ବୁଡା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୪ ଆହତ
ଗଜପତି, ୪।୨(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରିପଦା ନିକଟସ୍ଥ ବୁଡା ଘାଟିରେ ଵିକ୍ରାନ୍ତା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବସ ଟି ଘାଟି ଓହ୍ଲାଇବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ପାଇ ନୂଆଗଡ ବ୍ଲକ ଖଜୁରିପଦା ଫାଣ୍ଡି ଓ ରାୟଗଡ ପୋଲିସ ଏବଂ ଅଗ୍ନିଶମ ବାହିନୀର ଘଟଣାସ୍ଥଳରେ ପହଞ୍ଚି ଆହତ […] The post ବୁଡା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୪ ଆହତ appeared first on Dharitri Odia News.
ଗଜପତି, ୪।୨(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରିପଦା ନିକଟସ୍ଥ ବୁଡା ଘାଟିରେ ଵିକ୍ରାନ୍ତା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି।
ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବସ ଟି ଘାଟି ଓହ୍ଲାଇବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ପାଇ ନୂଆଗଡ ବ୍ଲକ ଖଜୁରିପଦା ଫାଣ୍ଡି ଓ ରାୟଗଡ ପୋଲିସ ଏବଂ ଅଗ୍ନିଶମ ବାହିନୀର ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଖଜୁରିପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୁରୁତର ୪ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
The post ବୁଡା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୪ ଆହତ appeared first on Dharitri Odia News.