ବିସ୍ଫୋରକ ଲୁଟ୍ ଘଟଣାର ତଦନ୍ତ ପାଇଁ SIT ଗଠନ, ଟିମ୍‌ରେ ୪ ଅଫିସର ସାମିଲ

ରାଉରକେଲା ୩୦।୫: ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍ ଘଟଣାର ତଦନ୍ତ ପାଇଁ ଗଠନ ହେଲା SIT ଟିମ୍ । ରାଉରକେଲା ଆଡ଼ିସନାଲ ଏସ୍‌ପିଙ୍କ ନେତୃତ୍ବରେ ଟିମ୍‌ ଗଠନ ହୋଇଛି । ଟିମ୍‌ରେ ଅଛନ୍ତି ୪ ଜଣ ଅଫିସର । ରାଉରକେଲା ଆଡିସନାଲ ଏସ୍‌ପି, ବଣାଇ SDPO ଏବଂ ଦୁଇ ପୋଲିସ ଇନ୍ସପେକ୍ଟର ଟିମ୍‌ରେ ସାମିଲ ଅଛନ୍ତି ।ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍ ଘଟଣାକୁ ୩ ଦିନ ହେଲାଣି, ହେଲେ ଏବେବି ଲୁଟ୍ ବିସ୍ଫୋରକର ପତ୍ତା ମିଳୁନି । ବାଙ୍କୋ ପଥର ଖଣିରୁ ଲୁଟ୍ ବିସ୍ଫୋରକର ଟେର୍ ପାଉନି ପୋଲିସ, ତଦନ୍ତ ଆରମ୍ଭ କଲା NIA ଟିମ୍‌ସେପଟେ ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ  ସରଣ୍ଡା ଜଙ୍ଗଲରେ ଲଗାତାର ଚାଲିଛି ସର୍ଚ୍ଚ ଅପରେସନ । ଗ୍ରାଉଣ୍ଡ ଜିରୋରେ ଅପରେସନ ଆଇଜି ଦୀପକ କୁମାରଙ୍କ ସହ ଗୁଇନ୍ଦା ଡିଆଇଜି ବିଶାଳ କନଓ୍ବର ସିଂ ପହଞ୍ଚି ତଦନ୍ତ କରିଛନ୍ତି । ଏହା ଭିତରେ ଏଣ୍ଟ୍ରି ମାରିଛି NIA । ଗୁରୁବାର NIA ବିସ୍ଫୋରକ ଗୋଦାମ ମାଲିକଙ୍କୁ ମାରାଥନ ଜେରା କରିଛି । ସେହିଭଳି ୩ ଦିନ ହେଲା ଗ୍ରାଉଣ୍ଡ ଜିରୋରେ ସିଆର୍‌ପିଏଫ୍ ଆଇଜି ଅମିତେନ୍ଦ୍ର ନାଥ ସିଂହା ଛାନଭିନ ଚଳାଇଛନ୍ତି  ।ଉଲ୍ଲେଖଯୋଗ୍ୟ ଯେ, ୨୦୦୯ ମସିହାରେ ସମାନ ଢଙ୍ଗରେ ଚାନ୍ଦିପୋଷ ଥାନା ଅଞ୍ଚଳରୁ ମାଓବାଦୀ ଲୁଟି ନେଇଥିଲେ ବିସ୍ଫୋରକ ବୋଝେଇ ଟ୍ରକ୍ । ପୁଣି ତାର ପୁନରାବୃତ୍ତି ହୋଇଛି ୨୦୨୫ ମସିହା ମେ’ ୨୭ ତାରିଖ

ବିସ୍ଫୋରକ ଲୁଟ୍ ଘଟଣାର ତଦନ୍ତ ପାଇଁ SIT ଗଠନ, ଟିମ୍‌ରେ ୪ ଅଫିସର ସାମିଲ

ରାଉରକେଲା ୩୦।୫: ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍ ଘଟଣାର ତଦନ୍ତ ପାଇଁ ଗଠନ ହେଲା SIT ଟିମ୍ । ରାଉରକେଲା ଆଡ଼ିସନାଲ ଏସ୍‌ପିଙ୍କ ନେତୃତ୍ବରେ ଟିମ୍‌ ଗଠନ ହୋଇଛି । ଟିମ୍‌ରେ ଅଛନ୍ତି ୪ ଜଣ ଅଫିସର । ରାଉରକେଲା ଆଡିସନାଲ ଏସ୍‌ପି, ବଣାଇ SDPO ଏବଂ ଦୁଇ ପୋଲିସ ଇନ୍ସପେକ୍ଟର ଟିମ୍‌ରେ ସାମିଲ ଅଛନ୍ତି ।

ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍ ଘଟଣାକୁ ୩ ଦିନ ହେଲାଣି, ହେଲେ ଏବେବି ଲୁଟ୍ ବିସ୍ଫୋରକର ପତ୍ତା ମିଳୁନି । 

ବାଙ୍କୋ ପଥର ଖଣିରୁ ଲୁଟ୍ ବିସ୍ଫୋରକର ଟେର୍ ପାଉନି ପୋଲିସ, ତଦନ୍ତ ଆରମ୍ଭ କଲା NIA ଟିମ୍‌

ସେପଟେ ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ  ସରଣ୍ଡା ଜଙ୍ଗଲରେ ଲଗାତାର ଚାଲିଛି ସର୍ଚ୍ଚ ଅପରେସନ । ଗ୍ରାଉଣ୍ଡ ଜିରୋରେ ଅପରେସନ ଆଇଜି ଦୀପକ କୁମାରଙ୍କ ସହ ଗୁଇନ୍ଦା ଡିଆଇଜି ବିଶାଳ କନଓ୍ବର ସିଂ ପହଞ୍ଚି ତଦନ୍ତ କରିଛନ୍ତି । ଏହା ଭିତରେ ଏଣ୍ଟ୍ରି ମାରିଛି NIA । ଗୁରୁବାର NIA ବିସ୍ଫୋରକ ଗୋଦାମ ମାଲିକଙ୍କୁ ମାରାଥନ ଜେରା କରିଛି । ସେହିଭଳି ୩ ଦିନ ହେଲା ଗ୍ରାଉଣ୍ଡ ଜିରୋରେ ସିଆର୍‌ପିଏଫ୍ ଆଇଜି ଅମିତେନ୍ଦ୍ର ନାଥ ସିଂହା ଛାନଭିନ ଚଳାଇଛନ୍ତି  ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୯ ମସିହାରେ ସମାନ ଢଙ୍ଗରେ ଚାନ୍ଦିପୋଷ ଥାନା ଅଞ୍ଚଳରୁ ମାଓବାଦୀ ଲୁଟି ନେଇଥିଲେ ବିସ୍ଫୋରକ ବୋଝେଇ ଟ୍ରକ୍ । ପୁଣି ତାର ପୁନରାବୃତ୍ତି ହୋଇଛି ୨୦୨୫ ମସିହା ମେ’ ୨୭ ତାରିଖରେ ।

You Can Read:

କଟକଣା ମାନୁନାହାନ୍ତି ମତ୍ସ୍ୟଜୀବୀ, ବାରଣ ସତ୍ତ୍ବେ ଯାଉଛନ୍ତି ମାଛ ଧରି