ବିସ୍ଫୋରକ ଲୁଟ୍ ଘଟଣା ପରେ ଆକ୍ସନ : ୩ ପୋଲିସ ଜିଲ୍ଲାର ସବୁ ବିସ୍ଫୋରକ ଗୋଦାମରେ ଯାଞ୍ଚ

ବଣାଇ ୩।୬: ପଶ୍ଚିମାଞ୍ଚଳ DIG ନିର୍ଦ୍ଦେଶରେ ତିନୋଟି ପୋଲିସ ଜିଲ୍ଲାରେ ଥିବା ସମସ୍ତ ବିସ୍ଫୋରକ ଗୋଦାମରେ ଆରମ୍ଭ ହେଲା ଯାଞ୍ଚ ।ରାଉରକେଲା, ସୁନ୍ଦରଗଡ଼, କେନ୍ଦୁଝରରେ ଥିବା ସମସ୍ତ ଗୋଦାମରେ ହେବ ଯାଞ୍ଚ । ବଣାଇ ଥାନାର ନୂଆପାଲି ବାରୁଦ ଗୋଦାମରେ ପୋଲିସର ଚଢ଼ାଉ । ମାଓବାଦୀ ମାନେ କେ.ବଲାଙ୍ଗ ଥାନାର ବାଙ୍କୋ ପଥର ଖଣି ନିକଟରୁ ୪ ଟନ୍‌ ବାରୁଦ ନେଇଯିବା ପରେ ତତ୍ପରତା ପ୍ରକାଶ ପାଇଛି । ପଶ୍ଚିମାଞ୍ଚଳ DIGଙ୍କ ନିର୍ଦ୍ଦେଶରେ ବଣାଇ ତଳିତା ନିକଟ ନୂଆପାଲିରେ ଏକ ବାରୁଦ ଗୋଦାମରେ ବଣାଇ ପୋଲିସ ପହଞ୍ଚି ଉକ୍ତ ଗୋଦାମ  କାଗଜପତ୍ର ଯାଞ୍ଚ ଆରମ୍ଭ କରିଛି ।ସୁନ୍ଦରଗଡ଼ର ବିଭିନ୍ନ ଖଣିରେ ପୋଲିସର ସ୍ଵତନ୍ତ୍ର ଚଢାଉ । ଖଣିରେ କେତେ ପରିମାଣର ବିସ୍ଫୋରକ ଗଚ୍ଛିତ ଅଛି । ବିସ୍ଫୋରକ ରଖିବାର ଅନୁମତି କେତେ ଅଛି ଏସବୁର ଯାଞ୍ଚ କରିବା ସହ ବିସ୍ଫୋରକ ଗୋଦାମରେ ଚାଲିଛି ସ୍ଵତନ୍ତ୍ର ଟିମ୍‌ର ଯାଞ୍ଚ । ସୁନ୍ଦରଗଡ ଏସ୍‌ପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି ।ସେପଟେ କେନ୍ଦୁଝର ଜିଲ୍ଲାର ୧୦ଟି ଥାନା ଅଞ୍ଚଳରେ ୨୫ଟି ସ୍ଥାନରେ ଥିବା ୩୪ଟି ବିସ୍ଫୋରକ ଗୋଦାମରେ ଘନ ଘନ ଚଢ଼ାଉ କରି ଯାଞ୍ଚ କରୁଛି । ପ୍ରାଥମିକ ତଦନ୍ତରୁ ୪ଟି ଗୋଦାମ ବନ୍ଦ ଥିବା ଏସ୍‌ପି ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାର ସମସ୍ତ ବିସ୍ଫୋରକ ଗୋଦାମର ମାଲିକଙ୍କୁ ନେଇ ପୋଲିସ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ କରିବାକୁ ଯାଉଛି । ଏହାପରେ ଯେଉଁମାନେ ନିୟମର ଖିଲାପ କରିବେ ତା

