ବୁଥରେ ଦୁଇ ଏଜେଣ୍ଟଙ୍କ ମଧ୍ୟରେ ମୁହାମୁହିଁ

ଦୁଇ ଏଜେଣ୍ଟଙ୍କ ମଧ୍ୟରେ ମାର ପିଟ ହୋଇଥିଲା। ଏଥିରେ ଜଣେ ବୃଦ୍ଧା, ଜଣେ ବୃଦ୍ଧ, ଦୁଇ ଯୁବକ ଆହତ ହୋଇଥିଲେ।

ବୁଥରେ ଦୁଇ ଏଜେଣ୍ଟଙ୍କ ମଧ୍ୟରେ ମୁହାମୁହିଁ

ବୟସ୍କ ଭୋଟରଙ୍କୁ ନେଇ ବୁଥରେ ଭୋଟ ଦେବାକୁ କେନ୍ଦ୍ର କରି ମୁହାମୁହିଁ ହେଲେ ଦୁଇ ବୁଥ ଏଜେଣ୍ଟ ଗୋଷ୍ଠୀ। ଘଟଣାରେ ତିନି ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ତୁରୁମୁ ଗାଁରେ ବେରିଆଁବାଡ଼ି ବୁଥରେ।

ଗାଁର ବହୁ ବୟସ୍କ ଭୋଟର ଆସିଥିଲେ ଭୋଟ ଦେବାକୁ। ବୁଥରେ ଥିବା ବିଜେଡି ଏଜେଣ୍ଟ ମାନେ ସେମାନଙ୍କୁ ନେଇ ଭୋଟ ଦେଉଥିଲେ। ଠିକ୍ ସେହିଭଳି କିଛି ବୟସ୍କ ଭୋଟରଙ୍କ ଆଖି ଠିକ୍ ସେ ଦିଶୁନଥିବା ହେତୁ ତାଙ୍କ ସମ୍ପର୍କୀୟ ତଥା ବିଜେପି ସମର୍ଥକ ସେମାନଙ୍କୁ ନେଇ ବୁଥରେ ଭୋଟ ଦେବାକୁ ନେଉଥିଲେ। ଏହି ସମୟରେ ଦୁଇ ଏଜେଣ୍ଟଙ୍କ ମଧ୍ୟରେ ମାର ପିଟ ହୋଇଥିଲା। ଏଥିରେ ଜଣେ ବୃଦ୍ଧା, ଜଣେ ବୃଦ୍ଧ, ଦୁଇ ଯୁବକ ଆହତ ହୋଇଥିଲେ।