ପତଞ୍ଜଳି ବିଶ୍ୱବିଦ୍ୟାଳୟର ୪ର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ ପ୍ରତିଯୋଗିତା
ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା): ପତଞ୍ଜଳି ବିଶ୍ୱବିଦ୍ୟାଳୟ ମାନବିକତା ଏବଂ ଓରିଏଣ୍ଟାଲ ଷ୍ଟଡିଜ୍ ଏବଂ ଦର୍ଶନ ଏବଂ ସଂସ୍କୃତ ବିଭାଗ ପକ୍ଷରୁ ମିଳିତ ଭାବେ ଚତୁର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏ ଅବସରରେ ବିଶ୍ୱବିଦ୍ୟାଳୟ କୁଳାଧିପତି ଯୋଗଗୁରୁ ରାମଦେବ କହିଛନ୍ତି , ଆମେ ଶାସ୍ତ୍ର ପରମ୍ପରାକୁ ଆମତ୍ସାତ୍ କରିବା ଦ୍ୱାରା ଯୋଗମାର୍ଗ, ବେଦମାର୍ଗ, ଋଷିମାର୍ଗରେ ଚାଲିବାକୁ ପ୍ରେରଣା ମିଳିଥାଏ। ସେହିପରି ବିଶ୍ୱବିଦ୍ୟାଳୟ କୁଳପତି ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଲେ, ଶାସ୍ତ୍ରକୁ ଅନୁସରଣ କରିବା ଦ୍ୱାରା ଶାସ୍ତ୍ର ଆମର ସଂରକ୍ଷଣ […] The post ପତଞ୍ଜଳି ବିଶ୍ୱବିଦ୍ୟାଳୟର ୪ର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ ପ୍ରତିଯୋଗିତା appeared first on Dharitri Odia News.
ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା): ପତଞ୍ଜଳି ବିଶ୍ୱବିଦ୍ୟାଳୟ ମାନବିକତା ଏବଂ ଓରିଏଣ୍ଟାଲ ଷ୍ଟଡିଜ୍ ଏବଂ ଦର୍ଶନ ଏବଂ ସଂସ୍କୃତ ବିଭାଗ ପକ୍ଷରୁ ମିଳିତ ଭାବେ ଚତୁର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏ ଅବସରରେ ବିଶ୍ୱବିଦ୍ୟାଳୟ କୁଳାଧିପତି ଯୋଗଗୁରୁ ରାମଦେବ କହିଛନ୍ତି , ଆମେ ଶାସ୍ତ୍ର ପରମ୍ପରାକୁ ଆମତ୍ସାତ୍ କରିବା ଦ୍ୱାରା ଯୋଗମାର୍ଗ, ବେଦମାର୍ଗ, ଋଷିମାର୍ଗରେ ଚାଲିବାକୁ ପ୍ରେରଣା ମିଳିଥାଏ। ସେହିପରି ବିଶ୍ୱବିଦ୍ୟାଳୟ କୁଳପତି ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଲେ, ଶାସ୍ତ୍ରକୁ ଅନୁସରଣ କରିବା ଦ୍ୱାରା ଶାସ୍ତ୍ର ଆମର ସଂରକ୍ଷଣ ତଥା ଅଭିବୃଦ୍ଧିରେ ସହାୟକ ହୋଇଥାଏ । ପ୍ରତିଯୋଗିତାର ମୁଖ୍ୟ ସଂଯୋଜିକା ପ୍ରଫେସର ସାଧ୍ୱୀ ଦେବପ୍ରିୟା କହିଲେ, ଏହି ପ୍ରତିଯୋଗିତାରେ ୪୭୫ ଛାତ୍ରୀଛାତ୍ର ଭଗବଦ୍ ଗୀତା, ଷଡ଼ଦର୍ଶନ, ଉପନିଷଦ, ପଞ୍ଚୋପଦେଶ ଏବଂ ନୀତିଶତକମ୍, ଘେରଣ୍ଡ ସଂହିତା, ହଠଯୋଗ ପ୍ରଦିିପିକା ଆଦି ଶାସ୍ତ୍ର ପାଠରେ ଭାଗନେଇଛନ୍ତି। ପ୍ରତିଯୋଗିତା ବିଜୟୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ସ୍ବରୂପ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସ୍ବାମୀ ଈଶଦେବ ଓ ଆଚାର୍ଯ୍ୟ ଡା. ଗୌତମ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
The post ପତଞ୍ଜଳି ବିଶ୍ୱବିଦ୍ୟାଳୟର ୪ର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ ପ୍ରତିଯୋଗିତା appeared first on Dharitri Odia News.