ବିହାରରେ ବଜ୍ରପାତର କରାଳ ରୂପ, ଗୋଟିଏ ଦିନରେ ୧୮ ଜଣକ ମୃତ୍ୟୁ

ପାଟନା: ବିହାରରେ ବଜ୍ରପାତର ତାଣ୍ଡବ। ଶୁକ୍ରବାର ବଜ୍ରାଘାତରେ ରାଜ୍ୟରେ ୧୮ ଜଣକ ମୃତ୍ୟୁ ହୋଇଛି।  ଯେତେବେଳେକି ଗୁରୁତର ୭ ଅଧାରୁ ଅଧିକ ପୋଡ଼ିଯାଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସବୁଠୁ ଅଧିକ ଭାଗଲପୁର ଜିଲ୍ଲାରେ ଚାରି ଜଣକ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଜହାନାବାଦ ଏବଂ ବେଗୁସରାୟର ତିନି-ତିନି, ମଧେପୁରା ଏବଂ ସହସ୍ରାରେ ଦୁଇ ଜଣ, କାରାକାଟ, ବୈଶାଳୀ, ମୋତିହାରୀ ଏବଂ ଛପରାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ବଜ୍ରପାତ ମୃତ୍ୟୁ ହୋଇଛି।ଜହାନାବାଦ ଜିଲ୍ଲାର ମଖଦୁମପୁର ଥାନା ଅନ୍ତର୍ଗତ ବିଘା ଗାଁର ଦାଦା-ପୁତୁରା, ଭୂଷଣ ଯାଦବ (୪୮) ଏବଂ ପ୍ରମୋଦ ଯାଦବ (୩୦)ଙ୍କ ମୃତ୍ୟୁ ହୋଇଛି।

ବିହାରରେ ବଜ୍ରପାତର କରାଳ ରୂପ, ଗୋଟିଏ ଦିନରେ ୧୮ ଜଣକ ମୃତ୍ୟୁ

ପାଟନା: ବିହାରରେ ବଜ୍ରପାତର ତାଣ୍ଡବ। ଶୁକ୍ରବାର ବଜ୍ରାଘାତରେ ରାଜ୍ୟରେ ୧୮ ଜଣକ ମୃତ୍ୟୁ ହୋଇଛି।  ଯେତେବେଳେକି ଗୁରୁତର ୭ ଅଧାରୁ ଅଧିକ ପୋଡ଼ିଯାଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସବୁଠୁ ଅଧିକ ଭାଗଲପୁର ଜିଲ୍ଲାରେ ଚାରି ଜଣକ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଜହାନାବାଦ ଏବଂ ବେଗୁସରାୟର ତିନି-ତିନି, ମଧେପୁରା ଏବଂ ସହସ୍ରାରେ ଦୁଇ ଜଣ, କାରାକାଟ, ବୈଶାଳୀ, ମୋତିହାରୀ ଏବଂ ଛପରାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ବଜ୍ରପାତ ମୃତ୍ୟୁ ହୋଇଛି।

ଜହାନାବାଦ ଜିଲ୍ଲାର ମଖଦୁମପୁର ଥାନା ଅନ୍ତର୍ଗତ ବିଘା ଗାଁର ଦାଦା-ପୁତୁରା, ଭୂଷଣ ଯାଦବ (୪୮) ଏବଂ ପ୍ରମୋଦ ଯାଦବ (୩୦)ଙ୍କ ମୃତ୍ୟୁ ହୋଇଛି।