ବାତ୍ୟା ‘ଫେଙ୍ଗଲ’ ବେଳେ ଅଘଟଣ, ATMକୁ ପଇସା ପାଇଁ ଯାଇଥିବା ଯୁବକ ବିଦ୍ୟୁତ ଆଘାତରେ ମୃତ

ମନ୍ନାଡୀ ୩୦।୧୧: ଚେନ୍ନାଇରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ବାତ୍ୟା ଫେଙ୍ଗଲ ଯୋଗୁ ବର୍ଷା ଲାଗି ରହିଥିବା ବେଳେ ପଇସା ପାଇଁ ଏଟିଏମକୁ ଯାଇ ଜଣେ ଯୁବକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ଘଟଣା ଶନିବାର ସେତେବେଳେ ହୋଇଛି ଯେତେବେଳେ ବର୍ଷା ଯୋଗୁ ସହରର ରାସ୍ତାଘାଟ ପାଣିରେ ବୁଡି ରହିଥିଲା। ଏଟିଏମ ସମ୍ମୁଖରେ ଯୁବକଙ୍କ ଶବ ପାଣିରେ ଭାସୁଥିବା ବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାମଲା ତାମିଲନାଡୁ ମନ୍ନାଡିର, ସନ୍ଥନ ନାମକ ଜନୈକ ଯୁବକ ଏଟିଏମରୁ ପଇସା କାଢିବାକୁ ଯାଇଥିଲେ। ଘୂର୍ଣ୍ଣିବାତ୍ୟା ଫେଙ୍ଗଲ ପାଇଁ ଏବେ ତାମିଲନାଡୁରେ ମୁଶଳାଧାର ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ସଡ଼କ ବୁଡି ରହିଥିବା ବେଳେ ପାଣି ଏଟିଏମ କାଉଣ୍ଟରରେ ମଧ୍ୟ ପଶିଥିଲା। ଯେତେବେଳେ ସନ୍ଥନ ପଇସା କାଢିବା ପାଇଁ କାଉଣ୍ଟର ଭିତରକୁ ଗଲେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଓ ସେ ସେହିଠାରେ ପ୍ରାଣ ହରାଇଛନ୍ତି। A tragic incident in Mannady.Santhan, a young man from a northern state, lost his life to electrocution while withdrawing money from an ATM.????: Dinesh#ChennaiRains #ChennaiRain#FengalCyclone #FengalStorm#Fengal #Cyclone #TamilNadu #Indiapic.twitter.com/SB8Tl1iIVc— Mr. Shaz (@Wh_So_Serious) November 30, 2024ଏହି ଦୁର୍ଘଟଣାର ଅନେକ ସମୟ ପର

ବାତ୍ୟା ‘ଫେଙ୍ଗଲ’ ବେଳେ ଅଘଟଣ, ATMକୁ ପଇସା ପାଇଁ ଯାଇଥିବା ଯୁବକ ବିଦ୍ୟୁତ ଆଘାତରେ ମୃତ

ମନ୍ନାଡୀ ୩୦।୧୧: ଚେନ୍ନାଇରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ବାତ୍ୟା ଫେଙ୍ଗଲ ଯୋଗୁ ବର୍ଷା ଲାଗି ରହିଥିବା ବେଳେ ପଇସା ପାଇଁ ଏଟିଏମକୁ ଯାଇ ଜଣେ ଯୁବକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ଘଟଣା ଶନିବାର ସେତେବେଳେ ହୋଇଛି ଯେତେବେଳେ ବର୍ଷା ଯୋଗୁ ସହରର ରାସ୍ତାଘାଟ ପାଣିରେ ବୁଡି ରହିଥିଲା। ଏଟିଏମ ସମ୍ମୁଖରେ ଯୁବକଙ୍କ ଶବ ପାଣିରେ ଭାସୁଥିବା ବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ମାମଲା ତାମିଲନାଡୁ ମନ୍ନାଡିର, ସନ୍ଥନ ନାମକ ଜନୈକ ଯୁବକ ଏଟିଏମରୁ ପଇସା କାଢିବାକୁ ଯାଇଥିଲେ। ଘୂର୍ଣ୍ଣିବାତ୍ୟା ଫେଙ୍ଗଲ ପାଇଁ ଏବେ ତାମିଲନାଡୁରେ ମୁଶଳାଧାର ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ସଡ଼କ ବୁଡି ରହିଥିବା ବେଳେ ପାଣି ଏଟିଏମ କାଉଣ୍ଟରରେ ମଧ୍ୟ ପଶିଥିଲା। ଯେତେବେଳେ ସନ୍ଥନ ପଇସା କାଢିବା ପାଇଁ କାଉଣ୍ଟର ଭିତରକୁ ଗଲେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଓ ସେ ସେହିଠାରେ ପ୍ରାଣ ହରାଇଛନ୍ତି। 


ଏହି ଦୁର୍ଘଟଣାର ଅନେକ ସମୟ ପର୍ଯ୍ୟନ୍ତ ଏଟିଏମ କାଉଣ୍ଟର ସମ୍ମୁଖ ସଡ଼କ କଡରେ ଯୁବକଙ୍କ ଶବ ପାଣିରେ ଭାସୁଥିବା ଦେଖାଯାଇଛି। ତେବେ ଶବ ଉପରେ ଲୋକଙ୍କ ନଜର ପଡିବା ପରେ ସେଠାରୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି।  ଯୁବକ ସମ୍ଭବତଃ ବିଦ୍ୟୁତ ଆଘାତ ଯୋଗୁ ପ୍ରାଣ ହରାଇଥାଇ ପାରନ୍ତି ବୋଲି ପୋଲିସ କହିଛି। ତେବେ ଏଟିଏମ କାଉଣ୍ଟର ଭିତରକୁ ପାଣି କିପରି ଗଲା ଓ ଏହି ମୃତ୍ୟୁ ବିଦ୍ୟୁତ ଆଘାତ ଜନିତ କି ନା ଜାଣିବା ପାଇଁ ଏବେ ତଦନ୍ତ କରାଯାଉଛି। 


ଘୂର୍ଣ୍ଣିବାତ୍ୟା ଫେଙ୍ଗଲ ତାମିଲନାଡୁ ଓ ପୁଡୁଚେରୀ ଦେଇ ସ୍ଥଳଭାଗକୁ ଅତିକ୍ରମ କରୁଛି। ଏଥି ପାଇଁ ଝଡତୋଫାନ ସହିତ ବର୍ଷା ଲାଗି ରହିଛି। ଉପକୂଳ ଅତିକ୍ରମ କରିବାକୁ ଘୂର୍ଣ୍ଣିବାତ୍ୟା ୩ରୁ ୪ଘଣ୍ଟା ସମୟ ନେଇ ପାରେ। ଏଣୁ ବାତ୍ୟା ପାଇଁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି। ପବନର ବେଗ ଅଧିକ ରହୁଥିବାରୁ କେତେକ ସ୍ଥାନରେ ଗଛ ଉପୁଡି ପଡିଥିବାର ଖବର ଆସୁଛି। ଏଣୁ ଫେଙ୍ଗଲ ଯିବା ପରେ ଯାତାୟାତ ନିମନ୍ତେ ରାସ୍ତାଘାଟ ସଫା କରିବା ବଡ଼ ସମସ୍ୟା ହୋଇପାରେ।