ବିହାରୀ ଯୁବକର ମୃତ୍ୟଦେହ ଉଦ୍ଧାର ଘଟଣା, ୩୪ ଘଣ୍ଟା ପରେ ଶବ ବ୍ୟବଛେଦ ପାଇଁ ପଠାଗଲା ପୁଲିସ

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ତ୍ରିବେଣୀ ମଠ ଛକ ସ୍ଥିତ ଏକ ଲଜରେ ବିହାରୀ ଯୁବକଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ପରିବାର ଗଞ୍ଜାମରେ ପହଂଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି। ଦୀର୍ଘ ୩୪ ଘଣ୍ଟା ବିତି ଯିବାରୁ ଶବଟିରୁ ଦୁର୍ଗନ୍ଧ ବାହାରିଥିଲା। ମୃତକ ଯୁବକ ବିହାର ନୟାଗଞ୍ଜ, ନୟା ଗାଁ ମହମଦପୁର ଅଞ୍ଚଳର ଜ୍ଞାନ ପ୍ରକାଶ (୩୬) ବୋଲି ଜଣାପଡିଥିଲା। ମଙ୍ଗଳବାର ସାଇଣ୍ଟିଫିକ ଟିମ ତଦନ୍ତ କରିଛନ୍ତି। ଛତ୍ରପୁର ଏସ୍ଡ଼ିପିଓ ଗୌରହରି ସାହୁ […]

ବିହାରୀ ଯୁବକର ମୃତ୍ୟଦେହ ଉଦ୍ଧାର ଘଟଣା, ୩୪ ଘଣ୍ଟା ପରେ ଶବ ବ୍ୟବଛେଦ ପାଇଁ ପଠାଗଲା ପୁଲିସ
ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ତ୍ରିବେଣୀ ମଠ ଛକ ସ୍ଥିତ ଏକ ଲଜରେ ବିହାରୀ ଯୁବକଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଦିନ ପରିବାର ଗଞ୍ଜାମରେ ପହଂଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି। ଦୀର୍ଘ ୩୪ ଘଣ୍ଟା ବିତି ଯିବାରୁ ଶବଟିରୁ ଦୁର୍ଗନ୍ଧ ବାହାରିଥିଲା। ମୃତକ ଯୁବକ ବିହାର ନୟାଗଞ୍ଜ, ନୟା ଗାଁ ମହମଦପୁର ଅଞ୍ଚଳର ଜ୍ଞାନ ପ୍ରକାଶ (୩୬) ବୋଲି ଜଣାପଡିଥିଲା। ମଙ୍ଗଳବାର ସାଇଣ୍ଟିଫିକ ଟିମ ତଦନ୍ତ କରିଛନ୍ତି। ଛତ୍ରପୁର ଏସ୍ଡ଼ିପିଓ ଗୌରହରି ସାହୁ ମଧ୍ୟ ଘଟଣାସ୍ଥଳରେ ପହଂଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଛନ୍ତି। ଏବେବି ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ। ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି। ସନ୍ଧ୍ୟାରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ, ୫ ବର୍ଷର ପୁଅ,ଶଳା ଏବଂ ମାମୁଁ ପ୍ରମୁଖ ଗଞ୍ଜାମରେ ପହଂଚି ଥିଲେ। ଶବକୁ ଦେଖିବା ପରେ ଶବ ପଚି ଯାଇଥିବାରୁ ବରଫ ମଧ୍ୟରେ କାହିଁକି ରଖା ଯାଇନାହିଁ ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ।