ବୀଭତ୍ସ ହତ୍ୟାକାଣ୍ଡ : ମଦ୍ୟପ ପୁତୁରାର ଟାଙ୍ଗିଆ ଚୋଟରେ ଦାଦା ମୃତ, ଅଭିଯୁକ୍ତ ଅଟକ
ବାଂଶପାଳ ୨୦।୮: ମଦ୍ୟପ ପୁତୁରାର ଟାଙ୍ଗିଆ ଚୋଟରେ ଦାଦା ମୃତ । ହତ୍ୟାକାଣ୍ଡ ଅଭିଯୁକ୍ତ ପୁତୁରାକୁ ଥାନାରେ ଅଟକ ରଖିଛି ପୋଲିସ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଚମ୍ପାଝର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, ଚମ୍ପାଝର ଗ୍ରାମର ମଧୁ କମାଲ ଓ ଗୁରୁ କମାଲ ଦୁହେଁ ପଡୋଶୀ ହୋଇଥିବା ବେଳେ ସମ୍ପର୍କରେ ଦାଦା-ପୁତୁରା । ସୋମବାର ରାତି ପ୍ରାୟ ୯ଟା ବେଳେ ଗୁରୁ କମାଲ ତାଙ୍କ ସ୍ତ୍ରୀଙ୍କ ସହିତ ନିଜ ନାତୁଣୀକୁ ଘର ସମ୍ମୁଖରେ ଖେଳାଉଥିଲେ । ଏହି ସମୟରେ ପୁତୁରା ମଧୁ କମାଲଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ନିଶାରେ ଚୁର ଥିବା ପୁତୁରା ମଧୁ ହଠାତ ଉତକ୍ଷିପ୍ତ ହୋଇ ଦୌଡି ଆସି ଘର ସାମ୍ନାରେ ଗୁରୁଙ୍କୁ ଟାଙ୍ଗିଆରେ ଚୋଟ ଉପରେ ଚୋଟ ପକାଇ ଚାଲିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ଗୁରୁଙ୍କ ଝିଅ ବାପାଙ୍କୁ ବଞ୍ଚାଇବାକୁ ଆସି ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ତେବେ ଦୌଡି ପଳାଇବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗ୍ରାମବାସୀଙ୍କ ଠାରୁ ପୋଲିସ ଖବର ପାଇ ନୟାକୋଟ ପୋଲିସ ପହଞ୍ଚି ଅଭିଯୁକ୍ତ ପୁତୁରାକୁ କାବୁ କରିବା ସହ ମୃତଦେହ ଜବତ କରିଛି । ଘଟଣାସ୍ଥଳରେ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଆଇଆଇସି ଅଭିନାଶ ପରିଡା, ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ପୋଲିସ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ଅଭିଯୁକ୍ତ ପ
ବାଂଶପାଳ ୨୦।୮: ମଦ୍ୟପ ପୁତୁରାର ଟାଙ୍ଗିଆ ଚୋଟରେ ଦାଦା ମୃତ । ହତ୍ୟାକାଣ୍ଡ ଅଭିଯୁକ୍ତ ପୁତୁରାକୁ ଥାନାରେ ଅଟକ ରଖିଛି ପୋଲିସ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଚମ୍ପାଝର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଚମ୍ପାଝର ଗ୍ରାମର ମଧୁ କମାଲ ଓ ଗୁରୁ କମାଲ ଦୁହେଁ ପଡୋଶୀ ହୋଇଥିବା ବେଳେ ସମ୍ପର୍କରେ ଦାଦା-ପୁତୁରା । ସୋମବାର ରାତି ପ୍ରାୟ ୯ଟା ବେଳେ ଗୁରୁ କମାଲ ତାଙ୍କ ସ୍ତ୍ରୀଙ୍କ ସହିତ ନିଜ ନାତୁଣୀକୁ ଘର ସମ୍ମୁଖରେ ଖେଳାଉଥିଲେ । ଏହି ସମୟରେ ପୁତୁରା ମଧୁ କମାଲଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ନିଶାରେ ଚୁର ଥିବା ପୁତୁରା ମଧୁ ହଠାତ ଉତକ୍ଷିପ୍ତ ହୋଇ ଦୌଡି ଆସି ଘର ସାମ୍ନାରେ ଗୁରୁଙ୍କୁ ଟାଙ୍ଗିଆରେ ଚୋଟ ଉପରେ ଚୋଟ ପକାଇ ଚାଲିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ଗୁରୁଙ୍କ ଝିଅ ବାପାଙ୍କୁ ବଞ୍ଚାଇବାକୁ ଆସି ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ତେବେ ଦୌଡି ପଳାଇବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗ୍ରାମବାସୀଙ୍କ ଠାରୁ ପୋଲିସ ଖବର ପାଇ ନୟାକୋଟ ପୋଲିସ ପହଞ୍ଚି ଅଭିଯୁକ୍ତ ପୁତୁରାକୁ କାବୁ କରିବା ସହ ମୃତଦେହ ଜବତ କରିଛି । ଘଟଣାସ୍ଥଳରେ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଆଇଆଇସି ଅଭିନାଶ ପରିଡା, ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ପୋଲିସ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ଅଭିଯୁକ୍ତ ପୁତୁରା ମଧୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
You Can Read:
ବାଂଲାଦେଶୀଙ୍କୁ ଜଗିବ ଓଡ଼ିଶା ପୋଲିସ, ସମ୍ବଲପୁରରେ ଖୋଲିଲା ପ୍ରଥମ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