୍ଜାମାମ ଉଲ୍ ହକ୍ ଏକ ପାକିସ୍ତାନୀ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫିକୁ ଅଲଗା ରଖନ୍ତୁ ଏବଂ ଆଇପିଏଲ୍ ଉପରେ ନଜର ପକାନ୍ତୁ। ଏହି ଲିଗ୍‌ରେ ଦୁନିଆର ବଡ଼ ବଡ଼ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ମାତ୍ର ଭାରତୀୟ ଖେଳାଳି ଅନ୍ୟ ଲିଗ୍‌କୁ ଯାଆନ୍ତି ନାହିଁ। ଏହି କାରଣରୁ ସମସ୍ତ ବୋର୍ଡକୁ ନିଜର ଖେଳାଳିଙ୍କୁ ଆଇପିଏଲ୍ ପଠାଇବା ବନ୍ଦ କରିଦେବା ଉଚିତ୍। 

Also read: IPLରେ ସବୁଠାରୁ ଅଧିକ ଅରେଞ୍ଜ ଏବଂ ପର୍ପଲ୍‌ କ୍ୟାପ୍‌ ବିଜେତା କିଏ ? ବିରାଟ କୋହଲି ରଚିଛନ୍ତି ଇତିହାସ

ବିସିସିଆଇ ଭାରତୀୟ ପୁରୁଷ କ୍ରିକେଟରଙ୍କୁ ବିଦେଶୀ ଲିଗ୍‌ରେ ଖେଳିବାକୁ ଅନୁମତି ଦେଇ ନାହିଁ। କିନ୍ତୁ ମହିଳା କ୍ରିକେଟର ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗ୍ସ ଓ ହରମନପ୍ରୀତ କୌରଙ୍କୁ ବିବିଏଲ, ଡବ୍ଲ୍ୟୁସିପିଏଲ ଓ ଦ ହଣ୍ଡ୍ରେଡରେ ଖେଳିବା ପାଇଁ ଅନୁମତି ଦେଇଛି। 

ଭାରତୀୟ କ୍ରିକେଟରଙ୍କୁ ଅବସର ନେବା ପରେ ହିଁ ବିଦେଶୀ ଲିଗ୍ ଖେଳିବାର ଅନୁମତି ରହିଛି। ଦିନେଶ କାର୍ତ୍ତିକ ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହା ପରେ ସେ ଏସଏ ୨୦ ଲିଗ୍ରେ ପର୍ଲ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି। ଯୁବରାଜ ସିଂ ଓ ଇରଫାନ ପଠାନଙ୍କ ପରି ଖେଳାଳି ମଧ୍ୟ ଜିଟି ୨୦ କାନାଡା ଓ ଲଙ୍କା ପ୍ରିମିୟର ଲିଗ୍ ପରି ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି।