ବିଷାକ୍ତ ଛତୁ ଖାଇ ଆଠ ଅସୁସ୍ଥ, ଅବସ୍ଥା ସ୍ଥିର ଥିବା କହିଲେ ଡାକ୍ତର

ସାତୁଳି,୧।୭,(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ସାତୁଳି ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି l ବିଲରେ ଫୁଟିଥିବl ଛତୁ ଆଣି ଘରେ ସମସ୍ତେ ଖାଇଥିଲେ l ଖାଇବା ପରେ ଅସୁସ୍ଥ ଅନୁଭବ କରିବା ପରେ ୮ଜଣକୁ ପ୍ରଥମେ ନିକଟସ୍ତ ଖଣ୍ଡିଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର […] The post ବିଷାକ୍ତ ଛତୁ ଖାଇ ଆଠ ଅସୁସ୍ଥ, ଅବସ୍ଥା ସ୍ଥିର ଥିବା କହିଲେ ଡାକ୍ତର appeared first on Dharitri Odia News.

ବିଷାକ୍ତ ଛତୁ ଖାଇ ଆଠ ଅସୁସ୍ଥ, ଅବସ୍ଥା ସ୍ଥିର ଥିବା କହିଲେ ଡାକ୍ତର

ସାତୁଳି,୧।୭,(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ସାତୁଳି ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି l ବିଲରେ ଫୁଟିଥିବl ଛତୁ ଆଣି ଘରେ ସମସ୍ତେ ଖାଇଥିଲେ l ଖାଇବା ପରେ ଅସୁସ୍ଥ ଅନୁଭବ କରିବା ପରେ ୮ଜଣକୁ ପ୍ରଥମେ ନିକଟସ୍ତ ଖଣ୍ଡିଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏମାନେ ହେଲେ ସୁରଥ ସାହୁ, ସୁଶାନ୍ତି ସାହୁ, ଅମର ସାହୁ, ରାଜା ସାହୁ, ବିପନା ସାହୁ, ସୁଇଟି ସାହୁ, ସପନା ସାହୁ, ସୁକୁରୁ ସାହୁ । ସୋମବାର ସେମାନେ ବିଲରୁ ଆଣିଥିବା ଛତୁ ରୋଷେଇ କରି ଖାଇଥିଲେ। ପରେ ସମସ୍ତେ ଅସୁସ୍ଥ ହେବା ସହ ପ୍ରଥମେ ବାନ୍ତି ହୋଇଥିଲା। ତୁରନ୍ତ ସେମାନଙ୍କୁ ନିକଟସ୍ଥ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା, ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି l

The post ବିଷାକ୍ତ ଛତୁ ଖାଇ ଆଠ ଅସୁସ୍ଥ, ଅବସ୍ଥା ସ୍ଥିର ଥିବା କହିଲେ ଡାକ୍ତର appeared first on Dharitri Odia News.