ବାପା କାରଗିଲ୍‌ ହିରୋ, ମା’ ଗହଣା ବନ୍ଧା ରଖି ପୁଅକୁ କଲେ କ୍ରିକେଟର୍‌: ଆଉ ଏବେ…

ରାଜକୋଟ,୧୯।୨: ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟରେ ସରଫରାଜ ଖାନଙ୍କ ସହ ଧ୍ରୁବ ଜୁରେଲ ମଧ୍ୟ ଡେବ୍ୟୁ କରିଥିଲେ। ଏବେ ୨୩ ବର୍ଷୀୟ ଖେଳାଳି ଧ୍ରୁବ ଜୁରେଲଙ୍କ ବିଷୟରେ ମଧ୍ୟ ଆଲୋଚନା ହେଉଛି। ଏହି ସ୍ଥାନରେ ପହଞ୍ଚିବା ପାଇଁ ଧ୍ରୂବଙ୍କ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡିଥିଲା। ଧ୍ରୁବଙ୍କ ପିତା କାରଗିଲ ଯୁଦ୍ଧର ହିରୋ ହୋଇଥିବାବେଳେ ତାଙ୍କ ମା’ ତାଙ୍କ ପୁଅ ପାଇଁ କ୍ରିକେଟ କିଟ କିଣିବା ପାଇଁ ଗହଣା ବନ୍ଧା ରଖିଥିଲେ। ଧ୍ରୁବ ୧୬ ଫେବୃଆରୀ ୨୦୨୪ […] The post ବାପା କାରଗିଲ୍‌ ହିରୋ, ମା’ ଗହଣା ବନ୍ଧା ରଖି ପୁଅକୁ କଲେ କ୍ରିକେଟର୍‌: ଆଉ ଏବେ… appeared first on Dharitri Odia News.

ବାପା କାରଗିଲ୍‌ ହିରୋ, ମା’ ଗହଣା ବନ୍ଧା ରଖି ପୁଅକୁ କଲେ କ୍ରିକେଟର୍‌: ଆଉ ଏବେ…

ରାଜକୋଟ,୧୯।୨: ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟରେ ସରଫରାଜ ଖାନଙ୍କ ସହ ଧ୍ରୁବ ଜୁରେଲ ମଧ୍ୟ ଡେବ୍ୟୁ କରିଥିଲେ। ଏବେ ୨୩ ବର୍ଷୀୟ ଖେଳାଳି ଧ୍ରୁବ ଜୁରେଲଙ୍କ ବିଷୟରେ ମଧ୍ୟ ଆଲୋଚନା ହେଉଛି। ଏହି ସ୍ଥାନରେ ପହଞ୍ଚିବା ପାଇଁ ଧ୍ରୂବଙ୍କ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡିଥିଲା। ଧ୍ରୁବଙ୍କ ପିତା କାରଗିଲ ଯୁଦ୍ଧର ହିରୋ ହୋଇଥିବାବେଳେ ତାଙ୍କ ମା’ ତାଙ୍କ ପୁଅ ପାଇଁ କ୍ରିକେଟ କିଟ କିଣିବା ପାଇଁ ଗହଣା ବନ୍ଧା ରଖିଥିଲେ।
ଧ୍ରୁବ ୧୬ ଫେବୃଆରୀ ୨୦୨୪ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ପ୍ରଥମ ଇନିଂସରେ ୪୬ ରନ ସଂଗ୍ରହ କରିଛନ୍ତି। ଟିମ ଇଣ୍ଡିଆରେ ଉଇକେଟ କିପର-ବ୍ୟାଟ୍ସମ୍ୟାନ କେ.ଏସ ଭରତଙ୍କ ସ୍ଥାନ ନେଇଛନ୍ତି ସେ।
ଧ୍ରୁବ ଉତ୍ତରପ୍ରଦେଶର ଆଗ୍ରା ନିବାସୀ। ତାଙ୍କ ପିତା ନେମ ସିଂ ଭାରତୀୟ ସେନାର ଅବସରପ୍ରାପ୍ତ ସୈନିକ। ନେମ ସିଂ ହାଭିଲଦାର ପଦରୁ ଅବସର ନେଇଥିଲେ। ଏକ ସମୟ ଥିଲା ଯେତେବେଳେ ଧ୍ରୁବଙ୍କ ମା’ ତାଙ୍କ ପୁଅର କିଟ କିଣିବା ପାଇଁ ଅଳଙ୍କାର ବନ୍ଧା ରଖିଥିଲେ।
ନେମ ସିଂ କହିଛନ୍ତି ଯେ, ଏହା ମଧ୍ୟ ତାଙ୍କ ପାଇଁ ଏକ ସ୍ବପ୍ନ ଭଳି। ନାମ ସିଂ କହିଛନ୍ତି, ଧ୍ରୁବ ଆଇପିଏଲ ଖେଳିଥିଲେ ଏବଂ ବର୍ତ୍ତମାନ ସେ ଭାରତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି। ଏହା ଆମ ପାଇଁ ଏକ ସ୍ବପ। ଲୋକମାନଙ୍କୁ ଏବଂ ଭଗବାନଙ୍କୁ କିପରି ଧନ୍ୟବାଦ ଦେବାକୁ ମୋ ପାଖେରେ ଶବ୍ଦ ନାହିଁ। ଏପରି ଏକ ସମୟ ଥିଲା ଯେତେବେଳେ ମୁଁ ଚାହୁଁଥିଲି ମୋ ପୁଅ ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସୈନିକ ଭାବରେ ଦେଶ ସେବା କରିବ। କିନ୍ତୁ ଧ୍ରୁବ କ୍ରିକେଟକୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହୁଁ ନ ଥିଲେ। ମୋ ପରିବାରର କେହି କ୍ରିକେଟ ଖେଳି ନାହାଁନ୍ତି। କିନ୍ତୁ ମୁଁ ଜଣେ ପିତା ଏବଂ ତାଙ୍କ ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତିତ ଥିଲି। ଯଦି କ୍ରିକେଟ ନ ଘଟେ ତେବେ କ’ଣ ହେବ? ଅଧ୍ୟୟନରେ ଧ୍ରୁବ ମଧ୍ୟ ସେତେଟା ଭଲ ନ ଥିଲେ। କିନ୍ତୁ ସେ ପରିବାରର ନାଁ ରଖିଛନ୍ତି।

The post ବାପା କାରଗିଲ୍‌ ହିରୋ, ମା’ ଗହଣା ବନ୍ଧା ରଖି ପୁଅକୁ କଲେ କ୍ରିକେଟର୍‌: ଆଉ ଏବେ… appeared first on Dharitri Odia News.