ବିହାର ନିର୍ବାଚନ ପୂର୍ବରୁ ଏନଡିଏର ମେଳି; ବନ୍ଦ ଲଫାଫାରେ ଶାହଙ୍କୁ ସିଟ୍ ତାଲିକା ଦେଲେ ସହଯୋଗୀ

ପାଟନା: ଚଳିତ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ । ଏହାକୁ ନେଇ ଓଲଟା ଗଣତି ଆରମ୍ଭ ହୋଇଥିବା ବେଳେ ରାଜନୈତିକ ପାର୍ଟିମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ରବିବାର ଏନଡିଏ ଶୀର୍ଷ ନେତାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ହୋଇଛି । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ୍ ହୋଇଥିଲେ । ଏହି ମିଟିଂରେ ଏନଡିଏରେ ସାମିଲ୍ ଥିବା ସମସ୍ତ ପାର୍ଟିର ଶୀର୍ଘ ନେତାମାନେ ଉପସ୍ଥିତ ରହି ଅମିତ ଶାହଙ୍କୁ ବନ୍ଦ ଲଫାଫାରେ ବିଧାନସଭା ଆସନ ତାଲିକା ପ୍ରଦାନ କରିଛନ୍ତି ।ତେବେ ଏହି ବିଧାନସଭା ସିଟ୍ ତାଲିକାକୁ ନେଇ ଭାରତୀୟ ଜନତାପାର୍ଟି ବିଚାରବିମର୍ଶ କରିବ । ତୃଣମୂଳ ସ୍ଥରରେ ଆସନକୁ ନେଇ ତର୍ଜମା କରାଯିବ । ଏନଡିଏ ଅଂଶୀଦାର ଦଳମାନେ ଯେଉଁ ତାଲିକା ପ୍ରଦାନ କରି ଆସନ ଦାବି କରିଛନ୍ତି, ସେଥିରେ ସେମାନଙ୍କର ବାସ୍ତବ ସ୍ଥିତି କ’ଣ । ଏହାପରେ ସେହି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଅନ୍ୟପଟେ ବନ୍ଦ ଲଫଫାରେ ଆସନ ତାଲିକା ଦିଆଯାଇଥିବାରୁ ଏନଡିଏ ପାର୍ଟିମାନଙ୍କ ମଧ୍ୟରେ ଏହା ଲିକ୍ ହେବା ସମ୍ଭାବନା କମ୍ ରହିଛି ।ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏନଡିଏର ସମସ୍ତ ଶୀର୍ଷ ନେତା ଏକତା ଦେଖାଇବା ସହିତ ବିଜୟ ସଂକଳ୍ପକୁ ଦୋହରାଇଛନ୍ତି । ମିଟିଂ ଔପଚାରିକତା ସରିବା ପରେ ଗୃହମନ୍ତ୍ରୀ ସିଏମ ବାସଭବନକରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ବିଜେପି ଆସନ ତାଲିକା ଉପରେ ଶୀଘ୍ର ମନ୍ଥନ କରି ସି

ବିହାର ନିର୍ବାଚନ ପୂର୍ବରୁ ଏନଡିଏର ମେଳି; ବନ୍ଦ ଲଫାଫାରେ ଶାହଙ୍କୁ ସିଟ୍ ତାଲିକା ଦେଲେ ସହଯୋଗୀ

ପାଟନା: ଚଳିତ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ । ଏହାକୁ ନେଇ ଓଲଟା ଗଣତି ଆରମ୍ଭ ହୋଇଥିବା ବେଳେ ରାଜନୈତିକ ପାର୍ଟିମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ରବିବାର ଏନଡିଏ ଶୀର୍ଷ ନେତାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ ହୋଇଛି । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ୍ ହୋଇଥିଲେ । ଏହି ମିଟିଂରେ ଏନଡିଏରେ ସାମିଲ୍ ଥିବା ସମସ୍ତ ପାର୍ଟିର ଶୀର୍ଘ ନେତାମାନେ ଉପସ୍ଥିତ ରହି ଅମିତ ଶାହଙ୍କୁ ବନ୍ଦ ଲଫାଫାରେ ବିଧାନସଭା ଆସନ ତାଲିକା ପ୍ରଦାନ କରିଛନ୍ତି ।

ତେବେ ଏହି ବିଧାନସଭା ସିଟ୍ ତାଲିକାକୁ ନେଇ ଭାରତୀୟ ଜନତାପାର୍ଟି ବିଚାରବିମର୍ଶ କରିବ । ତୃଣମୂଳ ସ୍ଥରରେ ଆସନକୁ ନେଇ ତର୍ଜମା କରାଯିବ । ଏନଡିଏ ଅଂଶୀଦାର ଦଳମାନେ ଯେଉଁ ତାଲିକା ପ୍ରଦାନ କରି ଆସନ ଦାବି କରିଛନ୍ତି, ସେଥିରେ ସେମାନଙ୍କର ବାସ୍ତବ ସ୍ଥିତି କ’ଣ । ଏହାପରେ ସେହି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଅନ୍ୟପଟେ ବନ୍ଦ ଲଫଫାରେ ଆସନ ତାଲିକା ଦିଆଯାଇଥିବାରୁ ଏନଡିଏ ପାର୍ଟିମାନଙ୍କ ମଧ୍ୟରେ ଏହା ଲିକ୍ ହେବା ସମ୍ଭାବନା କମ୍ ରହିଛି ।

ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏନଡିଏର ସମସ୍ତ ଶୀର୍ଷ ନେତା ଏକତା ଦେଖାଇବା ସହିତ ବିଜୟ ସଂକଳ୍ପକୁ ଦୋହରାଇଛନ୍ତି । ମିଟିଂ ଔପଚାରିକତା ସରିବା ପରେ ଗୃହମନ୍ତ୍ରୀ ସିଏମ ବାସଭବନକରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ବିଜେପି ଆସନ ତାଲିକା ଉପରେ ଶୀଘ୍ର ମନ୍ଥନ କରି ସିଟ୍ ଭାଗବଣ୍ଟା ନିର୍ଣ୍ଣୟ ନେବ ।