ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଜିଲାରେ ୪୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥତା କାରଣ ଦର୍ଶାଇ ଡ୍ୟୁଟି କରିବାକୁ ଚାହୁଁ ନାହାନ୍ତି । ଏବେ ଏହାର ସତ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏକ ସ୍ବତନ୍ତ୍ର ଭାବେ ମେଡିକାଲ କ୍ୟାମ୍ପ ବସାଇ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥାର ପରୀକ୍ଷା କରାଯିବ । ୨୮ରୁ […] The post ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଜିଲାରେ ୪୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଅସୁସ୍ଥତା କାରଣ ଦର୍ଶାଇ ଡ୍ୟୁଟି କରିବାକୁ ଚାହୁଁ ନାହାନ୍ତି । ଏବେ ଏହାର ସତ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏକ ସ୍ବତନ୍ତ୍ର ଭାବେ ମେଡିକାଲ କ୍ୟାମ୍ପ ବସାଇ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥାର ପରୀକ୍ଷା କରାଯିବ । ୨୮ରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ଏହି କ୍ୟାମ୍ପ ବସିବ । କ୍ୟାମ୍ପ ଡାକ୍ତରଙ୍କ ରିପୋର୍ଟ ପରେ କାହାକୁ ଡ୍ୟୁଟିରୁ ବିରତି ଦିଆଯିବ ତାହା ନିଷ୍ପତ୍ତି ନିଆଯିବ ।

ନିର୍ବାଚନକୁ ସୂଚାରୁରୂପେ ପରିଚାଳନା ପାଇଁ ୬୦୦୦ ମହିଳା କର୍ମୀଙ୍କ ସମେତ ୨୦୦୦୦ରୁ ଅଧିକ କର୍ମୀଙ୍କ ଚୟନ ହୋଇଛି । ଏହା ମଧ୍ୟରୁ ଅତି କମରେ ୧୧୫୦୦ କର୍ମୀ ରହିବା ଆବଶ୍ୟକ । ମିଛ କହୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାଧିକାରୀ କହିଛନ୍ତି ।

The post ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.