ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ କଶ୍ମୀର
ଶ୍ରୀନଗର,୨୭।୧୨: ଥରିଲା ଜମ୍ମୁ କଶ୍ମୀର। ଶୁକ୍ରବାର ରାତି ୯.୦୬ରେ କଶ୍ମୀରର ବାରାମୂଳାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଆକଳନ କରାଯାଇଛି। ଏଯାବତ ଭୂକମ୍ପକୁ ନେଇ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଅପରପକ୍ଷେ ଘାଟିରେ ପ୍ରବଳ ତୂଷାରପାତ ହେଉଛି। କୁଲଗାମର ରାସ୍ତା ବରଫରେ ଆଚ୍ଛାଦିତ ହୋଇଛି। ଜାତୀୟ ରାଜପଥ ୪୪ ଉପରୁ ବରଫକୁ ହଟାଇବାର କାମ ଚାଲିଛି। କଶ୍ମୀର ସହ ଜମ୍ମୁ ଅଞ୍ଚଳରେ ମଧ୍ୟ ତୁଷାରପାତ ହେଉଛି। କହିରଖୁଛୁ ଯେ, ବର୍ତ୍ତମାନ […] The post ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ କଶ୍ମୀର appeared first on Dharitri Odia News.
ଶ୍ରୀନଗର,୨୭।୧୨: ଥରିଲା ଜମ୍ମୁ କଶ୍ମୀର। ଶୁକ୍ରବାର ରାତି ୯.୦୬ରେ କଶ୍ମୀରର ବାରାମୂଳାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ଆକଳନ କରାଯାଇଛି। ଏଯାବତ ଭୂକମ୍ପକୁ ନେଇ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ଅପରପକ୍ଷେ ଘାଟିରେ ପ୍ରବଳ ତୂଷାରପାତ ହେଉଛି। କୁଲଗାମର ରାସ୍ତା ବରଫରେ ଆଚ୍ଛାଦିତ ହୋଇଛି। ଜାତୀୟ ରାଜପଥ ୪୪ ଉପରୁ ବରଫକୁ ହଟାଇବାର କାମ ଚାଲିଛି। କଶ୍ମୀର ସହ ଜମ୍ମୁ ଅଞ୍ଚଳରେ ମଧ୍ୟ ତୁଷାରପାତ ହେଉଛି।
କହିରଖୁଛୁ ଯେ, ବର୍ତ୍ତମାନ ସମଗ୍ର କଶ୍ମୀରରେ ଶୀତ ଲହର ଚାଲିଛି। ତାପମାତ୍ରା ହ୍ରାସ ଯୋଗୁ ପାଇପଲାଇନ୍ରେ ପାଣି ଜମି ଯାଇଛି। ଡାଲ ହ୍ରଦ ସମେତ ଅନେକ ଜଳଭଣ୍ଡାରର ପାଣି ଜମିଛି। ଗୁରୁବାର ରାତିରେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ରାତିରେ -୭.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଏହାପୂର୍ବରୁ ବୁଧବାର ରାତିରେ ତାପମାତ୍ରା ୦ରୁ ୭ ଡିଗ୍ରୀ ସେଲସିୟସ ତଳେ ରହିଥିଲା।
आज रात 09:06 बजे जम्मू-कश्मीर के बारामूला में रिक्टर स्केल पर 4.0 की तीव्रता वाला भूकंप आया: राष्ट्रीय भूकंप विज्ञान केंद्र pic.twitter.com/KN2TwNbvm5
— ANI_HindiNews (@AHindinews) December 27, 2024
The post ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ କଶ୍ମୀର appeared first on Dharitri Odia News.