ବିସ୍ଫୋରଣରେ ଉଡ଼ିଗଲା ଘର: ଜଣେ ଅଗ୍ନିଶମ କର୍ମଚାରୀ ମୃତ, ୧୧ ଆହତ

ଓ୍ବାଶିଂଟନ,୧୭ା୨: ଭର୍ଜିନିଆର ଏକ ଘର ବିସ୍ଫୋରଣରେ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଭିତରକୁ ପଶିଥିବା ବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଆମେରିକାର ଷ୍ଟର୍ଲିଙ୍ଗର ଏକ ଘରେ ବିସ୍ଫୋରଣ ହୋଇଥିଲା। ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି, ଏହି ଘଟଣାରେ ତାଙ୍କର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି। ଆହତ ଦଳରେ ଅଗ୍ନିଶମ ବିଭାଗର ଅନ୍ୟ […] The post ବିସ୍ଫୋରଣରେ ଉଡ଼ିଗଲା ଘର: ଜଣେ ଅଗ୍ନିଶମ କର୍ମଚାରୀ ମୃତ, ୧୧ ଆହତ appeared first on Dharitri Odia News.

ବିସ୍ଫୋରଣରେ ଉଡ଼ିଗଲା ଘର: ଜଣେ ଅଗ୍ନିଶମ କର୍ମଚାରୀ ମୃତ, ୧୧ ଆହତ

ଓ୍ବାଶିଂଟନ,୧୭ା୨: ଭର୍ଜିନିଆର ଏକ ଘର ବିସ୍ଫୋରଣରେ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବାକୁ ଭିତରକୁ ପଶିଥିବା ବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଅଗ୍ନିକାଣ୍ଡରେ ୧୧ ଜଣ ଆହତ ହୋଇଛନ୍ତି।

ଶୁକ୍ରବାର ରାତିରେ ଆମେରିକାର ଷ୍ଟର୍ଲିଙ୍ଗର ଏକ ଘରେ ବିସ୍ଫୋରଣ ହୋଇଥିଲା। ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି, ଏହି ଘଟଣାରେ ତାଙ୍କର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି।
ଆହତ ଦଳରେ ଅଗ୍ନିଶମ ବିଭାଗର ଅନ୍ୟ ୯ ଜଣ ସଦସ୍ୟ ଏବଂ ଦୁଇ ଜଣ ସାଧାରଣ ନାଗରିକ ଅଛନ୍ତି। ଲାଉଡାଉନ କାଉଣ୍ଟି ଫାୟାର ଆଣ୍ଡ ରେସକ୍ୟୁ କର୍ମଚାରୀମାନେ ରିପୋର୍ଟ କରିଛନ୍ତି ଯେ, ସମସ୍ତ ଆହତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

The post ବିସ୍ଫୋରଣରେ ଉଡ଼ିଗଲା ଘର: ଜଣେ ଅଗ୍ନିଶମ କର୍ମଚାରୀ ମୃତ, ୧୧ ଆହତ appeared first on Dharitri Odia News.