ବିହାର ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି
ପାଟନା: ବିହାରର ସିୱାନ୍ ଓ ସରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମଦମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ସରଣ ରେଞ୍ଜ୍ର ଡିଆଇଜି ନୀଳେଶ କୁମାର କହିଛନ୍ତି, ସିୱାନ୍ ଜିଲ୍ଲାର ମଘର ଓ ଅଉରିଆ ପଞ୍ଚାୟତରେ ୨୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସରଣ ଜିଲ୍ଲା ମାଶରଖ ଥାନା ଅଧୀନସ୍ଥ ଇବ୍ରାହିମ୍ପୁର ପଞ୍ଚାୟତରେ ୭ଜଣଙ୍କ ମୃତ୍ୟ ହୋଇଛି। ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଆହୁରି ୨୫ଜଣଙ୍କ […]

ପାଟନା: ବିହାରର ସିୱାନ୍ ଓ ସରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଆଉ ୧୦ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମଦମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ସରଣ ରେଞ୍ଜ୍ର ଡିଆଇଜି ନୀଳେଶ କୁମାର କହିଛନ୍ତି, ସିୱାନ୍ ଜିଲ୍ଲାର ମଘର ଓ ଅଉରିଆ ପଞ୍ଚାୟତରେ ୨୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସରଣ ଜିଲ୍ଲା ମାଶରଖ ଥାନା ଅଧୀନସ୍ଥ ଇବ୍ରାହିମ୍ପୁର ପଞ୍ଚାୟତରେ ୭ଜଣଙ୍କ ମୃତ୍ୟ ହୋଇଛି। ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଆହୁରି ୨୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଆଲୋକ ରଞ୍ଜନ କହିଛନ୍ତି, ମାମଲାର ତଦନ୍ତ ନିମନ୍ତେ ଦୁଇଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଅଞ୍ଚଳରେ ବିଷାକ୍ତମଦ କାରବାରରେ ଜଡ଼ିତ ଅପରାଧୀଙ୍କ ସମ୍ପର୍କରେ ଗୋଟିଏ ଟିମ୍ ତଦନ୍ତ କରିବ ଏବଂ ଅନ୍ୟଟି ସମଗ୍ର ରାଜ୍ୟରେ ପୂର୍ବରୁ ଘଟିଥିବା ଓ ବର୍ତ୍ତମାନ ଘଟିଥିବା ଘଟଣାର ପୁଂଖାନୁପୁଂଖ ତଦନ୍ତ କରିବ ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିମନ୍ତେ ରିପୋର୍ଟ ପ୍ରସ୍ତୁତ କରିବ।