ବିସିସିଆଇ ଛାଟ! ୭ ବର୍ଷ ପରେ ରଣଜୀ ଟ୍ରଫି ପାଇଁ ଖେଳିବେ ପନ୍ତ

ନୂଆଦିଲ୍ଲୀ,୧୪।୧: ରଣଜୀ ଟ୍ରଫି ଖେଳିବେ ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଦିଲ୍ଲୀ ପାଇଁ ସେ ଜାନୁଆରୀ ୨୩ରେ ମ୍ୟାଚ୍‌ ଖେଳିବେ। ଏନେଇ ଦିଲ୍ଲୀ ତଥା ଜିଲା କ୍ରିକେଟ ସଂଘ(ଡିଡିସିଏ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଡିଡିସିଏ ସଚିବ ଅଶୋକ ଶର୍ମା ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି, ପନ୍ତ ସ୍ପଷ୍ଟ କରିଛନ୍ତି ଯେ ସେ ରାଜକୋଟରେ ସୌରାଷ୍ଟ୍ର ବିପକ୍ଷ ଦିଲ୍ଲୀର ରଣଜୀ ମ୍ୟାଚ୍‌ ଲାଗି ଉପଲବ୍ଧ ରହିବେ। ତେବେ ବର୍ଡର ଗାଭାସ୍କର ଟ୍ରଫିରେ ୫ ମ୍ୟାଚ୍‌ […] The post ବିସିସିଆଇ ଛାଟ! ୭ ବର୍ଷ ପରେ ରଣଜୀ ଟ୍ରଫି ପାଇଁ ଖେଳିବେ ପନ୍ତ appeared first on Dharitri Odia News.

ବିସିସିଆଇ ଛାଟ! ୭ ବର୍ଷ ପରେ ରଣଜୀ ଟ୍ରଫି ପାଇଁ ଖେଳିବେ ପନ୍ତ

ନୂଆଦିଲ୍ଲୀ,୧୪।୧: ରଣଜୀ ଟ୍ରଫି ଖେଳିବେ ଭାରତର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଦିଲ୍ଲୀ ପାଇଁ ସେ ଜାନୁଆରୀ ୨୩ରେ ମ୍ୟାଚ୍‌ ଖେଳିବେ। ଏନେଇ ଦିଲ୍ଲୀ ତଥା ଜିଲା କ୍ରିକେଟ ସଂଘ(ଡିଡିସିଏ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଡିଡିସିଏ ସଚିବ ଅଶୋକ ଶର୍ମା ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି, ପନ୍ତ ସ୍ପଷ୍ଟ କରିଛନ୍ତି ଯେ ସେ ରାଜକୋଟରେ ସୌରାଷ୍ଟ୍ର ବିପକ୍ଷ ଦିଲ୍ଲୀର ରଣଜୀ ମ୍ୟାଚ୍‌ ଲାଗି ଉପଲବ୍ଧ ରହିବେ।

ତେବେ ବର୍ଡର ଗାଭାସ୍କର ଟ୍ରଫିରେ ୫ ମ୍ୟାଚ୍‌ ଖେଳିଥିବା ପନ୍ତଙ୍କୁ ନିକଟରେ ଇଂଲଣ୍ଡ ବିପକ୍ଷ ଆଗାମୀ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ଲାଗି ଭାରତର ଟି୨୦ ଟିମ୍‌ରେ ସାମିଲ କରାଯାଇଛି। ତେବେ ପନ୍ତଙ୍କ ପୂର୍ବରୁ ଶୁଭମନ ଗିଲ କର୍ନାଟକ ବିପକ୍ଷରେ ପଞ୍ଜାବ ମ୍ୟାଚ୍‌ ଖେଳିବା ନେଇ ସ୍ପଷ୍ଟ କରିଥିଲେ। ୨୭ ବର୍ଷୀୟ ପନ୍ତ ୨୦୨୪ ସେପ୍ଟେମ୍ବରଠାରୁ ଜାତୀୟ ଦଳ ପକ୍ଷରୁ ସମସ୍ତ ୧୦ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏହାଛଡ଼ା ସେ ସିଜନ ଆରମ୍ଭରୁ ଦିଲ୍ଲୀପ ଟ୍ରଫିରେ ଥରେ ଖେଳିଥିଲେ। ଶେଷ ଥର ପାଇଁ ପନ୍ତ ୨୦୧୭ରେ ବିଦର୍ଭ ବିପକ୍ଷରେ ରଣଜୀ ଟ୍ରଫି ଖେଳିଥିଲେ।

The post ବିସିସିଆଇ ଛାଟ! ୭ ବର୍ଷ ପରେ ରଣଜୀ ଟ୍ରଫି ପାଇଁ ଖେଳିବେ ପନ୍ତ appeared first on Dharitri Odia News.