ବିହାରରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଜଣଙ୍କର ମୃତ୍ୟୁ , ୨ ଆହତ
ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବିହାରର ସାରନରେ ଆଜି ବିଜେପି ଏବଂ ଆର୍ଜେଡି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଅଛି। ମିଳିଥିବା ସୂଚନାନୁଯାୟୀ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ ହେବା ପୂର୍ବରୁ ଗତକାଲି ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ତଥା ଆରଜେଡିର ସାରନ ପ୍ରାର୍ଥୀ ରୋହିଣୀ ଆଚାର୍ଯ୍ୟ […]

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ବିହାରର ସାରନରେ ଆଜି ବିଜେପି ଏବଂ ଆର୍ଜେଡି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଅଛି। ମିଳିଥିବା ସୂଚନାନୁଯାୟୀ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ ହେବା ପୂର୍ବରୁ ଗତକାଲି ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ତଥା ଆରଜେଡିର ସାରନ ପ୍ରାର୍ଥୀ ରୋହିଣୀ ଆଚାର୍ଯ୍ୟ ଛାପ୍ରା ସହରର ଏକ ବୁଥ୍ରେ ପହଞ୍ଚିବା ଘଟଣାକୁ ନେଇ ବିଜେପି ଏବଂ ଆରଜେଡି କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ରୋହିଣୀ ଆଚାର୍ଯ୍ୟ ବୁଥ୍ ଜବରଦଖଲ କରିଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। କେବଳ ସେତିକି ନୁହେଁ ରୋହିଣୀ ଆଚାର୍ଯ୍ୟ ଏବଂ ତାଙ୍କ ସମର୍ଥକମାନେ ବୁଥ୍ରେ ପହଞ୍ଚିବାପରେ କିଛି ଭୋଟରଙ୍କୁ ଦୁର୍ବ୍ୟହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଗଣ୍ଡଗୋଳ ବଢ଼ିବାରୁ ରୋହିଣୀ ଆଚାର୍ଯ୍ୟ ସ୍ଥାନ ଛାଡ଼ି ପଳାଇଥିଲେ। କିନ୍ତୁ ଏହି ବିବାଦ ମଙ୍ଗଳବାର ବଢ଼ିଛି ଏବଂ ବିଜେପି ଓ ଆରଜେଡି କର୍ମୀମାନେ ପରସ୍ପର ଉପରକୁ ଗୁଳିମାଡ଼ କରିଛନ୍ତି। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨ ଜଣ ଆହତଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡ଼ିଛି। ଉକ୍ତ ଘଟଣା ପରେ ଏହି ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି।