ଉତ୍ତର ପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଲାଇନ ଚ୍ୟୁତ, ୮ଟି ବଗି ଡିରେଲ ହୋଇଥିବା ସୂଚନା
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଲାଇନ ଚ୍ୟୁତ। କାନପୁର ଓ ଭିମସେନ ଷ୍ଟେସନ୍ ମଧ୍ୟରେ ଲାଇନ୍ ଚ୍ୟୁତ ହୋଇଛି । ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଛି । ଭୋର ୫ଟା ୨୧ ମିନିଟରେ କାନପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଟ୍ରେନ୍ । ଦୁର୍ଘଟଣା ଯୋଗୁଁ କେହି ଆହତ ହୋଇଥିବା ନେଇ ସ୍ପଷ୍ଟ ସୂଚନା ନାହିଁ। ଯାତ୍ରୀମାନଙ୍କୁ କାନପୁର ଆଣିବାକୁ ଘଟଣା ସ୍ଥଳରେ କିଛି ବସ୍ ପହଞ୍ଚିଛି । ସ୍ଥାନୀୟ ଲେକେ ପହଞ୍ଚି […] The post ଉତ୍ତର ପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଲାଇନ ଚ୍ୟୁତ, ୮ଟି ବଗି ଡିରେଲ ହୋଇଥିବା ସୂଚନା appeared first on KNews Odisha.

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଲାଇନ ଚ୍ୟୁତ। କାନପୁର ଓ ଭିମସେନ ଷ୍ଟେସନ୍ ମଧ୍ୟରେ ଲାଇନ୍ ଚ୍ୟୁତ ହୋଇଛି । ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଛି । ଭୋର ୫ଟା ୨୧ ମିନିଟରେ କାନପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଟ୍ରେନ୍ । ଦୁର୍ଘଟଣା ଯୋଗୁଁ କେହି ଆହତ ହୋଇଥିବା ନେଇ ସ୍ପଷ୍ଟ ସୂଚନା ନାହିଁ। ଯାତ୍ରୀମାନଙ୍କୁ କାନପୁର ଆଣିବାକୁ ଘଟଣା ସ୍ଥଳରେ କିଛି ବସ୍ ପହଞ୍ଚିଛି । ସ୍ଥାନୀୟ ଲେକେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଖାଦ୍ୟ ପଦାର୍ଥ ବାଣ୍ଟିଛନ୍ତି । ଯାତ୍ରୀମାନଙ୍କ ପାଇଁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଅନ୍ୟ ଟ୍ରେନ୍ ର ବ୍ୟବସ୍ଥା କରାଯାଇଛି । ତେବେ ଟ୍ରାକ ଉପରକୁ କୁଆଡ଼ୁ ଆସିଲା ଏହି ପଦାର୍ଥ ତା ଉପରେ ପୋଲିସ ଓ ଆଇବି ଅନୁଧ୍ୟାନ ଆରମ୍ଭ ହୋଇଛି ।
#WATCH | Uttar Pradesh | Visuals from the site where train number 19168, Sabarmati Express derailed in a block section between Kanpur and Bhimsen station.
No injuries to anyone were reported from the site, so far pic.twitter.com/dRpiTaUPMA
— ANI (@ANI) August 17, 2024
ସୂଚନା ଯୋଗ୍ୟ ଜୁଲାଇ ୩୦ରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ମାଲଗାଡ଼ିକୁ ଧକ୍କା ଦେଇ ଟ୍ରାକରୁ ଖସିଥିଲା ଏକ୍ସପ୍ରେସ । ଝାଡ଼ଖଣ୍ଡ ଚକ୍ରଧରପୁରରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ୧୨୮୧୦ ହାଓ୍ବଡା-ସିଏସଏମଟି ଏକ୍ସପ୍ରେସ ଭୋର ସମୟରେ ରାଜଖରସ୍ବାନ ଓ୍ବେଷ୍ଟ ଆଉଟର ଓ ବାରାବାମ୍ବୋ ମଧ୍ୟରେ ଥିବା ଚକ୍ରଧରପୁରରେ ଲାଇନଚ୍ୟୁତ ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିଲେ ।
The post ଉତ୍ତର ପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଲାଇନ ଚ୍ୟୁତ, ୮ଟି ବଗି ଡିରେଲ ହୋଇଥିବା ସୂଚନା appeared first on KNews Odisha.