ବିଷାକ୍ତ ମଦ ନେଲା ୧୪ ଜୀବନ: ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
ଅମୃତସର,୧୩।୫: ପଞ୍ଜାବର ଅମୃତସର ଅନ୍ତର୍ଗତ ମାଜିଥା ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଭାଙ୍ଗାଲି କାଲାନ, ମାର୍ଡି କାଲାନ ଏବଂ ଜୟନ୍ତୀପୁର ଗାଁର ଲୋକମାନେ ଅନ୍ତର୍ଭୁକ୍ତ ଅଛନ୍ତି। ଘଟଣା ପରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପାଞ୍ଚ ଜଣଙ୍କୁ ଅଟକ ରଖିଛନ୍ତି। ପୀଡିତ ପରିବାର କହିଛନ୍ତି, ମଦ୍ୟପାନ […] The post ବିଷାକ୍ତ ମଦ ନେଲା ୧୪ ଜୀବନ: ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ appeared first on Dharitri Odia News.
ଅମୃତସର,୧୩।୫: ପଞ୍ଜାବର ଅମୃତସର ଅନ୍ତର୍ଗତ ମାଜିଥା ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକଙ୍କ ମଧ୍ୟରେ ଭାଙ୍ଗାଲି କାଲାନ, ମାର୍ଡି କାଲାନ ଏବଂ ଜୟନ୍ତୀପୁର ଗାଁର ଲୋକମାନେ ଅନ୍ତର୍ଭୁକ୍ତ ଅଛନ୍ତି। ଘଟଣା ପରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପାଞ୍ଚ ଜଣଙ୍କୁ ଅଟକ ରଖିଛନ୍ତି।
ପୀଡିତ ପରିବାର କହିଛନ୍ତି, ମଦ୍ୟପାନ କରିବା ପରେ ସେମାନଙ୍କ ପରିବାରର ସଦସ୍ୟମାନେ ବାନ୍ତି କରିବା ଆରମ୍ଭ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
The post ବିଷାକ୍ତ ମଦ ନେଲା ୧୪ ଜୀବନ: ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ appeared first on Dharitri Odia News.