ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ସିରିଜ୍‌

ଭୁବନେଶ୍ୱର, ୧୩।୮ (ଅନୁରାଧା ମହାରଣା): ଆସାମ ସଂସ୍କୃତି ବିଭାଗ ସହଯୋଗରେ ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଗୁଆହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଦୂରଦର୍ଶନର ଡାଇରେକ୍ଟର ଜେନେରାଲ କାଞ୍ଚନ ପ୍ରସାଦଙ୍କ ଉପସ୍ଥିତିରେ ଆସାମ ସରକାର ଏବଂ ପ୍ରସାର ଭାରତୀ ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଏହି ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶଶର୍ମା କହିଛନ୍ତି […] The post ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ସିରିଜ୍‌ appeared first on Dharitri Odia News.

ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ସିରିଜ୍‌

ଭୁବନେଶ୍ୱର, ୧୩।୮ (ଅନୁରାଧା ମହାରଣା): ଆସାମ ସଂସ୍କୃତି ବିଭାଗ ସହଯୋଗରେ ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଗୁଆହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଦୂରଦର୍ଶନର ଡାଇରେକ୍ଟର ଜେନେରାଲ କାଞ୍ଚନ ପ୍ରସାଦଙ୍କ ଉପସ୍ଥିତିରେ ଆସାମ ସରକାର ଏବଂ ପ୍ରସାର ଭାରତୀ ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଏହି ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶଶର୍ମା କହିଛନ୍ତି ଯେ, ଆସାମବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଖୁସି ଖବର। ପ୍ରଥମ ଥର ପାଇଁ ମହାନ ଯୋଦ୍ଧା ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସ୍ତୁତ ହେବ। ଏହି ସିରିଜ୍‌ରେ ୫୨ ଏପିସୋଡ ରହିବାକୁ ଥିବାବେଳେ ଏହା ଉଭୟ ଆସାମ ସରକାର ଏବଂ ପ୍ରସାର ଭାରତୀ ଦ୍ୱାରା ପ୍ରସ୍ତୁତ ହେବ। ଡକ୍ୟୁମେଣ୍ଟାରୀ ବିଷୟରେ ଆଲୋଚନା କରି କାଞ୍ଚନ ପ୍ରସାଦ କହିଛନ୍ତି ଯେ, ଆସାମ ସରକାରଙ୍କ ସହ ସହଯୋଗ କରିବା ଦୂରଦର୍ଶନ ପାଇଁ ଏକ ଗର୍ବର ମୁହୂର୍ତ୍ତ। ସମାବେଶକୁ ସମ୍ବୋଧିତ କରି ମୁଖ୍ୟ ସଚିବ ବି କଲ୍ୟାଣ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଏହି ଡକ୍ୟୁମେଣ୍ଟାରୀ ସିରିଜରେ ଆସାମର ଗୌରବମୟ ଇତିହାସ ଚିତ୍ରିତ ହେବ ଏବଂ ଏହା ଉଭୟ ଆସାମ ସରକାର ଏବଂ ପ୍ରସାର ଭାରତୀଙ୍କ ମିଳିତ ଉଦ୍ୟମ ହେବ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ରବି କୋଟା ଏବଂ ମନ୍ତ୍ରୀ ବିମଲ ବୋରା ମଧ୍ୟ ଉପସ୍ଥିତ ଥିଲେ। ଦୂରଦର୍ଶନର ଡେପୁଟି ଡାଇରେକ୍ଟର ଜେନେରାଲ ଅମିତ କୁମାର କହିଛନ୍ତି ଯେ, ଏହି ସିରିଜ୍‌ ହିନ୍ଦୀ ଏବଂ ଆସାମ ଭାଷାରେ ହେବ ଏବଂ ପରେ ଏହାକୁ ଅନ୍ୟ ଭାଷାରେ ପ୍ରସ୍ତୁତ କରାଯିବ। ପ୍ରସ୍ତାବିତ ଓଟିଟି ପ୍ଲାଟଫର୍ମ ସହିତ ଡକ୍ୟୁମେଣ୍ଟାରୀ ଡିଡି ନ୍ୟାଶନାଲ ଏବଂ ଡିଡି ଆସାମରେ ପ୍ରସାରିତ ହେବ।

The post ବୀର ଲଚିତ୍‌ ବୋରଫୁକାନଙ୍କ ଜୀବନୀ ଉପରେ ସିରିଜ୍‌ appeared first on Dharitri Odia News.