ବୁଦ୍ଧି ଶିଖାଇଲା ଭରତପୁର ଘଟଣା । ପୋଲିସ ପିନ୍ଧିଲା 'ବଡି କ୍ୟାମେରା'

କନକ ବ୍ୟୁରୋ: ଭରତପୁର ଥାନାରେ କଣ ଘଟିଥିଲା, ସେନେଇ ସତ୍ୟପାଠ ଜରିଆରେ ଜଣାଇଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମନିଶନଙ୍କ ନିକଟରେ ଏହି ସତ୍ୟପାଠ ଦାଖଲ ହୋଇଛି । ସେଦିନ ରାତିରେ ସେମାନଙ୍କ ସହ କଣସବୁ ଘଟିଥିଲା ସେନେଇ ଲିଖିତ ଭାବେ ଜଣାଇଛନ୍ତି ।   ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ।  ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନକଟରେ ଏଯାଏଁ ପ୍ରାୟ ୨୦୦ ସତ୍ୟପାଠ ଦାଖଲ ହୋଇଛି । ସତ୍ୟପାଠ ଦାଖଲ ଅବଧି ଆସନ୍ତାକାଲି ଶେଷ ହେଉଥିଲା । ତେବେ ଆସନ୍ତା ମାସ ୮ ତାରିଖ ପର୍ୟ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି  । ଏନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ  ଭରତପୁର ଥାନା ଘଟଣାରେ ବିଭିନ୍ନ ମହଲରେ ଲଜ୍ଜିତ ହେବା ପରେ କମିଶନରେଟ ପୋଲିସର ଚେତା ପଶିଛି । ଏଣିକି ସମସ୍ତ ଥାନା ରିସେପଶନରେ ବସୁଥିବା ପୋଲିସ ଅଧିକାରୀ ବା ଡିସିଓମାନେ ପିନ୍ଧିବେ ଏହି ବଡି କ୍ୟାମେରା । ଫଳରେ ଥାନାକୁ ଆସି ହଙ୍ଗାମା କରୁଥିବା ବ୍ୟକ୍ତିଙ୍କ ତଥ୍ୟ ଏହି କ୍ୟାମେରାରେ କଏଦ ହୋଇ ରହିବ । ଆବଶ୍ୟକ ସ୍ଥଳେ ପୋଲିସ ଏହାକୁ ପ୍ରମାଣ ଭାବେ ବ୍ୟବହାର କରିବ ।  ବଡି କ୍ୟାମେରାରେ ଅଛି କ'ଣ ?   ଏହି କ୍ୟାମେରାରେ ରହିଛି ଏକ ପ୍ୟାନିକ ବଟନ ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଉପସ୍ଥିତ ପୋଲିସ ଏହି ବଟନକୁ ଚିପିବେ ବଟନ ଚିପିବା କ୍ଷଣି ଆରମ୍ଭ ହୋଇଯିବ ଭିଡିଓ ଏବଂ ଅଡିଓ ରେକର୍ଡିଂ ରେକର୍ଡିଂ ଆରମ୍ଭ ହେବା ସହ ବରିଷ୍ଠ ଅଧିକାରୀଙ୍କ

ବୁଦ୍ଧି ଶିଖାଇଲା ଭରତପୁର ଘଟଣା  । ପୋଲିସ ପିନ୍ଧିଲା 'ବଡି କ୍ୟାମେରା'

କନକ ବ୍ୟୁରୋ: ଭରତପୁର ଥାନାରେ କଣ ଘଟିଥିଲା, ସେନେଇ ସତ୍ୟପାଠ ଜରିଆରେ ଜଣାଇଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମନିଶନଙ୍କ ନିକଟରେ ଏହି ସତ୍ୟପାଠ ଦାଖଲ ହୋଇଛି । ସେଦିନ ରାତିରେ ସେମାନଙ୍କ ସହ କଣସବୁ ଘଟିଥିଲା ସେନେଇ ଲିଖିତ ଭାବେ ଜଣାଇଛନ୍ତି ।  

