‘ବୁଥ୍‌କୁ ଯାଅ, ଏଥର ଟାର୍ଗେଟ୍ ୪୦୦ ପାର୍’ UPରେ ବୈଜୟନ୍ତଙ୍କ ଆହ୍ୱାନ୍

୭୦ ପ୍ରତିଶତ ଘରେ ବିଶୁଦ୍ଧ ପାନୀୟ ଜଳ । ଅଯୋଧ୍ୟାରେ ତିଆରି ହୋଇଛି ରାମ ମନ୍ଦିର ।

‘ବୁଥ୍‌କୁ ଯାଅ, ଏଥର ଟାର୍ଗେଟ୍ ୪୦୦ ପାର୍’ UPରେ ବୈଜୟନ୍ତଙ୍କ ଆହ୍ୱାନ୍

ଉତ୍ତର ପ୍ରଦେଶ ଗାଜିଆବାଦରେ ବିଜେପିର ପଶ୍ଚିମ କ୍ଷେତ୍ର କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି। ଏଥିରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା କହିଛନ୍ତି, ମୋଦି ସରକାରଙ୍କ ପ୍ରଚେଷ୍ଟାରେ ନୂଆ ଭାରତ ଗଠନ ହୋଇଛି। ସାରା ବିଶ୍ୱରେ ବଢ଼ିଛି ଭାରତର ସମ୍ମାନ। ଦେଶ ଶକ୍ତିଶାଳୀ ହୋଇଛି।

୭୦ ବର୍ଷରେ ଯାହା ହୋଇପାରିନଥିଲା, ଏବେ ତାହା ହୋଇଛି। ୭୦ ପ୍ରତିଶତ ଘରେ ପହଞ୍ଚିଛି ବିଶୁଦ୍ଧ ପିଇବା ପାଣି । ୫ଶହ ବର୍ଷର ବିବାଦର ସମାଧାନ ହୋଇ ଅଯୋଧ୍ୟାରେ ତିଆରି ହୋଇଛି ରାମ ମନ୍ଦିର। ବୁଥ ସ୍ତରରେ କାମ କରି ବିଜେପିର ସିଟ୍ ସଂଖ୍ୟା ୩୭୦ ଓ ଏନଡିଏର ଟାର୍ଗେଟ ୪୦୦ ସିଟ୍ ପୂରଣ କରିବାକୁ ବୈଜୟନ୍ତ ପଣ୍ଡା ଆହ୍ୱାନ ଦେଇଛନ୍ତି।