ବୁଢ଼ାରଜା ମହୋତ୍ସବ ଉଦଯାପିତ, ସାମିଲ ହେଲେ ଲକ୍ଷାଧିକ ଦର୍ଶକ
ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କୁମାରଗୁଡ଼ାଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ବୁଢ଼ାରଜାଙ୍କ ବାର୍ଷିକ ପୂଜନୋତ୍ସବ ମହା ସମାରୋହରେ ସଂପନ୍ନ ହୋଇଯାଇଛି। ଅଞ୍ଚଳର ପରମ ଆରାଧ୍ୟ ବୁଢାରଜାଙ୍କ ପୂଜାର୍ଚ୍ଚନା ଅବସରରେ ପାଞ୍ଚଦିନ ବ୍ୟାପି କୁମାରଗୁଡ଼ା ଗାଁ ଲୋକାରଣ୍ୟ ହୋଇ ଉଠିଥିଲା। ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସମାଗମ ହେବା ସହିତ ପ୍ରତି ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ […]

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କୁମାରଗୁଡ଼ାଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ବୁଢ଼ାରଜାଙ୍କ ବାର୍ଷିକ ପୂଜନୋତ୍ସବ ମହା ସମାରୋହରେ ସଂପନ୍ନ ହୋଇଯାଇଛି। ଅଞ୍ଚଳର ପରମ ଆରାଧ୍ୟ ବୁଢାରଜାଙ୍କ ପୂଜାର୍ଚ୍ଚନା ଅବସରରେ ପାଞ୍ଚଦିନ ବ୍ୟାପି କୁମାରଗୁଡ଼ା ଗାଁ ଲୋକାରଣ୍ୟ ହୋଇ ଉଠିଥିଲା। ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସମାଗମ ହେବା ସହିତ ପ୍ରତି ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର କୋଷାଧ୍ୟକ୍ଷ ପରେଶ ନାୟକ, ସଦସ୍ୟ ଧର୍ମେନ୍ଦ୍ର ପଣ୍ଡା, ସାମ୍ବାଦିକ ତୁଳସୀରାମ ପ୍ରଧାନୀ, ମନୋଜ ଦୋରା, ଦେବାନନ୍ଦ ମାଝୀ, ସୁଶାନ୍ତ ମାଝୀ, ବିଜେଡି ଜିଲ୍ଲା ସଂପାଦକ ପାତ୍ର ମାଝୀ, ସମାଜସେବୀ ରାମଚନ୍ଦ୍ର ମୁଣ୍ଡଛିନା, ଲାଖବାହାଲି ପୂର୍ବତନ ସରପଞ୍ଚ ରାମତୁ ମାଝୀ, ଖଗେଶ୍ୱର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ।