ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲଙ୍କୁ ଶେଷରେ ଜାମିନ ମିଳିଛି। ତାଙ୍କୁ ଜୁନ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଜେଲରୁ ବାହାରିବା ପରେ କେଜରିଓ୍ବାଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ AAP ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ କହିଥିଲି ଶୀଘ୍ର ଫେରିବି, ଏବେ ‘ଆଇ ଆମ ବ୍ୟାକ’। ସେ ଆହୁରି କହିଛନ୍ତି, ଆପଣ ସମସ୍ତଙ୍କୁ ଧନ୍ୟବାଦ, ସୁପ୍ରିମକୋର୍ଟଙ୍କୁ ମଧ୍ୟ ଧନ୍ୟବାଦ। ସୁପ୍ରିମକୋର୍ଟଙ୍କ ହେତୁ ମୁଁ […] The post ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ… appeared first on Dharitri Odia News.

ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲଙ୍କୁ ଶେଷରେ ଜାମିନ ମିଳିଛି। ତାଙ୍କୁ ଜୁନ ୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଜେଲରୁ ବାହାରିବା ପରେ କେଜରିଓ୍ବାଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ AAP ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି, ମୁଁ କହିଥିଲି ଶୀଘ୍ର ଫେରିବି, ଏବେ ‘ଆଇ ଆମ ବ୍ୟାକ’।

ସେ ଆହୁରି କହିଛନ୍ତି, ଆପଣ ସମସ୍ତଙ୍କୁ ଧନ୍ୟବାଦ, ସୁପ୍ରିମକୋର୍ଟଙ୍କୁ ମଧ୍ୟ ଧନ୍ୟବାଦ। ସୁପ୍ରିମକୋର୍ଟଙ୍କ ହେତୁ ମୁଁ ଆପଣଙ୍କ ଗହଣରେ ଅଛି । ଆସନ୍ତାକାଲି ସକାଳ ୧୧ ଟାରେ ପ୍ରଥମେ ହନୁମାନ ମନ୍ଦିରକୁ ଯାଇ ହନୁମାନଜୀଙ୍କ ଆଶୀର୍ବାଦ ନେବି। ଏହା ପରେ ସିଏମ ପାର୍ଟି ମୁଖ୍ୟାଳୟରେ ଅପରାହ୍ନ ୧ ଟାରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବି। ଆମ ସମସ୍ତଙ୍କୁ ମିଳିମିଶି ତାନଶାହାଙ୍କ ବିରୋଧରେ ଲଢିବାକୁ ପଡିବ।

The post ଜେଲ୍‌ରୁ ବାହାରିବା ପରେ କେଜରିଓ୍ବାଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, କହିଲେ… appeared first on Dharitri Odia News.