ବୁଥ୍ରେ ମୋଟ୍ ଭୋଟିଂ ୧୦୫୫, ଇଭିଏମ୍ରେ ଅଛି ୧୦୩୪ : ମିଳୁନି ୨୧ ଖଣ୍ଡର ହିସାବ
ଚାନ୍ଦବାଲି ୨।୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଚଡଦିଆ ପଞ୍ଚାୟତରେ ବୁଥ ନମ୍ବର ୨୩୯ରେ ଶନିବାର ମତଦାନ ଆରମ୍ଭରୁ ୨ ଘଣ୍ଟା ବିଳମ୍ବରେ ଚାଲିଲା ଭୋଟ୍ । ଇଭିଏମ୍ ମେସିନରୁ ସିରିଏଲ ନମ୍ବର ଅଦଳବଦଳକୁ ନେଇ ଦୁଇ ଘଣ୍ଟା ବିଳମ୍ବରେ ମତଦାନ ହୋଇଥିଲା । ଭୋଟ୍ ଶେଷ ହେଲା ବେଳେ ଗଣତି ପ୍ରକ୍ରିୟାରେ ତ୍ରୁଟି ଦେଖିବାକୁ ମିଳିଥିଲା । ୨୩୯ ନମ୍ବର ବୁଥ୍ରେ ମୋଟ୍ ୧୦୫୫ଟି ମତଦାନ ହୋଇଥିଲା । କିନ୍ତୁ ବୁଥ୍ରେ ଭୋଟରଙ୍କ ମତଦାନ ୧୦୫୫ଟି ଭୋଟିଂ ସ୍ଲିପ ମଧ୍ୟରୁ ଇଭିଏମ୍ ମେସିନରେ ଥିଲା ୧୦୩୪ ଖଣ୍ଡ । ଆଉ ୨୧ ଖଣ୍ଡର ହିସାବ ମିଳି ନ ଥିବା ବେଳେ ପ୍ରିଜାଇଡିଂ ଅଫିସର ମୁହଁ ଖୋଲିନାହାନ୍ତି । ରାତି ୨ଟା ବେଳେ ଇଭିଏମ ବାକ୍ସ ସିଲ୍ କରାଯାଇ ଭଦ୍ରକକୁ ସ୍ଥାନାନ୍ତର କରାଗଲା । ସ୍ଥାନାନ୍ତର ବେଳେ ବାଂଶଡା ଥାନା ଅଧିକାରୀ ସମେତ ପୋଲିସ କର୍ମଚାରୀମାନେ ଏହି ସମୟରେ ଉପସ୍ଥିତି ରହି ଭଦ୍ରକକୁ ଯାଇଥିଲେ । ଏ ସମ୍ପର୍କରେ ପ୍ରିଜାଇଡିଂ ଅଫିସର ନାଗେଶ୍ଵର ମାଝୀଙ୍କୁ ପଚାରିଥିଲୁ କିନ୍ତୁ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିଲେ । ଅନ୍ୟପଟେ ଚାନ୍ଦବାଲି ବିଡ଼ିଓ ଅସିତ ମହାନ୍ତିଙ୍କୁ ପଚାରିଥିବା ବେଳେ ସେ ସିଧାସଳଖ ପ୍ରିଜାଇଡିଂ ଅଫିସରଙ୍କ ଆଡକୁ ଦୋଷ ଠେଲି ଦେଇଥିଲେ । ବାସ୍ତବରେ କାହିଁକି ଏବଂ କ'ଣ ପାଇଁ ଏମିତି ହୋଇଥିଲା ତା'ର ତଦନ୍ତ ହେଲେ କଥା ପଦାକୁ ଆସିପାରିବ। You Can Read :କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର
ଚାନ୍ଦବାଲି ୨।୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଚଡଦିଆ ପଞ୍ଚାୟତରେ ବୁଥ ନମ୍ବର ୨୩୯ରେ ଶନିବାର ମତଦାନ ଆରମ୍ଭରୁ ୨ ଘଣ୍ଟା ବିଳମ୍ବରେ ଚାଲିଲା ଭୋଟ୍ । ଇଭିଏମ୍ ମେସିନରୁ ସିରିଏଲ ନମ୍ବର ଅଦଳବଦଳକୁ ନେଇ ଦୁଇ ଘଣ୍ଟା ବିଳମ୍ବରେ ମତଦାନ ହୋଇଥିଲା । ଭୋଟ୍ ଶେଷ ହେଲା ବେଳେ ଗଣତି ପ୍ରକ୍ରିୟାରେ ତ୍ରୁଟି ଦେଖିବାକୁ ମିଳିଥିଲା । ୨୩୯ ନମ୍ବର ବୁଥ୍ରେ ମୋଟ୍ ୧୦୫୫ଟି ମତଦାନ ହୋଇଥିଲା । କିନ୍ତୁ ବୁଥ୍ରେ ଭୋଟରଙ୍କ ମତଦାନ ୧୦୫୫ଟି ଭୋଟିଂ ସ୍ଲିପ ମଧ୍ୟରୁ ଇଭିଏମ୍ ମେସିନରେ ଥିଲା ୧୦୩୪ ଖଣ୍ଡ । ଆଉ ୨୧ ଖଣ୍ଡର ହିସାବ ମିଳି ନ ଥିବା ବେଳେ ପ୍ରିଜାଇଡିଂ ଅଫିସର ମୁହଁ ଖୋଲିନାହାନ୍ତି ।
ରାତି ୨ଟା ବେଳେ ଇଭିଏମ ବାକ୍ସ ସିଲ୍ କରାଯାଇ ଭଦ୍ରକକୁ ସ୍ଥାନାନ୍ତର କରାଗଲା । ସ୍ଥାନାନ୍ତର ବେଳେ ବାଂଶଡା ଥାନା ଅଧିକାରୀ ସମେତ ପୋଲିସ କର୍ମଚାରୀମାନେ ଏହି ସମୟରେ ଉପସ୍ଥିତି ରହି ଭଦ୍ରକକୁ ଯାଇଥିଲେ । ଏ ସମ୍ପର୍କରେ ପ୍ରିଜାଇଡିଂ ଅଫିସର ନାଗେଶ୍ଵର ମାଝୀଙ୍କୁ ପଚାରିଥିଲୁ କିନ୍ତୁ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିଲେ । ଅନ୍ୟପଟେ ଚାନ୍ଦବାଲି ବିଡ଼ିଓ ଅସିତ ମହାନ୍ତିଙ୍କୁ ପଚାରିଥିବା ବେଳେ ସେ ସିଧାସଳଖ ପ୍ରିଜାଇଡିଂ ଅଫିସରଙ୍କ ଆଡକୁ ଦୋଷ ଠେଲି ଦେଇଥିଲେ । ବାସ୍ତବରେ କାହିଁକି ଏବଂ କ'ଣ ପାଇଁ ଏମିତି ହୋଇଥିଲା ତା'ର ତଦନ୍ତ ହେଲେ କଥା ପଦାକୁ ଆସିପାରିବ।
You Can Read :
କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଖୋଜ, ରୁମ୍ରୁ ଲାଗିଛି ସନ୍ଦେହଜନକ ପୋଷ୍ଟର !