ଇସ୍ରାଏଲର ବିମାନ ଆକ୍ରମଣରେ ଗାଜାରେ ୨୪ ଘଣ୍ଟାରେ ୬୫ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ୨୦୨୩ ଅକ୍ଟୋବର ୭ ତାରିଖ ପରଠାରୁ ଇସ୍ରାଏଲ ଗାଜା ଉପରେ କରିଥିବା ଆକ୍ରମଣରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଇସ୍ରାଏଲ ଆକ୍ରମଣରେ ପ୍ରାୟ ୫୦,୧୪୪ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଗାଜା ଉପରେ କରିଥିବା ବିମାନ ଆକ୍ରମଣ ଯୋଗୁଁ ମହିଳା, ଶିଶୁ ଏବଂ ୨ ଜଣ ସାମ୍ବାଦିକଙ୍କ ସମେତ ୬୫ ଜଣଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟିନୀୟ ସ୍ବାସ୍ଥ୍ୟ […]
ନୂଆଦିଲ୍ଲୀ: ୨୦୨୩ ଅକ୍ଟୋବର ୭ ତାରିଖ ପରଠାରୁ ଇସ୍ରାଏଲ ଗାଜା ଉପରେ କରିଥିବା ଆକ୍ରମଣରେ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଇସ୍ରାଏଲ ଆକ୍ରମଣରେ ପ୍ରାୟ ୫୦,୧୪୪ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଗାଜା ଉପରେ କରିଥିବା ବିମାନ ଆକ୍ରମଣ ଯୋଗୁଁ ମହିଳା, ଶିଶୁ ଏବଂ ୨ ଜଣ ସାମ୍ବାଦିକଙ୍କ ସମେତ ୬୫ ଜଣଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟିନୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି। ଉତ୍ତର ଗାଜାରେ ଇସ୍ରାଏଲ ଆକ୍ରମଣରେ ଅଲ୍ ଜଜିରାର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ପାଲେଷ୍ଟାଇନ ଟୁଡେର ଜଣେ ସାମ୍ବାଦିକଙ୍କର ମଧ୍ୟ ଆକ୍ରମଣରେ ମୃତ୍ୟୁ ହୋଇଛି। ଆକ୍ରମଣ ଆରମ୍ଭ ହେବା ପରଠାରୁ ଏଯାବତ ୨୦୮ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।