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ।  ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନକଟରେ ଏଯାଏଁ ପ୍ରାୟ ୨୦୦ ସତ୍ୟପାଠ ଦାଖଲ ହୋଇଛି । ସତ୍ୟପାଠ ଦାଖଲ ଅବଧି ଆସନ୍ତାକାଲି ଶେଷ ହେଉଥିଲା । ତେବେ ଆସନ୍ତା ମାସ ୮ ତାରିଖ ପର୍ୟ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି  । ଏନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ 

ଭରତପୁର ଥାନା ଘଟଣାରେ ବିଭିନ୍ନ ମହଲରେ ଲଜ୍ଜିତ ହେବା ପରେ କମିଶନରେଟ ପୋଲିସର ଚେତା ପଶିଛି । ଏଣିକି ସମସ୍ତ ଥାନା ରିସେପଶନରେ ବସୁଥିବା ପୋଲିସ ଅଧିକାରୀ ବା ଡିସିଓମାନେ ପିନ୍ଧିବେ ଏହି ବଡି କ୍ୟାମେରା । ଫଳରେ ଥାନାକୁ ଆସି ହଙ୍ଗାମା କରୁଥିବା ବ୍ୟକ୍ତିଙ୍କ ତଥ୍ୟ ଏହି କ୍ୟାମେରାରେ କଏଦ ହୋଇ ରହିବ । ଆବଶ୍ୟକ ସ୍ଥଳେ ପୋଲିସ ଏହାକୁ ପ୍ରମାଣ ଭାବେ ବ୍ୟବହାର କରିବ । 

ବଡି କ୍ୟାମେରାରେ ଅଛି କ'ଣ ?  

  • ଏହି କ୍ୟାମେରାରେ ରହିଛି ଏକ ପ୍ୟାନିକ ବଟନ
  • ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଉପସ୍ଥିତ ପୋଲିସ ଏହି ବଟନକୁ ଚିପିବେ
  • ବଟନ ଚିପିବା କ୍ଷଣି ଆରମ୍ଭ ହୋଇଯିବ ଭିଡିଓ ଏବଂ ଅଡିଓ ରେକର୍ଡିଂ
  • ରେକର୍ଡିଂ ଆରମ୍ଭ ହେବା ସହ ବରିଷ୍ଠ ଅଧିକାରୀଙ୍କ ନିକଟକୁ ଯିବ ସ୍ୱତନ୍ତ୍ର ନୋଟିଫିକେସନ
  • କମିଶନର, ଅତିରିକ୍ତ କମିଶନର, ଡିସିପି ଏବଂ ବରିଷ୍ଠ ପୋଲିସ ଅଧିକାରୀ ଘଟୁଥିବା ଘଟଣା ଫୋନରେ ଲାଇଭ ଦେଖିପାରିବେ
  • ପ୍ରାୟ ୧ ମାସ ଧରି ରେକର୍ଡ ହୋଇଥିବା ଭିଡିଓ ବ୍ୟାକଅପ୍‌ ରହିପାରିବ
  • ରେକର୍ଡ ହୋଇଥିବା ଭିଡିଓକୁ କୋର୍ଟରେ ପ୍ରମାଣ ହିସାବରେ ବ୍ୟବହାର କରାଯାଇପାରିବ

ଭରତପୁର ଘଟଣାରେ ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଅନ୍ୟପଟେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଜାରି ରହିଛି । ଆଉ ଏହାରି ଭିତରେ କମିଶନରେଟ ପୋଲିସ ନିଜ ଥାନା ସୁଧାରିବାକୁ ଚେଷ୍ଟା ଚଲାଇଛି । ସିସିଟିଭି ନଥିବା ଥାନାରେ ସିସିଟିଭି ଲଗାଇବା ସହ ପୋଲିସ ଅଧିକାରିଙ୍କୁ ବଡି କ୍ୟାମେରା ପିନ୍ଧାଇବା ଭଳି ଯୋଜନା ହାତକୁ ନେଇଛି ।