ବିହାରରେ ଆରଜେଡି ନେତା ପଙ୍କଜ ଯାଦବଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି ମାରିଲେ ଦୁବୃର୍ତ୍ତ
ପାଟନା: ବିହାରର ମୁଙ୍ଗେରରେ ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ତଥା ଦଳର ରାଜ୍ୟ ସମ୍ପାଦକ ପଙ୍କଜ ଯାଦବଙ୍କ ଉପରକୁ ଗୁଳିମାଡ଼ ହୋଇଛି। ପଙ୍କଜ ଯାଦବ ବିମାନବନ୍ଦର ନିକଟରେ ପ୍ରାତଃ ଭ୍ରମଣ କରୁଥିବାବେଳେ ୨ ଜଣ ବ୍ୟକ୍ତି ବାଇକ୍ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପୂର୍ବତନ ଆରଜେଡି ବିଧାୟକ ବିଜୟ କୁମାର ଏହି ଘଟଣା ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି, ଯାଦବ ପ୍ରତିଦିନ ସକାଳେ ପ୍ରାତଃ ଭ୍ରମଣ କରନ୍ତି। କିନ୍ତୁ ୨ ଜଣ ବ୍ୟକ୍ତି ବାଇକ୍ରେ […]

ପାଟନା: ବିହାରର ମୁଙ୍ଗେରରେ ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ତଥା ଦଳର ରାଜ୍ୟ ସମ୍ପାଦକ ପଙ୍କଜ ଯାଦବଙ୍କ ଉପରକୁ ଗୁଳିମାଡ଼ ହୋଇଛି। ପଙ୍କଜ ଯାଦବ ବିମାନବନ୍ଦର ନିକଟରେ ପ୍ରାତଃ ଭ୍ରମଣ କରୁଥିବାବେଳେ ୨ ଜଣ ବ୍ୟକ୍ତି ବାଇକ୍ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପୂର୍ବତନ ଆରଜେଡି ବିଧାୟକ ବିଜୟ କୁମାର ଏହି ଘଟଣା ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି, ଯାଦବ ପ୍ରତିଦିନ ସକାଳେ ପ୍ରାତଃ ଭ୍ରମଣ କରନ୍ତି। କିନ୍ତୁ ୨ ଜଣ ବ୍ୟକ୍ତି ବାଇକ୍ରେ ଆସି ତାଙ୍କୁ ପ୍ରାୟ ଗୋଟିଏ କିମି ଯାଏଁ ଗୋଡ଼ାଇଥିଲେ ଏବଂ ଅନେକ ରାଉଣ୍ଡ୍ ଗୁଳି ଚଳାଇଥିଲେ। ପଙ୍କଜ ଯାଦବ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିଲା। ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନେଇ ଚିକିତ୍ସା କରାଯାଇଛି।। ପଙ୍କଜଙ୍କ ଶରୀରରୁ ଗୁଳି ବାହାର କରିଦିଆଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।