ବିସ୍ଫୋରକ ଲୁଟ୍ ଘଟଣା ପରେ ଆକ୍ସନ : ୩ ପୋଲିସ ଜିଲ୍ଲାର ସବୁ ବିସ୍ଫୋରକ ଗୋଦାମରେ ଯାଞ୍ଚ

ବଣାଇ ୩।୬ପଶ୍ଚିମାଞ୍ଚଳ DIG ନିର୍ଦ୍ଦେଶରେ ତିନୋଟି ପୋଲିସ ଜିଲ୍ଲାରେ ଥିବା ସମସ୍ତ ବିସ୍ଫୋରକ ଗୋଦାମରେ ଆରମ୍ଭ ହେଲା ଯାଞ୍ଚ ।ରାଉରକେଲା, ସୁନ୍ଦରଗଡ଼, କେନ୍ଦୁଝରରେ ଥିବା ସମସ୍ତ ଗୋଦାମରେ ହେବ ଯାଞ୍ଚ । ବଣାଇ ଥାନାର ନୂଆପାଲି ବାରୁଦ ଗୋଦାମରେ ପୋଲିସର ଚଢ଼ାଉ । ମାଓବାଦୀ ମାନେ କେ.ବଲାଙ୍ଗ ଥାନାର ବାଙ୍କୋ ପଥର ଖଣି ନିକଟରୁ ୪ ଟନ୍‌ ବାରୁଦ ନେଇଯିବା ପରେ ତତ୍ପରତା ପ୍ରକାଶ ପାଇଛି । ପଶ୍ଚିମାଞ୍ଚଳ DIGଙ୍କ ନିର୍ଦ୍ଦେଶରେ ବଣାଇ ତଳିତା ନିକଟ ନୂଆପାଲିରେ ଏକ ବାରୁଦ ଗୋଦାମରେ ବଣାଇ ପୋଲିସ ପହଞ୍ଚି ଉକ୍ତ ଗୋଦାମ  କାଗଜପତ୍ର ଯାଞ୍ଚ ଆରମ୍ଭ କରିଛି ।

ସୁନ୍ଦରଗଡ଼ର ବିଭିନ୍ନ ଖଣିରେ ପୋଲିସର ସ୍ଵତନ୍ତ୍ର ଚଢାଉ । ଖଣିରେ କେତେ ପରିମାଣର ବିସ୍ଫୋରକ ଗଚ୍ଛିତ ଅଛି । ବିସ୍ଫୋରକ ରଖିବାର ଅନୁମତି କେତେ ଅଛି ଏସବୁର ଯାଞ୍ଚ କରିବା ସହ ବିସ୍ଫୋରକ ଗୋଦାମରେ ଚାଲିଛି ସ୍ଵତନ୍ତ୍ର ଟିମ୍‌ର ଯାଞ୍ଚ । ସୁନ୍ଦରଗଡ ଏସ୍‌ପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି ।

ସେପଟେ କେନ୍ଦୁଝର ଜିଲ୍ଲାର ୧୦ଟି ଥାନା ଅଞ୍ଚଳରେ ୨୫ଟି ସ୍ଥାନରେ ଥିବା ୩୪ଟି ବିସ୍ଫୋରକ ଗୋଦାମରେ ଘନ ଘନ ଚଢ଼ାଉ କରି ଯାଞ୍ଚ କରୁଛି । ପ୍ରାଥମିକ ତଦନ୍ତରୁ ୪ଟି ଗୋଦାମ ବନ୍ଦ ଥିବା ଏସ୍‌ପି ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାର ସମସ୍ତ ବିସ୍ଫୋରକ ଗୋଦାମର ମାଲିକଙ୍କୁ ନେଇ ପୋଲିସ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ କରିବାକୁ ଯାଉଛି । ଏହାପରେ ଯେଉଁମାନେ ନିୟମର ଖିଲାପ କରିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦୁଝର ଏସ୍‌ପି ସୂଚନା ଦେଇଛନ୍ତି l

You Can Read:

ପୁରୁଣା ‘ମୂଷା’ ହେଉ କି ନୂଆ ‘ମୂଷା’, ଦଣ୍ଡ ନିଶ୍ଚିତ ପାଇବେ