ବିହାର NEET ପେପର୍‌ ଲିକ୍‌ର ମାଷ୍ଟରମାଇଣ୍ଡ ‘ରକି’ ଗିରଫ, ସିବିଆଇକୁ ମିଳିଲା ୧୦ ଦିନର ରିମାଣ୍ଡ

ବିହାରରେ ନିଟ୍‌ ପେପର୍‌ ଲିକ୍‌ ମାମଲାର ମାଷ୍ଟରମାଇଣ୍ଡ ରାକେଶ ରଞ୍ଜନ ଓରଫ୍‌ ରକିଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି । ବିହାରର ପାଟନାରୁ ତାଙ୍କୁ ଗିରଫ କରାଯାଇଛି । କୋର୍ଟରୁ ସିବିଆଇକୁ ୧୦ ଦିନର ରିମାଣ୍ଡ ମିଳିଛି । ପାଟନା ଏବଂ କୋଲକାତାରେ ରକିଙ୍କ ସହ ଜଡ଼ିତ ଠିକଣାଗୁଡ଼ିକରେ ସିବିଆଇର ଚଢ଼ାଉ ପରେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ୍‌ ଜବତ କରାଯାଇଛି । ରାକେଶ ରଞ୍ଜନ ରାଞ୍ଚିରେ ହୋଟେଲ ବ୍ୟବସାୟ କରନ୍ତି । ପେପର୍‌ ଲିକ୍‌ […] The post ବିହାର NEET ପେପର୍‌ ଲିକ୍‌ର ମାଷ୍ଟରମାଇଣ୍ଡ ‘ରକି’ ଗିରଫ, ସିବିଆଇକୁ ମିଳିଲା ୧୦ ଦିନର ରିମାଣ୍ଡ appeared first on KNews Odisha.

ବିହାର NEET ପେପର୍‌ ଲିକ୍‌ର ମାଷ୍ଟରମାଇଣ୍ଡ ‘ରକି’ ଗିରଫ, ସିବିଆଇକୁ ମିଳିଲା ୧୦ ଦିନର ରିମାଣ୍ଡ
neet

ବିହାରରେ ନିଟ୍‌ ପେପର୍‌ ଲିକ୍‌ ମାମଲାର ମାଷ୍ଟରମାଇଣ୍ଡ ରାକେଶ ରଞ୍ଜନ ଓରଫ୍‌ ରକିଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି । ବିହାରର ପାଟନାରୁ ତାଙ୍କୁ ଗିରଫ କରାଯାଇଛି । କୋର୍ଟରୁ ସିବିଆଇକୁ ୧୦ ଦିନର ରିମାଣ୍ଡ ମିଳିଛି । ପାଟନା ଏବଂ କୋଲକାତାରେ ରକିଙ୍କ ସହ ଜଡ଼ିତ ଠିକଣାଗୁଡ଼ିକରେ ସିବିଆଇର ଚଢ଼ାଉ ପରେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ୍‌ ଜବତ କରାଯାଇଛି ।

ରାକେଶ ରଞ୍ଜନ ରାଞ୍ଚିରେ ହୋଟେଲ ବ୍ୟବସାୟ କରନ୍ତି । ପେପର୍‌ ଲିକ୍‌ ହେବା ପରେ ଏହାର ସମାଧାନ ନିମନ୍ତେ ସେ ଯୋଗାଡ଼ ପ୍ରସ୍ତୁତ କରିଥିଲେ । ରାଞ୍ଚି ଏବଂ ପାଟନାର ଏମ୍‌ବିବିଏସ୍‌ ଛାତ୍ରମାନଙ୍କୁ ସମାଧାନକାରୀ ରୂପେ ବ୍ୟବହାର କରାଯାଇଥିଲା । ରକି ନିଟ୍‌ ପେପର୍‌ ଲିକ୍‌ ପରେ ଏହାର ଉତ୍ତର ପ୍ରସ୍ତୁତି ପାଇଁ ସମାଧାନକାରୀମାନଙ୍କୁ ଯୋଗାଡ଼ କରିିଥିଲେ । ସେ ଝାଡ଼ଖଣ୍ଡରେ ସଞ୍ଜୀବ ମୁଖିଆ ଗ୍ୟାଙ୍ଗ୍‌ର ଜଣେ ଖାସ୍‌ ସଦସ୍ୟ ଥିଲେ । ବର୍ତ୍ତମାନ ରକିଙ୍କ ଗିରଫଦାରୀ ପରେ ସମାଧାନକାରୀଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ ।

ତେବେ ସିବିଆଇକୁ ଏହି ସଫଳତା ଅମନ ସିଂଙ୍କ ଗିରଫଦାରୀ ପରେ ମିଳିଛି । ସିବିଆଇ ଅମନଙ୍କୁ ଝାଡ଼ଖଣ୍ଡର ଧନବାଦରୁ ଗିରଫ କରିଥିଲା । ପେପର୍‌ ଲିକ୍‌ ଘଟଣାରେ ଅମନଙ୍କୁ ରକିଙ୍କର ବହୁତ ଖାସ୍‌ ବୋଲି କୁହାଯାଇଛି । ଅମନ ଓ ରକିଙ୍କ ଗିରଫଦାରୀ ପରେ ସିବିଆଇ ବର୍ତ୍ତମାନ ନିଟ୍‌ ପେପର୍‌ ଲିକ୍‌ ମାମଲାରେ ସଞ୍ଜୀବ ମୁଖିଆ ଓରଫ୍‌ ଲୁଟନ୍‌ଙ୍କୁ ଖୋଜାଖୋଜି କରୁଛି ।

କହି ରଖୁଛୁ, କେନ୍ଦ୍ର ଏବଂ ଏନ୍‌ଟିଏ ସୁପ୍ରିମ୍‌କୋର୍ଟରେ ଏକ ଆଫିଡେଭିଟ୍‌ ଦାଖଲ କରିବା ପରେ ସିବିଆଇ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଛି । ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଆଜି ଜୁଲାଇ ୧୧ରେ ନିଟ୍‌ ବିବାଦ ଉପରେ ଶୁଣାଣି କରିବାର ଥିଲା, କିନ୍ତୁ ଏହାକୁ ଜୁଲାଇ ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ରକିଙ୍କ ଗିରଫଦାରୀରୁ ମାମଲାରେ ନୂଆ ଖୁଲାସା ହେବାର ଆଶା କରାଯାଉଛି, ଯାହା ଉପରେ ଜୁଲାଇ ୧୮ରେ କୋର୍ଟରେ ମଧ୍ୟ ଚର୍ଚ୍ଚା ହୋଇପାରେ ।

The post ବିହାର NEET ପେପର୍‌ ଲିକ୍‌ର ମାଷ୍ଟରମାଇଣ୍ଡ ‘ରକି’ ଗିରଫ, ସିବିଆଇକୁ ମିଳିଲା ୧୦ ଦିନର ରିମାଣ୍ଡ appeared first on KNews Odisha.