ବିହାର ରାଜନୀତିରେ ହଟଚମଟ ପରେ କଂଗ୍ରେସର ହଜିଲା ନିଦ! ୧୩ ବିଧାୟକଙ୍କ ଫୋନ ବନ୍ଦ

ପାଟନା,୨୭।୧: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶନିବାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏଠାରେ ଜନତା ଦଳ (ୟୁନାଇଟେଡ) ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଭାଜପା ନେତୃତ୍ୱାଧୀନ ଏନଡିଏରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି। ସେପଟେ ସେ ରବିବାର ତାଙ୍କ ବାସଭବନରେ ସମସ୍ତ ଜେଡିୟୁ ବିଧାୟକଙ୍କ ବୈଠକ ଡାକିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟ କ୍ୟାମ୍ପ ଗଠନ ଆରମ୍ଭ କରିଛନ୍ତି। […] The post ବିହାର ରାଜନୀତିରେ ହଟଚମଟ ପରେ କଂଗ୍ରେସର ହଜିଲା ନିଦ! ୧୩ ବିଧାୟକଙ୍କ ଫୋନ ବନ୍ଦ appeared first on Dharitri Odia News.

ବିହାର ରାଜନୀତିରେ ହଟଚମଟ ପରେ କଂଗ୍ରେସର ହଜିଲା ନିଦ! ୧୩ ବିଧାୟକଙ୍କ ଫୋନ ବନ୍ଦ

ପାଟନା,୨୭।୧: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶନିବାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଏଠାରେ ଜନତା ଦଳ (ୟୁନାଇଟେଡ) ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଭାଜପା ନେତୃତ୍ୱାଧୀନ ଏନଡିଏରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି। ସେପଟେ ସେ ରବିବାର ତାଙ୍କ ବାସଭବନରେ ସମସ୍ତ ଜେଡିୟୁ ବିଧାୟକଙ୍କ ବୈଠକ ଡାକିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟ କ୍ୟାମ୍ପ ଗଠନ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆରଜେଡି ଶନିବାର ଅପରାହ୍ନ ୧ଟାରେ ବିଧାୟକା ଦଳର ବୈଠକ ଡାକିଥିବାବେଳେ ଭାଜପା ମଧ୍ୟ ଅପରାହ୍ନ ୪ଟାରେ ଦଳର ବିଧାୟକଙ୍କ ସହ ବୈଠକ କରିବାକୁ ଯାଉଛି।
ଏହି ସମୟରେ, ୧୩ ଜଣ କଂଗ୍ରେସ ବିଧାୟକଙ୍କ ମୋବାଇଲ ଫୋନ ନଟ ରିଚେବଲ ଖବର ଆସିଛି। ସୂତ୍ରରୁ ପ୍ରକାଶ ଯେ ଏହି କଂଗ୍ରେସ ବିଧାୟକମାନଙ୍କ ମଧ୍ୟରୁ ଅନେକେ ଭାଜପା ଏବଂ ଜେଡିୟୁ ସହ ଯୋଗାଯୋଗରେ ଅଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାରଙ୍କୁ ମନାଇବା ପାଇଁ କଂଗ୍ରେସ ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କୁ ଟ୍ରମ୍ପ କାର୍ଡ ଭାବରେ ବ୍ୟବହାର କରିପାରିବ। ଖବର ଅଛି ଯେ ସୋନିଆ ନୀତୀଶ କୁମାରଙ୍କ ସହ ଫୋନରେ କଥା ହୋଇପାରନ୍ତି।
ତେବେ ବିଧାୟକଙ୍କ ଭାଙ୍ଗିବା ଖବରକୁ ଭିତ୍ତିହୀନ ବୋଲି କଂଗ୍ରେସ କହିଛି। କଂଗ୍ରେସ ସହ ଜଡିତ ସୂତ୍ର ଅନୁଯାୟୀ ବିହାର କଂଗ୍ରେସ ଦାୟିତ୍ୱରେ ଥିବା ମୋହନ ପ୍ରକାଶ ଏପର୍ଯ୍ୟନ୍ତ ଦଳର ୧୪ଜଣ ବିଧାୟକଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ କୌଣସି ବିଧାୟକ ଦଳ ଛାଡୁ ନାହାଁନ୍ତି। ପାର୍ଟି ଏହାର ସମସ୍ତ ବିଧାୟକଙ୍କୁ ପୂର୍ନିଆକୁ ଡାକିଛି, ଯେଉଁଠାରେ ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହେବ। ଏହି ସମୟରେ, ବିହାରର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁର୍ନିଆରେ ପ୍ରସ୍ତାବିତ ରାଲି ବାତିଲ ହୋଇପାରେ ବୋଲି ଖବର ରହିଛି।

The post ବିହାର ରାଜନୀତିରେ ହଟଚମଟ ପରେ କଂଗ୍ରେସର ହଜିଲା ନିଦ! ୧୩ ବିଧାୟକଙ୍କ ଫୋନ ବନ୍ଦ appeared first on Dharitri Odia News.