ବିହାରର ମେଡିକାଲ୍ ଛାତ୍ରୀଙ୍କୁ ମହାରାଷ୍ଟ୍ରରେ ହତ୍ୟା; ୪ ମହଲାରୁ ଫିଙ୍ଗିଲା ପ୍ରେମିକ
ମୁମ୍ଵାଇ ୦୨।୦୭ : ମହାରାଷ୍ଟ୍ରର ସତ୍ତାରା ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସନ୍ଦେହ ଯୋଗୁଁ ଚାଲିଗଲା ଯୁବତୀଙ୍କ ଜୀବନ। ଯୁବକ ଜଣଙ୍କ ପ୍ରେମିକା ଉପରେ ସନ୍ଦେହ କରି କୋଠାର ଚତୁର୍ଥ ମହଲାରୁ ଫିଙ୍ଗି ଦେଇଥିଲା।କହିବାକୁ ଗଲେ ତାଙ୍କ ପ୍ରେମିକ ସନ୍ଦେହ କରିଥିଲେ ଯେ ତାଙ୍କ ପ୍ରେମିକା ଅନ୍ୟ ପୁଅ ସହିତ ପ୍ରେମ ସମ୍ପର୍କ ରଖିଛନ୍ତି। ଏହି ସନ୍ଦେହରେ ଅଭିଯୁକ୍ତ ତାଙ୍କ ପ୍ରେମିକାକୁ କୋଠାର ଚାରି ମହଲାରୁ ତଳେ ପକାଇ ଦେଇଥିଲା । ଯେଉଁଥି କାରଣରୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କ ଝିଅ ଉପରେ ପ୍ରେମିକ ସନ୍ଦେହ କରୁଥିଲା। ସେ ଅନ୍ୟ କାହା ସହିତ ସମ୍ପର୍କ ଥିବା ଅଭିଯୋଗ କରି ତାଙ୍କୁ ନିର୍ଯାତନା ଦେଉଥିଲେ। ଏହି କାରଣରୁ ତାଙ୍କ ଝିଅ ଚିନ୍ତିତ ରହୁଥିଲେ। ଅଭିଯୁକ୍ତ ଯୁବକଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଧରିନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତ ବ୍ୟକ୍ତି ଜଣକ ବିହାରର ମୁଜାଫରପୁର ନିବାସୀ ଆରୁଷୀ ମିଶ୍ର ବୋଲି ଜଣାପଡିଛି। ଅଭିଯୁକ୍ତ ଧ୍ରୁବ ଚିକ୍କର ହରିୟାଣାର ସୋନିପାତ ଜିଲ୍ଲାର ବାସିନ୍ଦା। ମହାରାଷ୍ଟ୍ରର ସତାରା ସହରରେ ଏହି ହତ୍ୟାକାଣ୍ଡ ଘଟିଛି। ଧ୍ରୁବଏବଂ ଆରୁଷୀ କୃଷ୍ଣ ମେଡିକାଲ କଲେଜରେ ଅଧ୍ୟୟନ କରିଥିଲେ ଏବଂ ଉଭୟ ପ୍ରଥମ ବର୍ଷର ଛାତ୍ର ଥିଲେ।ପୋଲିସ ସୂତ୍ର ଅନୁଯାୟୀ,
ମୁମ୍ଵାଇ ୦୨।୦୭ : ମହାରାଷ୍ଟ୍ରର ସତ୍ତାରା ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସନ୍ଦେହ ଯୋଗୁଁ ଚାଲିଗଲା ଯୁବତୀଙ୍କ ଜୀବନ। ଯୁବକ ଜଣଙ୍କ ପ୍ରେମିକା ଉପରେ ସନ୍ଦେହ କରି କୋଠାର ଚତୁର୍ଥ ମହଲାରୁ ଫିଙ୍ଗି ଦେଇଥିଲା।କହିବାକୁ ଗଲେ ତାଙ୍କ ପ୍ରେମିକ ସନ୍ଦେହ କରିଥିଲେ ଯେ ତାଙ୍କ ପ୍ରେମିକା ଅନ୍ୟ ପୁଅ ସହିତ ପ୍ରେମ ସମ୍ପର୍କ ରଖିଛନ୍ତି। ଏହି ସନ୍ଦେହରେ ଅଭିଯୁକ୍ତ ତାଙ୍କ ପ୍ରେମିକାକୁ କୋଠାର ଚାରି ମହଲାରୁ ତଳେ ପକାଇ ଦେଇଥିଲା । ଯେଉଁଥି କାରଣରୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।
ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କ ଝିଅ ଉପରେ ପ୍ରେମିକ ସନ୍ଦେହ କରୁଥିଲା। ସେ ଅନ୍ୟ କାହା ସହିତ ସମ୍ପର୍କ ଥିବା ଅଭିଯୋଗ କରି ତାଙ୍କୁ ନିର୍ଯାତନା ଦେଉଥିଲେ। ଏହି କାରଣରୁ ତାଙ୍କ ଝିଅ ଚିନ୍ତିତ ରହୁଥିଲେ। ଅଭିଯୁକ୍ତ ଯୁବକଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଧରିନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତ ବ୍ୟକ୍ତି ଜଣକ ବିହାରର ମୁଜାଫରପୁର ନିବାସୀ ଆରୁଷୀ ମିଶ୍ର ବୋଲି ଜଣାପଡିଛି। ଅଭିଯୁକ୍ତ ଧ୍ରୁବ ଚିକ୍କର ହରିୟାଣାର ସୋନିପାତ ଜିଲ୍ଲାର ବାସିନ୍ଦା। ମହାରାଷ୍ଟ୍ରର ସତାରା ସହରରେ ଏହି ହତ୍ୟାକାଣ୍ଡ ଘଟିଛି। ଧ୍ରୁବଏବଂ ଆରୁଷୀ କୃଷ୍ଣ ମେଡିକାଲ କଲେଜରେ ଅଧ୍ୟୟନ କରିଥିଲେ ଏବଂ ଉଭୟ ପ୍ରଥମ ବର୍ଷର ଛାତ୍ର ଥିଲେ।
ପୋଲିସ ସୂତ୍ର ଅନୁଯାୟୀ, ଧ୍ରୁବ ସତାରା ଏକ ଭଡା ଘରେ ଏବଂ ଆରୁଷୀ ହଷ୍ଟେଲରେ ରହୁଥିଲେ। ଦିଲ୍ଲୀରେ ପାଠ ପଢିବା ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଥିଲା । ଧ୍ରୁବଙ୍କୁ ହତ୍ୟା ଅଭିଯୋଗରେ ଆରୁଷୀଙ୍କ ମା ଡକ୍ଟର ଦୀପ୍ତି ମିଶ୍ର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପଚରାଉଚରା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।